Thursday, December 13, 2018

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଗର୍ଜିଲେ ଦାମ: ଏଥର ଟାର୍ଗେଟରେ ଦେବାଶିଷ ସାମନ୍ତରାୟ ଓ ପ୍ରତାପ ଜେନା, କଣ କହିଲେ ଜାଣନ୍ତୁ

କଟକ ୭|୧୨: ମର୍ଯ୍ୟାଦା ଭିତରେ ରହି ରାଜନୀତି କରିବାର ପରମ୍ପରା ଆଉ ଦେଖିବାକୁ ମିଳୁନି ।  ବିଜେଡିରୁ ବିଦା ହେବା ପରେ ଦାମବାବୁ ଯେଉଁଭଳି ଭାବେ ଶାସକଦଳ ନେତାଙ୍କୁ ଟାର୍ଗେଟ କରୁଛନ୍ତି ତାକୁ ଦେଖିଲେ ଏୟା ହିଁ ଅନୁଭବ କରିହେଉଛି । କଟକରେ ଏକ ରାଜନୈତିକମଞ୍ଚରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ କରିଛନ୍ତି ଡାକ୍ତର ଦାମୋଦରରାଉତ । ଏମିତିକି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମଧ୍ୟ ଟାର୍ଗେଟ କରିବାକୁ ଭୁଲିନଥିଲେ ।ଯାହାର ଜବାବ୍‌ ରଖିଛନ୍ତି ଉଭୟ ନେତା । ଗଲା ୨ଦିନ ଧରି କଟକର ରାଜନୈତିକ ପାଣିପାଗ କେମିତି ଥିଲାତା’ ଉପରେ ଚାଲନ୍ତୁ ଟିକେ ନଜର ପକାଇଦେବା । ସଭାମ଼ଞ୍ଚରୁ ପ୍ରଥମେ ରାଜ୍ୟ ସରକାରଙ୍କୁ ଟାର୍ଗେଟ ପରେ ନିଜ ନିର୍ବାଚନ ମଣ୍ଡଳିରେ ଘଟୁଥିବା ପ୍ରତ୍ୟେକ ରାଜନୈତିକ ଘଟଣାବଳିକୁ ନେଇ ବିଷ ଓଗାଳିଛନ୍ତି ବିଜେଡିରୁ ବିତାଡିତ ଭେଟେରାନ ପଲିଟିକାଲ ଲିଡର ଡାକ୍ତର ଦାମୋଦର ରାଉତ । ଗୁରୁବାର କଟକରେ ହୋଇଥିବା ପଥପ୍ରାନ୍ତ ସଭାରେ ପାରାଦୀପ ରାଜନୀତିକୁ ନେଇ ଦାମ ଯାହା ବି କହିଛନ୍ତି ତାର ଜବାବ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

ପ୍ରତାପ ଜେନା କହିଛନ୍ତି ଦାମ ବାବୁ ତ ଆଉ ବିଜେଡିରେ ନାହାଁନ୍ତି । ତେଣୁ ବିରୋଧୀ ଦଳର ସଦସ୍ୟ ହିସାବରେ ସେ ଏମିତି କହିବା ସ୍ବବାବିକ । ସେଥିରେ କୌଣସି ସତ୍ୟତା ନାହିଁ । ତାଛଡା ପାରାଦୀପକୁ ସେ ତାଙ୍କ ଗଡ ବୋଲି ବାବୁଥିଲେ । ତାହାେ କେବେ ହାତରୁ ଖସିଯାଉଥିବାରୁ ସେ ହତାଶ ହୋଇ ଏମିତି ସବୁ ବିବୃତ୍ତି ଦେଉଛନ୍ତି । ପ୍ରତାପ କହିଛନ୍ତି ଯେ, ଦାମ ବାବୁ ଏବେ ନୂଆ ଦଳ ଗଢିଛନ୍ତି । ସେ ଦଳରେ ତାଙ୍କ ପୁଅ କି ଝିଅ କିଏ ଅଛନ୍ତି କି ? କାହିଁକି ନାହାଁନ୍ତି ତର୍ଜମା କରାଯାଉ ବୋଲି ସେ କହିଛନ୍ତି । ସେହିଭଳି, ତାଙ୍କୁ ଦଳରୁ ବିଦା କରିବା ପଛରେ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମ୍ପୂର୍ଣ୍ଣ ଭୁମିକା ରହିଛି ବୋଲି କହିଥିଲେ ଦାମ । ତେଣୁ ନିଜ ଭିତରେ ରହିଥିବା ପୁଞ୍ଜିଭୂତ ଅସନ୍ତୋଷକୁ ଓଗାଳିବା ଆଳରେ ଦେବାଶିଷଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ କଡ଼ା ମନ୍ତବ୍ୟ ଦେଇଛନ୍ତି । ଦାମ କହିଛନ୍ତି ଯେ, ଦେବାଶିଷ ବା ତାହ୍କ ପରିବାର କେହି କଟକରେ ରହନ୍ତିନି । ଦେବାଶିଷ ବିହାରରେ କଂଟ୍ରାକ୍ଟରୀ କରୁଥିଲେ । ସେଠି ଶ୍ରମିକମାନଙ୍କୁ ପାଉଣା ନଦେଇ ଫସିଥିଲେ । ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରୀ ହୋଇଥିଲା । ଦେବାଶିଷଙ୍କୁ ଲୁଚେଇକି ବଲାଂଗୀର ନେଇ ସେଠି ତାଙ୍କ ବାପା ଉଦ୍ୟମ କରି ବେଲ କରାଇଥିଲେ । ଆଇଓସିଏଲ ପାଇପ ବିଛା କମାରେ ଦେବାଶିଷ ସିଧାସଳଖ ୩ କୋଟି ଟଙ୍କା ନେଇଛନ୍ତି ବୋଲି କହିବା ସହ ଏମିତି କେତେ କଣ କଥା ଦେବାଶିଷଙ୍କ ବାବଦରେ ଦାମ କହିଛନ୍ତି । ଜବାବରେ ଦେବାଶିଷ କହିଛନ୍ତି ଦାମବାବୁଙ୍କ ପଲିଟିକାଲ ଡେଥ୍ ହୋଇସାରିଛି । ତେଣୁ ଏବେ ସେ କେବଳ ପ୍ରଳାପ କରିବାରେ ବ୍ୟସ୍ତ ଅଛନ୍ତି , ଯାହାର କିଛି ମୂଲ୍ୟ ନାହିଁ ।

ପାରାଦୀପରେ ଦଳୀୟ ସଂଗଠନ ସଜାଡିବାର ଦାୟିତ୍ବ ତାଙ୍କ କାନ୍ଧରେ ଅଛି, ତେଣୁ ସେ ସେଠାରେ ସଂଗଠନ କରିବେ ବୋଲି କହିଛନ୍ତି ଦେବାଶିଷ, ସମ୍ଭବତଃ ସେହି ପ୍ରସଙ୍ଗକୁ ଆଧାର କରି ଗୁରୁବାର ଦେବାଶିଷଙ୍କ ନିର୍ବାଚନ ମଣ୍ଡଳି କଟକରେ ବିଷୋଦଗାର କରିଛନ୍ତି ଦାମ । ତେବେ ଘଟଣା ଯାହା ବି ହେଉନା କାହିଁକି, ଦାମ ଦେବାଶିଷ କଳି ,କଟକ ଗଳିକନ୍ଧିର ରାଜନୈତିକ ଖଟିରେ ଆଲୋଚନାକୁ ଖୋରାକ୍‌ ଯୋଗାଇଛି ।

1598 Views

   You May Also Like