Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଚାଷୀଙ୍କୁ କେମିତି ୩ ଦିନ ଭିତରେ ଦେବେ ଧାନ କିଣା ପ୍ରାପ୍ୟ ? କ୍ୟାବିନେଟ ନିଷ୍ପତ୍ତିକୁ କଟାକ୍ଷ କଲେ ଦାମ

25/09/2018 at 5:02 PM

ଭୁବନେଶ୍ୱର ୨୫/୯ : ଚାଷୀଙ୍କ ଡାହାଣ କିଣା ଦେୟ ୩ ଦିନ ମଧ୍ୟରେ ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ଗତକାଲି ରାଜ୍ୟ କ୍ୟାବିନେଟ ମୋହର ମାରିଥିବା ନେଇ ପୂର୍ବତ୍ତନ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ତାତ୍ସଲ୍ୟ କରିଛନ୍ତି | ଡାକ୍ତର ରାଉତ ପ୍ରଶ୍ନ କରିଛନ୍ତି କେମିତି ଦେବେ ୩ଦିନ ଭିତରେ ? ଖାଲି ନିଷ୍ପତ୍ତି ନେଇଗଲେ ହେବନି | ଦାମ କହିଛନ୍ତି ଯେ, ଦୁର୍ନୀତି ତଳୁ ଉପର ପର୍ଯ୍ୟନ୍ତ ବ୍ୟାପି ରହିଛି | ଫସଲବୀମା ଟଙ୍କା ମଧ୍ୟ ଚାଷୀ ପାଉନାହାନ୍ତି | ଚାଷୀଙ୍କୁ ଅନଲାଇନରେ ବୀମା ଟଙ୍କା ପ୍ରଦାନ କରାଯିବ କଥା | କିନ୍ତୁ ଚାଷୀ ତାର ପ୍ରାପ୍ୟ ବୀମା ରାଶି ପାଇବା ପାଇଁ ଗଲାବେଳେ ତାଙ୍କୁ ଲାଞ୍ଚ ମଗାଯାଇଛି | ୧୦୦ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ପର୍ଯ୍ୟନ୍ତ ଵିମରସି ପାଇବା ପାଇଁ ଚାଷୀ ଲାଞ୍ଚ ଦେଉଛି ବୋଲି ଦାମ କହିଛନ୍ତି | ଏଭଳି ସ୍ଥିତିରେ କ୍ୟାବିନେଟ ନିଷ୍ପତ୍ତି ବାସ୍ତବ କ୍ଷେତ୍ରରେ କେତେ କାମ ବାସ୍ତବ କରିବ ସେନେଇ ଦାମ ସନ୍ଦେହ ବ୍ୟକ୍ତ କରିଛନ୍ତି | ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ପାଇଛନ୍ତି ସତ କିନ୍ତୁ ରାଜ୍ୟରେ କୃଷିର ସ୍ଥିତି ଅତ୍ୟନ୍ତ ଶୋଚନୀୟ |
ଚଳିତବର୍ଷ ରାଜ୍ୟରେ ୧୬ ଲକ୍ଷ ହେକ୍ଟର ଚାଷ ଜମିରେ ଚାଷ ହୋଇନପାରି ବିଲ ସବୁ ପଡିଆ ପଡି ରହିଛି | ଚଳିତବର୍ଷ ୩୫ ମକା ଚାଷ ମଧ୍ୟ ହ୍ରାସ ପାଇଛି ବୋଲି ଦାମ ସୂଚନା ଦେବା ସହ ଚାଷୀଙ୍କୁ ଠିକ ଢଙ୍ଗରେ ପ୍ରୋତ୍ସାହିତ କରାଯାଇନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି | ରାଜ୍ୟରେ ୧୮ ଲକ୍ଷ ଆଦିବାସୀ ପରିବାରଙ୍କ ଚାଷଜମି କୀ ବାସ ନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି |
ରାଜ୍ୟରେ ଭାଗଚାଷୀ ଚିହ୍ନଟ, ଭାଗଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଭାଗଚାଷୀ ଆଇନରେ ମାତ୍ର ଗୋଟିଏ ଧାଡିର ପରିବର୍ତ୍ତନ ଆବଶ୍ୟକ | କିନ୍ତୁ ରାଜ୍ୟ ସରକାର ତାହା କରିବା ମୁଡ଼ରେ ନାହାନ୍ତି ବୋଲି ଦାମ କହିଛନ୍ତି | ସେ କୃଷିମନ୍ତ୍ରୀ ଥିବା ବେଳେ ଏହି ସଂଶୋଧନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇ ଆଲୋଚନା ସାରିଥିଲା | ଶେଷରେ ଜଣେ ସରକାରୀ ବାବୁଙ୍କ ଭୟରେ କମିଟିରେ ଥିବା ମନ୍ତ୍ରୀମାନେ ପଛଘୁଞ୍ଚା ଦେଇଥିଲେ ବୋଲି ଦାମ କହିଛନ୍ତି |

   Related Posts