ଉପ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ ଦାମ ରାଉତ: ବିଜେଡି ପାଇଁ କରିବେ ପ୍ରଚାର
30/10/2020 at 1:30 PM

ଭୁବନେଶ୍ବର୩୦/୧୦: ଶେଷରେ ଉପ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଳାଇବେ ବରିଷ୍ଠ ରାଜନେତା ଦାମ ରାଉତ। ବିଜେଡି ପାଇଁ ପ୍ରଚାର କରିବେ ଦାମ ରାଉତ। ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଦାମ ପ୍ରଚାର କରିବେ। ବହୁ ବାଦ ବିବାଦ ପରେ ବିଜେଡି ଲାଗି ସେ ପ୍ରଚାର କରିବେ।
ସୂଚନା ଥାଉକି, ବିଜେଡି ଛାଡି, ବିଜେପିରେ ଦାମ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ପୁଣି ପଦ୍ମ ଛାଡି ସକ୍ରିୟ ରାଜନୀତିରୁ ଟିକେ ଦୂରେଇ ଯାଇଥିଲେ। ପୁଣି ବିଜେଡି ପାଇଁ ପ୍ରଚାର କରିବେ ବୋଲି ଦାମ ଅଣ୍ଟା ଭିଡିଛନ୍ତି। ତିର୍ତ୍ତୋଲ ଅଞ୍ଚଳରେ ଦାମଙ୍କ ଦବଦବା ଥିବା କୁହାଯାଉଥିବା ବେଳେ ବିଜେଡି ଦାମଙ୍କୁ ଅସ୍ତ୍ର କରି ପ୍ରଚାର ମୈଦାନକୁ ଛାଡିବ। ଦାମଙ୍କ ପ୍ରଚାର ବିରୋଧୀ ଦଳକୁ ଘାଇଲା କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021