ସ୍ଥିର ସରକାର ପାଇଁ ଆବଶ୍ୟକ ପଡିଲେ ବିଜେଡି-ବିଜେପି ମେଣ୍ଟ ହେବ : ଦାମ

Published By : Prameya-News7 Bureau | May 20, 2019 IST

ଭୁବନେଶ୍ବର୨୦|୫: ଏକଜିଟ୍ ପୋଲକୁ ନେଇ ସମଗ୍ର ଦେଶରେ ବିବିନ୍ନ ଆଲୋଚନା ଚାଲିଥିବାବେଳେ ରାଜ୍ୟର ନେତାଙ୍କ ମଧ୍ୟରେ ବି ବିଭିନ୍ନ ମତ ପ୍ରକାଶ ପାଇଛି । ଡାକ୍ତର ଦାମୋଦର ରାଉତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଲୋକସଭାରେ ଏକଜିଟ ପୋଲ ଆକଳନଠୁ ଅଧିକ ଆସନରେ ବିଜେପି ବିଜୟୀ ହେବ । କିନ୍ତୁ ରାଜ୍ୟରେ ଝୁଲା ବିଧାନସଭା ହୋଇପାରେ ବୋଲି ଦାମ ଆକଳନ କରିଛନ୍ତି । ରାଜ୍ୟରେ ସ୍ଥିର ସରକାର ପାଇଁ ଆବଶ୍ୟକ ପଡିଲେ ବିଜେଡି-ବିଜେପି ମେଣ୍ଟ ହେବ ବୋଲି ଦାମ ଆକଳନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ସପ୍ତମ ପର୍ଯ୍ୟାୟ ନିର୍ବାଚନ ସରିବାପରେ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲର ଫଳାଫଲ ପ୍ରକାଶ ପାଇଥିଲା । ଏଥିରେ ଏନଡିଏକୁ ୨୭୬ରୁ ୩୪୦ ପର୍ଯ୍ୟନ୍ତ ବହୁମତ ମିଳିପାରେ ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଛନ୍ତି । ସେହିବଲି ୋଡିଶାର ୨୧ଟି ଲୋକସବା ଆସନ ମଧ୍ୟରୁ ବିଜେପିକୁ ୮ରୁ ୧୫ଟି ପର୍ଯ୍ୟନ୍ତ ଆସନ ମିଳିପାରେ ବୋଲି ଆକଳନ ହୋଇଛି । ୨୦୧୪ ମସିହାରେ ବିଜେଡି ୨୦ଟି ାସନରେ ବିଜୟୀ ହୋଇଥିବାବେଳେ ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା । 

ଅପରପକ୍ଷରେ ରାଜ୍ୟ ବିଧାନସବା ପାଇଁ ହୋଇଥିବା ୧୪୬ଟି ାସନ ମଧ୍ୟରୁ ବିଜେଡିକୁ ୮୩ରୁ ଆରମ୍ଭ କରି ୧୧୭ଟି ପର୍ଯ୍ୟନ୍ତ ଆସନ ମିଲିବା ସମ୍ବାବନା ଥିବା ବିଭିନ୍ନ ସଂସ୍ଥାପକ୍ଷରୁ ଆକଳନ କରାଯାଇଛି ।ଏପରିକି ଡାକ୍ତର ଦାମୋଦର ରାଉତ ଜିତିବା ସମ୍ଭାବନା ନାହିଁ ବୋଲି ମଧ୍ୟ କେହି କେହି ଆକଳନ କରିଛନ୍ତି । କିନ୍ତୁ ଡାକ୍ତର ରାଉତ ଏକଜିଟ ପୋଲକୁ ବିଶ୍ବାସକୁ ନନେଇ କହିଛନ୍ତି ଯେ, ରାଜ୍ୟରେ ଝୁଲା ବିଧାନସବା ହୋଇପାରେ ଏବଂ ସରକାର ଗଢିବା ପାଇଁ ବିଜେପି-ବିଜେଡି ପରସ୍ପରର ସହଯୋଗ ନେଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.