Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଦିଲ୍ଲୀପ ବିଜୟଙ୍କୁ ଦାମଙ୍କ ପରାମର୍ଶ: “ବିଜେଡିକୁ ଯାଅନି, ବିଜୁ କ୍ରାନ୍ତି ଦଳରେ ଯୋଗଦିଅ, ପରିବର୍ତ୍ତନ କରିବା”

1/12/2018 at 12:33 PM

ଭୁବନେଶ୍ୱର ୧/୧୨ : ଦିଲ୍ଲୀପ ରେ ଏବଂ ବିଜୟ ମହାପାତ୍ର ଗତକାଲି ବିଜେପିରୁ ଇସ୍ତଫା ଦେଇଛନ୍ତି | କିନ୍ତୁ ସେମାନେ କେଉଁଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି | ପରବର୍ତ୍ତୀ ପଦକ୍ଷେପ ଭାବିଚିନ୍ତି ନେବେ ବୋଲି କହିଛନ୍ତି | ତେବେ ବିଜେପି ଛାଡ଼ିବାପରେ ସେମାନେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି | ଏ ପରିପ୍ରେକ୍ଷୀରେ ବିଜେଡିରୁ ନିକଟରେ ବହିଷ୍କାର ହୋଇ ନୂଆ ଦଳ ତିଆରି କରିଥିବା ଡାକ୍ତର ଦାମୋଦର ରାଉତ ପ୍ରତିକ୍ରିୟା ରଖିଛନ୍ତି | ବିଜେପି ଦଳ ଛାଡ଼ିଥିବାରୁ ଉଭୟ ଦିଲ୍ଲୀପ ଓ ବିଜୟଙ୍କୁ ଡାକ୍ତର ରାଉତ ଅଭିନନ୍ଦନ ଜଣାଇଛନ୍ତି | ଏଥିସହ ତାଙ୍କ ନୂଆ ଦଳରେ ଯୋଗଦେବା ପାଇଁ ଉଭୟଙ୍କୁ ଆମନ୍ତ୍ରଣ ମଧ୍ୟ କରିଛନ୍ତି | ପରିବର୍ତ୍ତନ ପାଇଁ ଏକାଠି ହେବାଲାଗି ସେ ଆହ୍ୱାନ ଦେବା ସହ ପରିବର୍ତ୍ତନ ପ୍ରକ୍ରିୟାରେ ନେତୃତ୍ୱ ନେବାଲାଗି କହିଛନ୍ତି |

ତେବେ ବିଜୟ ଓ ଦିଲ୍ଲୀପ ବିଜେଡିକୁ ଫେରିବା ସମ୍ଭାବନା ସମ୍ପର୍କରେ ଡାକ୍ତର ରାଉତ ପ୍ରତିକ୍ରିୟାଶୀଳ ହୋଇଛନ୍ତି | ସେ କହିଛନ୍ତି ଯେ, ବିଜୟ ମହାପାତ୍ର ଜଣେ ଚାଲାକ, ଚତୁର ଏବଂ ଅଭିଜ୍ଞ ରାଜନେତା | ସେ ସେଭଳି କରିବେ ନାହିଁ | ଯଦି ବିଜୟ ଏଭଳି କିଛି ନିଷ୍ପତ୍ତି ନେଉଥାନ୍ତି ତାହେଲେ ଦୁର୍ଭାଗ୍ୟଜନକ ବୋଲି ମଧ୍ୟ ଦାମ କହିଛନ୍ତି | ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କର ନୀତି ଓ ଆଦର୍ଶ ବୋଲି କିଛି ନାହିଁ | ରାଜନୈତିକ ସ୍ଥିତିକୁ ଆଖି ଆଗରେ ରଖି ସେ କାଲି ଯାହାକୁ ଗାଳି କରନ୍ତି ଆଜି ତାର ପ୍ରଶଂସା କରିବାକୁ ପଛାନ୍ତି ନାହିଁ | ସେଭଳି ଲୋକ ସହ ଯୋଗ ଦେବା ମସ୍ତବଡ ଭୁଲ ହେବ ବୋଲି ଦାମ ସତର୍କ କରିଦେଇଛନ୍ତି | କ୍ଷମତା ଓ ସମ୍ପତ୍ତି ପାଇଁ ବିଜୁ ପଟ୍ଟନାୟକଙ୍କ ନାଁରେ ଦଳ କରିଥିବା ନବୀନ ପଟ୍ଟନାୟକଙ୍କ ଏକ ମାତ୍ର ଲକ୍ଷ୍ୟ ସ୍ଥିତି ରକ୍ଷା ପାଇଁ ରାତାରାତି ସେ ନୀତି ବଦଳାନ୍ତି | ଯେଉଁମାନେ ତାଙ୍କୁ ଆଣି ବିଜୁ ଜନତା ଦଳ ଗଠନ କରିଥିଲେ ଆଗେ ସେଇମାନଙ୍କୁ ସେ ଦଳରୁ ବାହାର କଲେ | ଯେଉଁମାନଙ୍କୁ ଅପମାନିତ କରି ସେ ଦଳରୁ ବାହାର କରିଥିଲେ ସେମାନଙ୍କୁ ସେ ପୁଣି ଏବେ ଡାକିପାରନ୍ତି | କିନ୍ତୁ ଅପମାନିତ ହୋଇଥିବା ଲୋକମାନେ କଣ କରିବେ ତାଙ୍କ ଉପରେ ନିର୍ଭର କରୁଛି | ସେମାନଙ୍କର ସ୍ୱାଭିମାନ ଅଛି କି ନାହିଁ ଦେଖିବା କଥା ବୋଲି ଦାମ କହିଛନ୍ତି |
ତେବେ ଅପରପକ୍ଷରେ ବିଜୁ ପଟ୍ଟନାୟକଙ୍କୁ ଭଲ ପାଉଥିବା ଲୋକେ ଏକାଠି ହେଲେ ଦୁର୍ନୀତି ଓ ଭ୍ରଷ୍ଟାଚାର ହଟାଯାଇପାରିବ | ଏଥିପାଇଁ ବିଜୁ କ୍ରାନ୍ତି ଦଳ ଗଠନ କରାଯାଇଛି | ଏହି ଦଳରେ ବିଜୟ ଓ ଦିଲ୍ଲୀପ ଯୋଗ ଦିଅନ୍ତୁ ବୋଲି ସେ କହିଛନ୍ତି |

   Related Posts