“ବିଜେପି ସରକାର ଆସିଲେ ବି ମୁଁ ମନ୍ତ୍ରୀ ହେବିନି” କହିଲେ ଡାକ୍ତର ଦାମୋଦର ରାଉତ

Published By : Prameya-News7 Bureau | April 01, 2019 IST

ଭୁବନେଶ୍ବର୧|୪(ପ୍ରଶାନ୍ତ ସ୍ବାଇଁ): ବିଜୁ ବାବୁ ଏବେ ବି ମୋ ଆଦର୍ଶ ଓ ପ୍ରଜ୍ଞା ପୁରୁଷ ।ଭୁଲ ବୁଝାମଣାରୁ ନବୀନ ମୋତେ ମନ୍ତ୍ରି ମଣ୍ଡଳରୁ କାଢିଛନ୍ତି ।ପ୍ରରୋଚନାରେ ପଡି ମୋତେ ଅପମାନିତ କରିଛନ୍ତି । ଦୁର୍ନୀତିକୁ ପଦାରେ ପକାଇବାରୁ ଦଣ୍ଡ ମିଳିଲା ।ବିଜେପି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କହୁଛି ସେଥିଲାଗି  ବିଜେପିରେ ମିଶିଲି ବୋଲି କହିଛନ୍ତି ଏରସମାରୁ ବିଜେପିର ପ୍ରାର୍ଥୀ ହୋଇଥିବା ଡାକ୍ତର ଦାମୋଦର ରାଉତ ।

{"id":99088,"width":592,"height":415}

ନ୍ୟୁଜ ସେଭେନର ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗ ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ରାଜନୈତିକ ବାଧ୍ୟ ବାଧକତାରେ ଅନେକ ଘଟଣା ଘଟେ ।ରାଜନୈତିକ ପ୍ରତିବଦ୍ଧତା ନଥିବାରୁ ଟିକେଟ୍‌ ପାଇଁ କଳି ଚାଲିଛି । ରାଜନୈତିକ ଆବଶ୍ୟକତା ଯୋଗୁ ବିଜେପିକୁ ସେ ବାଛିଛନ୍ତି ।ସରକାରକୁ ହଟାଇବାକୁ ବିଜେପିରେ ମିଶିଥିବା ପ୍ରକାଶ କରିଛନ୍ତି ।୧୨୦ ମିଶନକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ ମଧ୍ୟ ବିଜେପି ସରକାର କରିବ ବୋଲି ଦୃଢୋକ୍ତି କରିଛନ୍ତି ଦାମ ।

{"id":99091,"width":593,"height":356}

 ୧୯୯୦ ମସିହା ସ୍ଥିତି ପୁଣି ଥରେ ଓଡିଶାରେ ହେବ  ବୋଲି ପୂର୍ବାନୁମାନ କରିବା ସହ ବିଜେପି ସରକାର ଆସିଲେ ବି ସେ ମନ୍ତ୍ରୀ ହେବେନି ବୋଲି ସ୍ପଷ୍ଟ କରିଛନ୍ତି ।ପୁଅ ଝିଅ ବଡ ହେଲେ ସେମାନେ ସେମାନଙ୍କ ଦମ ଓ ଭାଗ୍ୟ ବଳରେ ରାଜନୀତି କରିବା ସ୍ବଭାବିକ ବୋଲି ପୁଅ ସମ୍ବିତ ରାଉତ ବିଜେଡିରେ ରହିବା ପରିପ୍ରେକ୍ଷୀରେ ଦାମ କହିଛନ୍ତି । ପାରାଦୀପରୁ ପୁଅ ସମ୍ବିତ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି । ତଥାପି ସେ ଯାହା ପ୍ରଚାର କରିବା କଥା ତାହା କରିବେ ବୋଲି କହିଛନ୍ତି ।

{"id":99092,"width":594,"height":395}

“ଏରସମା ମୋର ଜନ୍ମ ମାଟି, ସେଠି ଅନେକ ଉନ୍ନତି କରିଛି ।ଏରସମାରେ ମୋତେ ଦଳ ହିସାବରେ କେହି ବୁଝନ୍ତନି ।ଏରସମା ଲୋକ ମୋର, ମୁଁ ତାଙ୍କର ।ମୁଁ ବିଜେପି ପଲିସି ମେକର ନୁହେଁ, ପ୍ରାର୍ଥୀ ଚୟନ ନେଇ ମୁଁ କିଛି କହିପାରିବିନି” ବୋଲି କହିଛନ୍ତି ଦାମ । ଭଲ ନେତୃତ୍ବ ଓ ବ୍ୟକ୍ତିତ୍ବକୁ ଲୋକେ ଭୋଟ ଦେବେ ।ମୋଦିଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବ ସାରା ଦେଶରେ ପ୍ରଶଂସିତ ବୋଲି ଦାମ ଟିପ୍ପଣୀ କରିଛନ୍ତି ।ମୋଦିଙ୍କ ନେତୃତ୍ବ ଓ ବ୍ୟକ୍ତିତ୍ବରେ ସେ ପ୍ରଭାବିତ ବୋଲି କହିଛନ୍ତି ।ଏମପିରେ ବିଜେଡି ଅପେକ୍ଷା ବିଜେପି ଅଧିକ ସିଟ୍ ଜିତିବ ବୋଲି ଦାମଙ୍କ ଆକଳନ ।

{"id":99093,"width":591,"height":332}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.