Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପତ୍ନୀ ସ୍ବର୍ଗତ ସ୍ନେହ ମହାପାତ୍ରଙ୍କ ଅଧା ଦରମା ଟଙ୍କାରେ ପ୍ରଥମ ନିର୍ବାଚନ ଲଢିଥିଲେ ଡାକ୍ତର ଦାମୋଦର ରାଉତ

21/03/2019 at 11:57 AM

ଭୁବନେଶ୍ବର ୨୧|୩ : ଆଉ ନାହାନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା ମହାପାତ୍ରା । ସ୍ନେହଲତା ୧୯୬୯ ମସିହାରେ ଦାମୋଦର ରାଉତଙ୍କୁ ପ୍ରେମ ବିହାର କରଥିଲେ । ଦାମୋଦର ରାଉତ ସେତେବେଳେ ଅଲ୍ ଓଡିଶା ଭେଟନାରୀ ଇନଫରମେସନ ଅଫିସର ଥିଲେ । ଆକ୍ସିଡେଣ୍ଟାଲି ଦାମଙ୍କ ସହ ଦେଖା ହୋଇଥିଲା ସ୍ନେହଲତାଙ୍କର । ଦାମ ବାବୁଙ୍କ ପ୍ରାକ୍ଟିକାଲ କଥା, କହିବାର ଶୈଳୀ ସ୍ନେହଲତାଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରିଥିଲା । ପରେ ଉଭୟଙ୍କ ଘରେ ପ୍ରସ୍ତାବ ପଡି ବିବାହ ହୋଇଥିଲା ।

ସ୍ନେହଲତା ଜଣେ ଶିକ୍ଷୟିତ୍ରୀ ଥିଲେ । ବିବାହ ପରେ ସେ ଚାକିରୀ ଛାଡିଦେଇଥିଲେ । ରାଜନୀତି ପାଇଁ ସ୍ନେହଲତାଙ୍କର ଦୁର୍ବଳତା ଥିଲା । ପ୍ରାର୍ଥୀ ହେବା ପାଇଁ ସ୍ନେହଲତାଙ୍କ ନାଁ ମଧ୍ୟ ଯାଇଥିଲା । ମାତ୍ର ତାଙ୍କର ଉପଯୁକ୍ତ ବୟସ ହୋଇନଥିବା ଯୋଗୁଁ ତାଙ୍କୁ ପ୍ରାର୍ଥୀ କରାଯାଇନଥିଲା । ବିବାହ ପରେ ସ୍ନେହଲତା ବିଇଡି କରୁଥିଲେ । ସେହି ସମୟରେ ଦାମ ବାବୁ ଚାକିରୀରୁ ଇସ୍ତଫା ଦେଇଦେଇଥିଲେ । ସ୍ନେହଲତାଙ୍କ ସହ ପରାମର୍ଶ ନକରି ଦାମ ବାବୁ ଚାରିକୀ ଛାଡିଥିବାରୁ ତାଙ୍କୁ ବହୁତ ବାଧିଥିଲା । ଚାକିରୀ ଛାଡିବା ପରେ  ବିଜୁ ବାବୁଙ୍କ ଦଳରେ ଦାମ ବାବୁ ଯୋଗଦେଇଥିଲେ । ସେହି ସମୟରେ ଦାମ ବାବୁ ଏବଂ ସ୍ନେହଲତାଙ୍କ ୪ଟି ପିଲା ଛୋଟ ଛୋଟ ଥିଲେ । ୪ଟି ପିଲାଙ୍କୁ ଚଳାଇବା ପାଇଁ କଷ୍ଟକର ହୋଇଥିବାରୁ ବାଧ୍ୟ ହୋଇ ସ୍ନେହଲତା ସେତେବେଳେ ଚାକିରୀ କରିଥିଲେ । ସରକାରୀ ଚିକିରୀ ପାଇଁ ସେ ପରୀକ୍ଷା ଦେଇସାରିଥିଲେ ମଧ୍ୟ ପୋଷ୍ଟିଂ ହୋଇନଥିଲା । ଫଳରେ ଜଗତସିଂହପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଲିଭ୍ ଭାକେନ୍ସି ପୋଷ୍ଟରେ ଚାକିରୀ ପାଇଥିଲେ । ଛୁଆମାନଙ୍କୁ ନଣନ୍ଦଙ୍କ ଘରେ ଛାଡି ସେ ଚାକିରୀ କରିବାକୁ ଯାଉଥିଲେ ।

ପରେ ସେ ଏରସମା ଅଞ୍ଚଳର ଏକ ୟୁଜିଏମଇ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲା । ଦାମ ବାବୁ ସେହି ସମୟରେ  ନିର୍ବାଚନ ଲଢି ହାରିଯାଇଥିଲେ । ଦାମ ବାବୁ ଯେତିକି ଭୋଟ୍ ରେ ହାରିଥିଲେ ବିଜୁ ବାବୁ ସେତିକି ଭୋଟ୍ ରେ ଜିତିଥିଲେ । ପୁରଷର ଉନ୍ନତି ପଛରେ ଜଣେ ନାରୀର ହାତ ଥାଏ । ଦାମବାବୁଙ୍କ ପଛରେ ମଧ୍ୟ ସ୍ନେହଲତାଙ୍କ ପ୍ରେରଣା ନଥିଲା । ସ୍ନେହଲତା ଦାମ ବାବୁଙ୍କ ପାଇଁ ଛୁଟି ନେଇ ପ୍ରଚାର ମଧ୍ୟ କରିଥିଲେ । ନାରୀର ପ୍ରେରଣା ନଥିଲେ ଜଣେ ପୁରୁଷ ଆଗକୁ ବଢିପାରେନି । ସ୍ନେହଲତାଙ୍କ ଦରମାର ଅଧା ପଇସାରେ ଘର ଚଳୁଥିବା ବେଳେ ଅଧା ପଇସାରେ ଦାମ ବାବୁ ରାଜନୀତି କରୁଥିଲେ । ସେତେବେଳେ ରାଜନୀତିରେ ଲାଭଦାୟକ ନଥିଲା । ଲୋକମାନଙ୍କ ପାଇଁ ଦାମ ବାବୁ ସବୁବେଳେ କାମ କରୁଥିଲେ । ସେ ଲୋକମାନଙ୍କ ସମସାୟରେ ସବୁ ସମୟରେ ଛିଡା ହେଉଥିଲେ ।

ବିଭିନ୍ନ ସମୟରେ ଦାମ ବାବୁଙ୍କ ନାଁରେ ବିଭିନ୍ନ ଅଭିଯୋଗମାନ ଆସୁଥିଲା । ସେହି ସମୟରେ ସ୍ନେହଲତା ତାଙ୍କ ସହ ଛିଡାହେଉଥିଲେ । ଦାମ ବାବୁଙ୍କ ନାଁରେ କେହି କିଛି କହିଲେ ତାଙ୍କୁ କିଛି ଫରକ ପଡୁନଥିଲା । ଦାମ ବାବୁ ସ୍ପଷ୍ଟବାଦୀ ଥିବାରୁ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିଲା । ସ୍ନେହଲତା ସେହି ସମୟରେ ଦାମ ବାବୁଙ୍କୁ ସହଯୋଗ କରୁଥିଲେ ।

ଦାମ ବାବୁ ଏବଂ ସ୍ନେହଲତାଙ୍କ ୪ଟି ସନ୍ତାନ । ବଡ ଝିଅ ପ୍ରିତିନନ୍ଦା ରାଉତରାୟ ଜଣେ ଭଲ କଂଠଶିଳ୍ପୀ । ତା ତଳେ ଦୁଇ ଜାଆଁଳା ସନ୍ତାନ । ଜାଆଁଳା ସନ୍ତାନଙ୍କ ମଧ୍ୟରେ ଗୋଟିଏ ଝିଅ ଏବଂ ପୁଅ ସମ୍ବିତ ରାଉତ ଜଣେ ରାଜନେତା । ସାନ ପୁଅଙ୍କ ବିୟୋଗ ହୋଇସାରିଛି । ସାନ ପୁଅଙ୍କ ବିୟୋଗ ପରେ ଉଭୟ ଦାମ ବାବୁ ଏବଂ ତାଙ୍କ ପତ୍ନୀ ସ୍ନେହଲତା ବହୁତ ଭାଙ୍ଗିପଡିଥିଲେ । ଏକ ସାକ୍ଷାତକାରରେ ସ୍ବର୍ଗତ ସ୍ନେହଁଲତା ଏମିତି କିଛି ଅନୁଭୂତି ବାଣ୍ଟିଥିଲେ ୪ ବର୍ଷ ତଳେ ।

   Related Posts