ବିଜେପିକୁ ବାଏ ବାଏ କରିଦେଲେ ବରିଷ୍ଠ ନେତା ଦାମ ରାଉତ, ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଥିବା କହିଲେ

Published By : Prameya-News7 Bureau | October 16, 2019 IST

ଭୁବନେଶ୍ୱର ୧୬।୧୦ -ଯାହା ଚର୍ଚ୍ଚା ହେଉଥିଲା ସେୟା ହିଁ ହେଲା। ଆଜି ସକାଳୁ ସକାଳୁ ବିଜେପିକୁ ବାଏ ବାଏ କରିଦେଲେ ବରିଷ୍ଠ ନେତା ଦାମ ରାଉତ। ମାତ୍ର ୬ ମାସ ଭିତରେ ସେ ବିଜେପି ସହିତ ନିଜର ସଂପର୍କ ତୁଟାଇବା ସହିତ ସଭାପତିଙ୍କ ନିକଟକୁ ନିଜ ଇସ୍ତଫା ପଠାଇଛନ୍ତି। ସେପଟେ ବିଜେପି ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିବା ବେଳେ ବିଜେଡି ବି ସେ ନେଇ ସ୍ପଷ୍ଟ ଉତ୍ତର ନ ଦେବାକୁ ଚାହିଁଛି।

{"id":170781}

 ବିଜେପି ଛାଡିଲେ ଦାମ ରାଉତ । ବରିଷ୍ଠ ବିଜେପି ନେତା ଦାମ ରାଉତ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ଦାମ ରାଉତ ।  ନିର୍ବାଚନ ସରିବା ପରେ ଦଳ ତାଙ୍କୁ ଲଗାତାର ଅଣଦେଖା କରିଚାଲିଥିବା ସେ କହିଛନ୍ତି । ତେବେ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ​ସେ ଦଳ ଛାଡ଼ିଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ତେବେ ସେ ନିର୍ବାଚନୀ ରାଜନୀତିରୁ ଦୂରେଇ ଯିବାକୁ ଚାହିଁଥିବା କହିଛନ୍ତି। କିନ୍ତୁ କୌଣସି ଦଳକୁ ଯିବା ନେଇ ସେ କିଛି ବି ସୂଚନା ଦେଇନାହାନ୍ତି।

{"id":170782}

ଦାମଙ୍କ ଇସ୍ତଫା ପରେ ତାଙ୍କ ପୁଅ ତଥା ପରାଦୀପ ବିଜେଡି ବିଧାୟକ କହିଛନ୍ତି ତାହା ବାପାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ।  ତେବେ ଦାମ ବାବୁ ଦଳକୁ ଫେରିବେ କି ପ୍ରଶ୍ନରେ ସେ କହିଛନ୍ତି  ଦଳ କଣ ନିଷ୍ପତ୍ତି ନେବ ସେ କହିପାରିବେ ନାହିଁ ।  ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ତାହା ଭଲ ନିଷ୍ପତ୍ତି । ତାଙ୍କ ବୟସ ଦୃଷ୍ଟିରୁ ରାଜନୀତିରୁ ସନ୍ୟାସ ନେବା ଉଚିତ୍ । ସେହିପରି ବିଜେଡି ନେତା ଦେବାଶିଷ ସାମନ୍ତରାୟ କହିଛନ୍ତି ଦାମ ରାଉତ କୁଆଡ଼େ ଯିବେ ସେ ହିଁ ଜାଣିଥିଲେ। ସେପଟେ ବିଜେପି କହିଛି ଦାମଙ୍କ ପ୍ରତି ଦଳ କିଛି ଅବହେଳା କରିନାହିଁ।

ଦାମଙ୍କ ଦୀର୍ଘ ଦିନର ଅନୁଭୁତି ସତ୍ତ୍ବେ ଏବେ ସେ ବିଜେଡିରୁ ଦୂରେଇ ଯାଇ ବିଜେପିରେ ମିଶିଥିଲେ। ଦାମ ଯେ ସନ୍ୟାସ ନେବେ ନ୍ୟୁଜ ସେଭେନ ବହୁ ପୂର୍ବରୁ କହିଥିଲା। ଯାହାକୁ ଦାମ  ଆଜି ସୂଚନାଦେଇ ସ୍ପଷ୍ଟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.