ବାଲିକୁଦା-ଏରସମାରେ ବାପା ଦାମୋଦର ରାଉତ ପଛୁଆ ଓ ପାରାଦୀପରେ ପୁଅ ସମ୍ବିତ ରାଉତ ଆଗୁଆ

Published By : Prameya-News7 Bureau | May 23, 2019 IST

ଭୁବନେଶ୍ବର ୨୩|୫: ବିଜେଡିରୁ ବହିଷ୍କାର ହେବା ପରେ ବିଜେପିରେ ଯୋଗଦେଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବିଜେପି ବାଲିକୁଦା-ଏରସମା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା । ସେଠାରେ ବିଜେଡି ବିଜେପିରୁ ଆସିଥିବା ରଘୁନନ୍ଦନ ଦାସଙ୍କୁ ପ୍ରାର୍ଥୀ କରିଥିଲା । କଂଗ୍ରେସ ପ୍ରାର୍ଥୀ ହୋଇଥିଲେ ଲଲାଟେନ୍ଦୁ ମହାପାତ୍ର । ତେବେ ଡାକ୍ତର ଦାମୋଦର ରାଉତ ପଛରେ ରହିଛନ୍ତି ।

ଅପରପକ୍ଷରେ ଡାକ୍ତର ଦାମ ରାଉତଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ସମ୍ବିତ ରାଉତ ପାରାଦୀପ ଆସନରେ ଆଗୁଆ ଅଛନ୍ତି । ତେବେ ଦୀର୍ଘ ଦିନ ଧରି ଦାମ ବିଜେଡି ଟିକେଟ୍ ରେ ପାରାଦୀପ ଆସନରୁ ପ୍ରତିନ୍ଦ୍ବନ୍ଦ୍ବିତା କରୁଥିଲେ । ମାତ୍ର ଚଳିତ ଥର ଦାମ ବିଜେପିରୁ ବାଲିକୁଦା-ଏରସମା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ପାରାଦୀପ ଆସନରେ ବିଜେପି ସମ୍ପଦ ସ୍ବାଇଁଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଅରିନ୍ଦମ ସର୍କେଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.