ଦିଲ୍ଲୀରୁ ମୂଲଚାଲ କରି ଫେରିଲେ ଦାମ : ଖାରବେଳ ସ୍ବାଇଁ, ବ୍ରଜ ତ୍ରିପାଠୀ ଏବଂ ନବୀନ ନନ୍ଦ ମଧ୍ୟ ଏବେ ବିଜେପି ମୁହାଁ

Published By : Prameya-News7 Bureau | March 10, 2019 IST

ଭୁବନେଶ୍ୱର ୧୦/୩ : ବିଜେପି ଲାଇନ୍‌ରେ ଏବେ ରାଜ୍ୟ ରାଜନୀତିର ତୁଙ୍ଗ ନେତାଏ । ବରିଷ୍ଠ ନେତା ଦାମ ରାଉତ ଦିଲ୍ଲୀରେ କଥାବାର୍ତ୍ତା କରି ଆସିବା ପରେ ଏବେ ନୂଆ ନୂଆ ନାଁ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଲାଣି। ଖାରବେଳ ସ୍ବାଇଁ, ବ୍ରଜ ତ୍ରିପାଠୀ ଏବଂ ନବୀନ ନନ୍ଦ ବି ଏବେ ପଦ୍ମ ପୋଖରୀ ମୁହାଁ। ଏମାନେ ସମସ୍ତେ ବିଜେପି ସହିତ ମୂଲ ଚାଲ କରିସାରିଛନ୍ତି ଖାଲି ବିଜେପିର ଗ୍ରୀନ ସିଗ୍‌ନାଲକୁ ଅପେକ୍ଷା କରିଛନ୍ତି। ତେବେ ଦାମ ରାଉତ୍‌ ଲୁଣି ପାଣିରେ ପଦ୍ବ ଫୁଟାଇବାକୁ ଦମ୍ଭ ଦେଖାଉଥିବା ବେଳେ ପୁଅ ସମ୍ବିତ ରାଉତଙ୍କର କିନ୍ତୁ କହୁଛନ୍ତି ବାପା ଯାହା କରିବେ ପୁଅର କ୍ୟାରିୟର ନଜରରେ ରଖିବେ ନିଶ୍ଚୟ।

{"id":92379}

ଦାମ ରାଉତ ଦିଲ୍ଲୀରେ ମୁଲଚାଲ କରି ଫେରିଲେ । ଲୁଣିପାଣିରେ ପଦ୍ମ ଫୁଟାଇବାକୁ ଦମ୍ଭ ଧରିଲେଣି। ଏଣେ ପୁଅ ସମ୍ବିତ ନିଜ କ୍ୟାରିୟରକୁ ନେଇ ଶଙ୍କାରେ। ଦିଲ୍ଲୀର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭେଟିବା ପରେ ଦାମ ତ ରାଜ୍ୟ ସରକାରଙ୍କ ବିରୋଧରେ ରଣ ହୁଂକାର ଦେଉଛନ୍ତି।। ଦୁର୍ନୀତି ଗ୍ରସ୍ତ ରାଜ୍ୟ ସରକାରଙ୍କୁ ଯିଏ ତଡିବା ପାଇଁ ଯିଏ ଲଢ଼ିବେ ତାଙ୍କ ସାଙ୍ଗରେ ମିଶିବେ। ବିଜପି ସହିତ ଏହି ସର୍ତ୍ତ ରଖିଛନ୍ତି। ଆଉ ଲୁଣି ପାଣିରେ ପଦ୍ମ ଫୁଟାଇବେ ବୋଲି କହିଛନ୍ତି।

{"id":92383}

ସେପଟେ ଶାସକ ବିଜେଡିରେ ଏବେବି ଥିବା ଦାମଙ୍କ ପୁଅ ସମ୍ବିତ ପାତ୍ର ବାପାଙ୍କୁ ଚେତେଇ ବି ଦେଇଛନ୍ତି  ସମ୍ବିତ ଏବେବି ପାରାଦ୍ବୀପ ପାଇଁ ଟିକେଟ ରେସରେ ଅଛନ୍ତି। ଦାମ ବାବୁ ପୁଅ ସମ୍ବିତଙ୍କ ରାସ୍ତାରେ କଣ୍ଟା ହୋଇପାରନ୍ତି। ତେଣୁ ସମ୍ବିତ କହିଛନ୍ତି ବାପା ଯାହା କରିବେ ପୁଅର କ୍ୟାରିୟର ପ୍ରତି ଧ୍ୟାନ ରଖିବେ।

{"id":92380}

ଏପଟେ ଖାଲି ଦାମ ବାବୁ ନୁହଁନ୍ତି ତାଙ୍କ ପଛକୁ ଖାରବେଳ ସ୍ବାଇଁ, ବ୍ରଜ ତ୍ରିପାଠୀ ଏବଂ ନବୀନ ନନ୍ଦ ବି ପଦ୍ମ ପୋଖରୀ ମୁହାଁ ହେଲେଣି। ଦିଲ୍ଲୀରୁ ଧର୍ମେନ୍ଦ୍ରଙ୍କ ସହିତ ଦାମ ବାବୁ କଥା ହୋଇଫେରିବା ପରେ ନବୀନ ନନ୍ଦ ତାଙ୍କୁ ଭେଟିଛନ୍ତି । ଖାରବେଳ ସ୍ବାଇଁ ବି ଗତକାଲି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସହିତ ଆଲୋଚନା କରିଛନ୍ତି । ବିଜେପିକୁ ଯିବା ପାଇଁ ଗୋଡ ଟେକି ବସିଛନ୍ତି । ଏପଟେ ଦାମକୁ ଦିଲ୍ଲୀ ନେଇ ଯାଇଥିବା ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି  ଅନେକ ନେତା ଲାଇନ୍‌ରେ ଅଛନ୍ତି ଦଳ ଯାହା ନିଷ୍ପତ୍ତି ନେବ।  

{"id":92381}

   

ନୂଆ ଦଳ ଗଢ଼ି ବିଜେଡି ବିରୋଧରେ ଲଢ଼ିବା ପାଇଁ ତଣ୍ଟି ଫଟାଉଥିବା ନେତା ଏବେ ବିଜେପି ଲାଇନରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.