ଜୟନ୍ତଙ୍କ ଓକିଲ ନୋଟିସ୍ ପରେ ଦାମ ଦେଲେ ଏମିତି ବିବୃତ୍ତି

Published By : Prameya-News7 Bureau | August 03, 2019 IST

ଭୁବନେଶ୍ବର ୩|୮: ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ବିରୋଧରେ ପାଟକୁରା ବିଧାନସଭା ନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ଓକିଲ ନୋଟିସ ପଠାଇବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦାମ ରାଉତ । ସେ କହିଛନ୍ତି ଯେ, ରାଜନୀତିରେ ଆରୋପ ପ୍ରତ୍ୟାରୋପ କରାଯାଏ । ଏହା ବ୍ୟକ୍ତିଗତ ନୁହେଁ ବୋଲି ଦାମ କହିଛନ୍ତି । ତାଙ୍କ ପ୍ରତିକ୍ରିୟା ଜୟନ୍ତ ପାଇଁ ନୁହେଁ, କଂଗ୍ରେସ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଦାମ କହିଛନ୍ତି। କଂଗ୍ରେସ ଦଳରେ ପ୍ରାର୍ଥୀ କିଣା ବିକା ଚାଲିଛି, ନେହେଲେ ୨୦୧୪ରେ ପାଟକୁରାରୁ ୪୨ ହଜାର ଭୋଟ୍ ପାଇଥିବା କଂଗ୍ରେସ ପ୍ରାର୍ଥୀ ୨୦୧୯ ନିର୍ବାଚନରେ କିପରି ୨୧୦୦ ଭୋଟ୍ ପାଇଲେ ବୋଲି ଦାମ ଓଲଟା ପ୍ରଶ୍ନ କରିଛନ୍ତି । ସେ କୌଣସି ଭୁଲ୍ କରିନାହାନ୍ତି ଓ ଜୟନ୍ତଙ୍କ ନୋଟିସର ଜବାବ ଦେବେ ବୋଲି ଦାମ କହିଛନ୍ତି।

ସୂଚନାଯୋଗ୍ୟ ଯେ, ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କୁ ଓକିଲ ନୋଟିସ୍ ପଠାଇଥିଲେ କଂଗ୍ରେସ ନେତା ଜୟନ୍ତ ମହାନ୍ତି । ପାଟକୁରା ନିର୍ବାଚନରେ ଅପପ୍ରଚାର କରିଥିବା ଅଭିଯୋଗ ଆଣି ଜୟନ୍ତ ଓକିଲ ନୋଟିସ୍ ପଠାଇଥିଲେ। ୧୫ଦିନରେ ଉତ୍ତର ଅଥବା ପ୍ରମାଣ ଦେବାକୁ ନୋଟିସ୍ ରେ ଉଲ୍ଲେଖ କରାଯାଇଛି । ଧାର୍ଯ୍ୟ ସମୟ ପରେ ଜୟନ୍ତ ଆଇନର ଆଶ୍ରୟ ନେବେ ବୋଲି ନୋଟିସ୍ ରେ କୁହାଯାଇଛି । ଦାମଙ୍କ ଅପପ୍ରଚାର ଯୋଗୁଁ ସେ ମାନସିକ ଭାବେ କ୍ଷତିଗ୍ରସ୍ତ ବୋଲି ଦର୍ଶାଇଛନ୍ତି ଜୟନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.