Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସୁରଙ୍କ ପରେ ଫିଟନେସ ଭିଡିଓ ନେଇ ନବୀନଙ୍କୁ ଚ୍ୟାଲେଞ୍ଜ ଦେଲେ ଦାମ: କହିଲେ ଏତେ ଯଦି ଫିଟ୍ , ଆସ ପିଏମଜିରେ ୧୫ ମିନିଟ ଠିଆ ହୋଇ ବିତର୍କ କର…

6/04/2019 at 5:20 PM

ଭୁବନେଶ୍ବର୬|୪ (ଲକ୍ଷ୍ମୀଧର ମହାପାତ୍ର): ମୁଖ୍ୟମନ୍ତ୍ରୀଙ୍କ ଫିଟନେସ ଭିଡିଓ ଭାଇରାଲକୁ ରାଜ୍ୟରାଜନୀତି ଏବେ ସରଗରମ।। ହାଇଟେକ ବସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ନେଇ ବିରୋଧୀ ମୁଖ୍ୟମନ୍ତ୍ରୀ ଅନଫିଟ ଥିବା​‌ କଥା ଉଠାଇଥିଲେ । ଯେଉଁଥିପାଇଁ ବିଜେଡି ଏବେ ପଦାକୁ ଛାଡିଛି ମୁଖ୍ୟମନ୍ତ୍ରୀଙ୍କ ଫିଟନେସ ମନ୍ତ୍ର । ଏଭଳି ଭିଡିଓକୁ କିନ୍ତୁ ବିଶ୍ବାସ କରୁନାହାନ୍ତି ବିରୋଧୀ । ଫିଟ ଥିବା ପ୍ରମାଣିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଉଭୟ କଂଗ୍ରେସ ଓ ବି​‌ଜେପି ।

 ଫେସବୁକ୍‌ଠାରୁ ଟ୍ବିଟର କିମ୍ବା ହ୍ବାଟସ୍‌ ଆପ। କାଲିରାତିଠାରୁ ବୁଲୁଛି ଏହି ଭିଡିଓ। ନୂଆ ରୂପରେ ନବୀନ ।….( Ready to fight…) ନବୀନଙ୍କ ଫିଟ୍‌ନେସ୍‌ ଫଣ୍ଡା ।  ଏହି ଭିଡିଓ ଇଣ୍ଟରନେଟରେ ଯେତିକି ଭାଇରାଲ ହୋଇଛି ରାଜନୀତି ମହଲରେ ମଧ୍ୟ ସେତିକି ଝଡ଼ ସୃଷ୍ଟି କରିଛି । ନବୀନଙ୍କୁ ଚ୍ୟାଲେଞ୍ଜ ଦେଲେ ବିରୋଧୀ । କିଏ ଚାଲିବାକୁ ଚ୍ୟାଲେଞ୍ଜ ଦେଇଛି ତ ଆଉ କିଏ ଠିଆ ହୋଇ ବିତର୍କ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁରରାଉତରାୟ  ନବୀନଙ୍କ ଏପରି ଭିଡିଓକୁ ଆକ୍ଟିଂ ଓ ଆକ୍ସନ ବୋଲି କହିଛନ୍ତି । ଯଦି ନବୀନ ଫିଟ ଅଛନ୍ତି ତାହେଲେ ମୋ ସହିତ ମାଷ୍ଟରକ୍ୟାଣ୍ଟିନ ଛକରୁ ରାଜମହଲ ପର୍ଯ୍ୟନ୍ତ ଚାଲନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି । ଯଦି ଟପିଯିବେ ତାହେଲେ ଫିଟ ବୋଲି ଜାଣପଡିବ ବୋଲି କହିଛନ୍ତି ସୁର ରାଉତରାୟ । ଏପଟେ ନବୀନ ଏଭଳି ଫିଟ ଭିଡିଓ ଦେଖି ଆଟାକିଂ ମୁଡରେ ଥିବା ଦାମ ରାଉତ ପଛରେ ପଡିବେ କମିତି । ସେ ବି ନବୀନଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ନବୀନ ଅଭିନୟ କରୁଛନ୍ତି। ଯଦି ଏତେ ଫିଟ ତାହେଲେ ପିଏମଜି ଛକରେ ୧୫ ମିନିଟ ଠିଆ ହୋଇ ବିତର୍କ କରନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି।

 

ନିର୍ବାଚନ ସମୟରେ ନବୀନଙ୍କ ଏଭଳି ଭିଡିଓ ବିରୋଧୀଙ୍କୁ ଚକିତ କରିଛି । କାରଣ  ନବୀନ ଫିଟ ନଥିବା କହି ନାନାଦି ଇସ୍ୟୁ କରିଆସୁଥିଲେ।  ହେଲେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଭିଡିଓ ଭାଇରାଲ  ହେବା ପରେ ବିରୋଧୀଙ୍କ ପୁରା ପ୍ରସଙ୍ଗ ଫିକା ପଡିଯାଇଛି।

ମୁଣ୍ତ ଉପରେ ନିର୍ବାଚନ ଥିବା ମୁଖ୍ୟମନ୍ତ୍ରୀ ହାଇଟେକ ବସରେ ନିର୍ବାଚନ ପ୍ରଚାର କରୁଛନ୍ତି ।  ତେବେ ବିରୋଧୀ କହୁଛନ୍ତି ନବୀନ ଫିଟ ନଥିବାରୁ ଏଭଳି ବସ ବ୍ୟବସ୍ଥା କରାଯାଇଛି । ଏପରିକି କିଛି ଦିନ ତଳେ ମୋଦି ଜୟପୁରରେ ରାଲିରେ  ନବୀନଙ୍କ ଆଡ଼଼କୁ ଆକ୍ଷେପ କରିଥିଲେ। ଏସି ସରକାର ହଲଢଲକର ଚଲେ ବୋଲି କହିଥିଲେ, ମୋଦିଙ୍କ ଏହି କଥା ନବୀନଙ୍କ ଫିଟନେସ ଆଡ଼କୁ ଇସାରା କରୁଥିଲା।  ଆଉ ଆଜି ମୋଦି ପୁଣି  ଓଡ଼ିଶା ଆସିବା ପୂର୍ବରୁ ନବୀନ ଏମିତି ଭିଡ଼ିଓ ଛାଡ଼ି ସମସ୍ତଙ୍କୁ ଘୁରେଇ ଦେଇଛନ୍ତି।

   Related Posts