ଦାମଙ୍କ ଆଉ ଏକ ଶକ୍ତ ବାଣ: ୪୭ ଜଣ ବିଧାୟକ ଓ ମନ୍ତ୍ରୀ ସିସୋର ଚିଟ ଫଣ୍ଡ କମ୍ପାନୀରୁ ନେଇଛନ୍ତି ୫୫୦ କୋଟି ଟଙ୍କା, ପ୍ରମାଣ ଥାଇ ବି ନିରବରେ ବସିଛି ସିବିଆଇ
29/11/2018 at 1:19 PM

ଭୁବନେଶ୍ୱର ୨୯/୧୧ : ନୂଆ ଦଳରେ ଯୋଗ ଦେବାପରେ ଡାକ୍ତର ଦାମୋଦର ରାଉତ ତାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଆହୁରି ଶାଣିତ କରିଛନ୍ତି | ଦାମ ଆଜି ଚିଟ ଫଣ୍ଡ ପ୍ରସଙ୍ଗରେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଟାର୍ଗେଟ କରିବା ସହ କେନ୍ଦ୍ରୀୟ ନିୟନ୍ତ୍ରଣାଧୀନ ତଦନ୍ତକାରୀ ସଂସ୍ଥା ସିବିଆଇକୁ ମଧ୍ୟ ଛାଡି ନାହାନ୍ତି | ଦାମ କହିଛନ୍ତି ଯେ, ଚିଟ ଫଣ୍ଡ ସଂସ୍ଥା ସିସୋର କମ୍ପାନୀର ମାଲିକ ପ୍ରଶାନ୍ତ ଦାସ ୪୭ ଜଣ ବିଧାୟକ ଓ ମନ୍ତ୍ରୀଙ୍କୁ ୫୫୦ କୋଟି ଟଙ୍କାର ଲାଞ୍ଚ ଦେଇଛନ୍ତି | ଏ ସଂକ୍ରାନ୍ତରେ ପ୍ରମାଣ ସିବିଆଇକୁ ପ୍ରଦାନ କରାଯାଇଥିବା ମଧ୍ୟ ଦାମ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ, ୨୦୧୫ ମସିହାରେ ଏହି ଲାଞ୍ଚ କାରବାର ସମ୍ପର୍କିତ ଏକ ଅଡିଓ ସିଡ଼ି ପିନାକ ମହାନ୍ତି ନାମକ ଜଣେ ଯୁବକ ସିବିଆଇକୁ ପ୍ରଦାନ କରିଛନ୍ତି |
ତେବେ ସିବିଆଇ ଏହି ସିଡ଼ି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନେଇ ନାହାନ୍ତି | ସିବିଆଇ ଚିଟ ଫଣ୍ଡ ଦୁର୍ନୀତିର ତଦନ୍ତ କ୍ଷେତ୍ରରେ ଅତ୍ୟନ୍ତ ଶୀଥିଳତା ଅବଲମ୍ବନ କରୁଛି | ଏହାର ଅନ୍ତ ଘଟେଇବା ପାଇଁ ସିବିଆଇକୁ ସକ୍ରିୟ ହେବାକୁ ପଡିବ ବୋଲି ଦାମ କହିଛନ୍ତି | ସିବିଆଇ ନିକଟର ଦାଖଲ ହୋଇଥିବା ଲାଞ୍ଚ କାରବାରର ସିଡ଼ି ମଧ୍ୟ ଦାମ ସାମ୍ବାଦିକମାନଙ୍କୁ ପ୍ରଦାନ କରିଛନ୍ତି |
ଦାମ କହିଛନ୍ତି ଯେ, କିଛି ନେତାଙ୍କୁ କେବଳ ନୋଟିସ ଜାରି କରି ସିବିଆଇ ଚୁପ ହୋଇ ବସିଛି | ଦାମଙ୍କର ଏହି ବିବୃତି ନେଇ ଶାସକ ଦଳର ନେତାମାନେ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିଦେଇଛନ୍ତି | ଦାମ ଏ ପ୍ରସଙ୍ଗରେ କଣ କଣ କହିଛନ୍ତି ଜାଣିବା ପାଇଁ ଦେଖନ୍ତୁ ପୁରା ଭିଡିଓ…