Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପାଟକୁରାରେ ପୋଲିସ ସାଧା ପୋଷାକରେ ବିଜେଡି ପାଇଁ ପ୍ରଚାର କରୁଛି ବୋଲି ଦାମ ଆଣିଲେ ଅଭିଯୋଗ, କହିଲେ ବିଜେଡି-କଂଗ୍ରେସ ଭାଇ ଭାଇ

13/07/2019 at 6:08 PM

ପାଟକୁରା ୧୩|୭: ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଯେତିକି  ପାଖାଉଛି ହାଇଭୋଲଟେଜ ପ୍ରଚାର ସେତିକି ଯୋର ଧରୁଛି। କଂଗ୍ରେସ, ବିଜେପି ଓ ବିଜେଡି ତିନି ଦଳର ପ୍ରଚାରରେ ଲାଗିଛନ୍ତି ହେବିଓ୍ବଟ ନେତା । ଆଜି ପିସିସି ସଭାପତି ନରସିଂହ ମିଶ୍ର ପ୍ରଚାର କରିଛନ୍ତି । ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ ପ୍ଚରାର କରିବାକୁ ଥିବାବେଳେ ୧୭ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିବେ ପ୍ରଚାର ମଙ୍ଗ । ସେପଟେ ବିଜେପି ବରିଷ୍ଠ ନେତା ଦାମୋଦର ରାଉତ ପୋଲିସ ସାଦା ପୋଷାକରେ ପାଟକୁରାରେ ପ୍ରଚାର କରୁଛି ବୋଲି ଅଭିଯୋଗ ଆଣିଛନ୍ତି । ଏହା ସହ କଂଗ୍ରେସ ଭୋଟକୁ କିଣିବାକୁ ବିଜେଡି ମୁଲଚାଲ କରୁଛି ବୋଲି କହିଛନ୍ତି ଦାମ ବାବୁ ।  ଏହାର ଜବାବ ରଖିଛି ବିଜେଡି ।

ପାଟକୁରା ଯୁଦ୍ଧ ମଇଦାନରେ ରଥୀ ମହାରଥୀ ।ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାରବି ସେତିକି ଯୋର ଧରୁଛି ।  ପାଟକୁରାରେ ଡେରା ପକାଇଥିବା ତିନି ଦଳର ଛାମୁଆ ନେତା ଯୋରଦାର ପ୍ରଚାର ଚଳାଇଛନ୍ତି । ବିଜେଡି ଯୁବ ସମାବେଶ, ପଦଯାତ୍ରା ସହ ଘର ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି  ହେବିଓ୍ବେଟ ନେତା , ମନ୍ତ୍ରୀ ଓ ବିଧାୟକ ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପାଟକୁରା ଓ ଗରଦପୁରରେ  ବ୍ଲକରେ ପ୍ରଚାର ମଙ୍ଗ ଧରିଥିବାବେଳେ ମନ୍ତ୍ରୀ ପ୍ରତାପ ଜେନା ଡେରାବିଶରେ ଧରିଛନ୍ତି ପ୍ରଚାରମଙ୍ଗ ।ଆଉ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୧୭ରେ ଦଳ ଲାଗି ପ୍ରଚାର କରିହବେ । ସେମିତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ସାଙ୍ଗରେ ନେଇ  ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ସମୀର ଦେ ସାଂସଦ ଜୁଏଲ ଓରାମ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ବୈଜୟନ୍ତ ପଣ୍ଡା ବିଭିନ୍ନ ଅଂଚଳରେ ଭୋଟ ଭିକ୍ଷା କରିଛନ୍ତି ।

ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଟକୁରାରେ ମାରାଥନ ପ୍ରଚାର କରିବେ । ୨୦ଟି ରୋଡ ସୋ ଓ ସଭା କରି ପ୍ରଚାର କରିବେ ଧର୍ମେନ୍ଦ୍ର । ସେପଟେ କଂଗ୍ରେସ୍ ମୁଖିଆ ପିସିସ ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ବରିଷ୍ଠ କଂଗ୍ରେସ୍ ନେତା ବିଧାୟକ ନରସିଂହ ମିଶ୍ର , ବିଧାୟକ ସୁର ରାଉତରାୟ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ସପକ୍ଷରେ ଡେରାବିଶ ବ୍ଲକ୍ ରୁ ପ୍ରଚାର ଆରମ୍ଭ କରିଛନ୍ତି।

ସେପଟେ ପାଟକୁରା ନିର୍ବାଚନରେ ସ୍ବାଭିମାନ ବନାମ ବେଇମାନ ବଡ ପ୍ରସଙ୍ଗ ପାଲଟିଛି । ଉଭୟ ବିଜେପି ଓ ବିଜେଡି ଏହାକୁ ପ୍ରସଙ୍ଗ କରିଛନ୍ତି । ବିଜେପି ବିଜୟ ମହାପାତ୍ରଙ୍କ ବିଜୟ ସ୍ବାଭିମାନର ବିଜୟ କହୁଥିବାବେଳେ ବିଜେଡି ମଧ୍ୟ ଦଳୟୀ ପ୍ରାର୍ଥୀ ସାବିତ୍ରୀଙ୍କ ବିଜୟ ହେଲେ ସ୍ବର୍ଗତ ବିଜୁଙ୍କ ସ୍ବାଭିମାନର ବିଜୟ ହେବ ବୋଲି କହୁଛି ।

ସେପଟେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ବିଜେଡି ବିରୋଧରେ ସଙ୍ଗୀନ ଆରୋପ ଆଣିଛନ୍ତି । ପାଟକୁରାରେ ପୋଲିସ ସାଦା ପୋଷାକରେ ପ୍ରଚାର କରୁଛି ବୋଲି ଆରୋପ ଆଣିଥିବା ଦାମ ବାବୁ ବିଜେଡି ସଂଗ୍ରେସ ପ୍ରାର୍ଥୀଙ୍କ ଭାଇକୁ ଡାକି ଭୋଟ କିଣିବାକୁ ମୁଲଚାଲ କରୁଛି ବୋଲି କହି ପାଲଟା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହାର ଜବାବ ରଖିଛି ବିଜେଡି ଆଉ କଂଗ୍ରେସ କହିଛି ବିଜେପି ତାର ନିଜ ଦଳ କଥା ସମ୍ଭାଳୁ ।

ଏବେ ଚର୍ଚ୍ଚାରେ ଥିବା ପାଟକୁରା ଭୋଟ ଲାଗି ସରଗରମ ହୋଇ ଉଠିଛି ରାଜେନୈତିକ ବାତାବରଣ । ତେବେ ହାଇଭୋଲଟେଜ ପ୍ରଚାରର କତେ ଭୋଟର ଭଳିବେ ଓ କିଏ ସ୍ବାଭିମାନୀ ଆଉ କିଏ ବେଇମାନୀ ତାହା ଭୋଟ ରେଜଲ୍ଟ ହିଁ କହିବ ।

   Related Posts