Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ପାଟକୁରାରୁ ପ୍ରଚାର ସାରି ଫେରିବା ପରେ ଏମିତି କହିଲେ ବରିଷ୍ଠ ବିଜେପି ନେତା ଦାମ ରାଉତ

13/07/2019 at 1:06 PM

ଭୁବନେଶ୍ବର ୧୩|୭: ପାଖେଇ ଆସୁଛି ପାଟକୁରା ନିର୍ବାଚନ । ଏବେ ସବୁ ଦଳ ଏନେଇ ଜୋରଦାର ପ୍ରଚାରରେ ମାତିଛନ୍ତି । ପୂର୍ବରୁ ଶାସକ ବିଜେଡି ଦିନରାତି ଏକ୍ କରି ପ୍ରଚାର ଚଳାଇଥିବା ବେଳେ, ଏବେ ଆକ୍ସନ ମୋଡରେ ବିଜେପି ଆଉ କଂଗ୍ରେସ । ପାଟକୁରାରୁ ନିର୍ବାଚନ ପ୍ରଚାରରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ । ପାଟକୁରା ରାଜନୀତି କଥା କହିଲେ ଲୋକେ ଶୁଣୁ ନାହାନ୍ତି । ବିଜୟ ମହାପାତ୍ରଙ୍କୁ ପାଟକୁରାବାସୀ ଭୋଟ୍ ଦେବେ ବୋଲି ଦାମ କହିଛନ୍ତି ।

ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପାଟକୁରାରେ ପ୍ରଚାର କରିବେ । ଆଜି ଡେରାବିଶ ବ୍ଲକରେ ପହଞ୍ଚିବ କଂଗ୍ରେସର ‘ପାଟକୁରା ଏକ୍ସପ୍ରେସ୍’ । ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ ଓ ଜୁଏଲ ଓରାମ ପ୍ରମୁଖ ପ୍ରଚାର ମଇଦାନକୁ ବାହାରିବେ । ସେହିପରି ବିଜେଡିର ମନ୍ତ୍ରୀ ପ୍ରତାପ ଜେନା ଓ ଲିଗାଲ ଫ୍ରଣ୍ଟର ସଦସ୍ୟ ଆଜି ଡେରାବିଶ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।

   Related Posts