ଆଗାମୀ ଦିନରେ ଆଉ ନିର୍ବାଚନ ଲଢିବିନି : ଦାମ ରାଉତ

Published By : Prameya-News7 Bureau | October 16, 2019 IST

ଭୁବନେଶ୍ବର ୧୬|୧୦: ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଡାକ୍ତର ଦାମୋଦର ରାଉତ ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି। ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଦେଇଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ଦାମ ରାଉତ । ତେବେ ନିର୍ବାଚନ ସରିବା ପରେ ଦଳ ତାଙ୍କୁ ଲଗାତାର ଅଣଦେଖା କରିଚାଲିଥିଲା । ତାଙ୍କୁ ଦଳରେ କଣଠେସା କରି ରଖାଯାଇଥିଲା । ବିଜେପୁର ଉପ ନିର୍ବାଚନ ପାଇଁ ବିଜେପି ଦଳର ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ତାଙ୍କ ନାଁ ନଥିଲା । ବିଜେପିର ଦଳୀୟ କାର୍ଯ୍ୟକ୍ରମ କିମ୍ବା ନୀତି ଓ ନିଷ୍ପତ୍ତି ପ୍ରକ୍ରିୟାରେ ତାଙ୍କ ଉପସ୍ଥିତି ଓ ସଂପୃକ୍ତି ଆଦ୍ୟା ଆବଶ୍ୟକ ହେଉନଥିବା ସେ ଅନୁଭବ କରିବା ସହ ତାଙ୍କ ଇସ୍ତଫା ପତ୍ର ଦଳୀୟ ସବାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ତେବେ ଇସ୍ତଫା ଦେବା ପରେ ପ୍ରତିକ୍ରିୟା ରଖିଛନ୍ତି ଦାମ ରାଉତ । ସେ କହିଛନ୍ତି ଯେ, ସେ ଆଉ ଆଗାମୀ ଦିନରେ ନିର୍ବାଚନ ଲଢିବେ ନାହିଁ । ଦଲ କିମ୍ବା ନେତୃତ୍ବ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନଥିବା କଥା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.