ପାଟକୁରାରେ ବିଜେଡି ବିଜୟର ଶ୍ରେୟ ନିରଞ୍ଜନ ପଟ୍ଟନାୟକଙ୍କୁ ଯିବ ବୋଲି କହିଲେ ଦାମ ରାଉତ, ବିଜୟଙ୍କ ପରାଜୟ ସମ୍ପର୍କରେ କହିଲେ ଏମିତି କଥା…

Published By : Prameya-News7 Bureau | July 25, 2019 IST

ଭୁବନେଶ୍ବର ୨୫|୭: ପାଟକୁରା ବିଧାନସଭା ନିର୍ବାଚନରେ ବିଜୟ ମହାପାତ୍ରଙ୍କ ପରାଜୟକୁ କିଛି ବରିଷ୍ଠ ନେତା ହଜମ କରିପାରୁନାହାନ୍ତି । ବିଜେଡିର ଚକ୍ରାନ୍ତ ଯୋଗୁଁ ପାରକୁରାରେ ପରାଜୟ ହେଲା ବୋଲି ଖୋଦ ବିଜୟ ମହାପାତ୍ର କହୁଛନ୍ତି । ଅପରପକ୍ଷରେ ବିଜେଡିରୁ ବହିଷ୍କୃତ ହେବାପରେ ବିଜେପିରେ ଯୋଗ ଦେଇଥିବା ପରିଷ୍ଠ ନେତା ଦାମୋଦର ରାଉତ କିନ୍ତୁ ଏହି ପରାଜୟକୁ ନେଇ ଭିନ୍ନ ମତ ପୋଷଣ କରିଛନ୍ତି । ସେ କହିଛନ୍ତି ଯେ, ପ୍ରକୃତରେ ବିଜୟ ମହାପାତ୍ର ପାଟକୁରରା ହାରି ନାହାନ୍ତି । ତାଙ୍କର ହିଁ ବିଜୟ ହୋଇଛି ।

ଯାହା ପରାଜୟ ବୋଲି କୁହାଯାଉଛି ସେଥିପାଇଁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟୀ ବୋଲି ଦାମ କହିଛନ୍ତି । ନିରଞ୍ଜନ କଂଗ୍ରେସ ଭୋଟ ସବୁ ବିଜେଡିକୁ ବିକ୍ରି କରିଦେବାରୁ ଏଭଳି ପରିସ୍ଥିତି ଉପୁଜିଲା ବୋଲି ଦାମ ସିଧାସଳଖ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ବିଜେପିରେ ଯୋଗ ଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ସେ ଏରସମାରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ବିଜେଡିରୁ ଆସି ବିଜେପିରେ ଯୋଗ ଦେବାପରେ ସେ ଓ ବିଜୟ ମହାପାତ୍ରଙ୍କ ଭଳି ନେତାମାନେ ପରାଜୟ ଭୋଗୁଛନ୍ତି ବୋଲି ହେଉଥିବା ଚର୍ଚ୍ଚାକୁ ନେଇ ମଧ୍ୟ ଦାମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ଆମେ ଯାହାର ହାତ ଧରିଛୁ ସେମାନେ ଉପର ମହଲରେ ସଲାସୁତରା ହୋଇଯାଉଛନ୍ତି ଓ ପରସ୍ପର ସହ ମିଶି ଯାଇଛନ୍ତି । ତେଣୁ ବିଜୁ ଅନୁଗତମାନେ ଜିତି ପାରୁନାହାନ୍ତି ।ତେବେ ବର୍ତ୍ତମାନ ଦାମୋଦର ରାଉତ ଏବଂ ବିଜୟ ମହାପାତ୍ରଙ୍କ ଭଳି ନେତାମାନେ କଣ କରିବେ ବୋଲି ପ୍ରଶ୍ନର ଉତ୍ତର ଦେଇ ଦାମ କହିଛନ୍ତି “ ଆମେ ବାବାଜୀ ହୋଇଯିବୁ’’…

ଦାମ କହିଛନ୍ତି ଯେ, ସାନ ବିଜୁ(ବିଜୟ ମହାପାତ୍ର) ୨୪ରୁ ୨୫ ହଜାର ଭୋଟ୍ ରେ ଜିତିଛନ୍ତି । ସେ ୭୮ହଜାର ଭୋଟ୍ ପାଇଛନ୍ତି । ବିଜୁ ଜନତା ଜଦଳ ପ୍ରାର୍ଥିନୀ ୯୬ ହଜାର ଭୋଟ୍ ପାଇଛନ୍ତି । ୨୦୧୪ ମସିହାରେ କଂଗ୍ରେସ ପାଇଥିଲା ୪୪ ହଜାର ଭୋଟ୍ । ଏବେ କଂଗ୍ରେସ ପାଇଛି ୨ହଜାର ଭୋଟ୍ । କଂଗ୍ରେସ ର ୪୦ହଜାର ଭୋଟ୍ ଯଦି ବିକ୍ରି ହୋଇନଥାନ୍ତା ତେବେ ବିଜୟ ମହାପାତ୍ର ପାଟକୁରାରୁ ୨୫ ହଜାର ଭୋଟରେ ଜିତିଥାନ୍ତେ ।

ବୁଝାମଣାର ପ୍ରତିଯୋଗିତା ଚାଲିଛି । କଂଗ୍ରେସର ଭୋଟ୍ ବିକ୍ରି ହୋଇଥିବା ଦାମ କହିଛନ୍ତି । ବିଜୟ ମହାପାତ୍ର ଯଦି ଏହି ନିର୍ବାଚନରେ ୪୦ରୁ ୪୫ ହଜାର ଭୋଟ୍ ପାଇଥାନ୍ତେ ତେବେ ସେ ହାରିଗଲେ ବୋଲି କୁହାଯାଇଥାନ୍ତା  । ତେବେ ପାଟକୁରା ନିର୍ବାଚନରେ ବିଜେଡିର ବିଜୟ ପାଇଁ ଶ୍ରେୟର ହକଦାର ନବୀନ ବାବୁ ନୁହନ୍ତି ବରଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କର ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ବିଜୟ ହିଁ ପାଟକୁରା ପାଇଁ ଏକମାତ୍ର ଯୋଗ୍ୟ ପ୍ରର୍ଥୀ ଥିଲେ । ଲୋକଙ୍କ ଭଲ ମନ୍ଦରେ ସେ ହିଁ ଠିଆ ହୋଇପାରିବେ । ତାଙ୍କୁ ବିଜୟୀ ନକରାଇ ପାଟକୁରାବାସୀ ବଡ ଭୂଲ କରିଛନ୍ତି ବୋଲି ସେ କହିଛନ୍ତି ।  ବେଦପ୍ରକାଶଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ରଙ୍କୁ ପ୍ରାର୍ଥୀ ନକରି ବିଧବା ପତ୍ନୀଙ୍କୁ କାହିଁକି ପ୍ରାର୍ଥୀ କରାଗଲା ବୋଲି ଦାମ ପ୍ରଶ୍ନ ଉଠାଇଛନ୍ତି । ସେହିଭଳି ଫୋନି ବାତ୍ୟା ଆଳରେ ପାଟକୁରା ନିର୍ବାଚନକୁ ଦୁଇମାସ ଘୁଞ୍ଚାଇବା ଦ୍ବାରା ମଧ୍ୟ ବିଜୟ ମହାପାତ୍ରଙ୍କ ପାଇଁ ଅସୁବିଧା ସୃଷ୍ଟି କଲା ବୋଲି ଦାମ କହିଛନ୍ତି ।

wp:core-embed/youtube {"url":"https://www.youtube.com/watch?v=7kS27o4MQaY","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=7kS27o4MQaY
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.