ରାଣୀ ପଣ୍ଡାଙ୍କ ପରେ ଦାମ ପଣ୍ଡା: ହାତରୁ ଟଙ୍କା ଖର୍ଚ୍ଚ କରି ଘର ଘର ବୁଲି ବେଣୁଙ୍କ ପାଇଁ ମାଗିବେ ଭୋଟ୍‌

Published By : Prameya-News7 Bureau | October 22, 2020 IST

ବାଲେଶ୍ବର୨୨/୧୦: ବାଲେଶ୍ବର ଉପ ନିର୍ବାଚନରେ ୯୦ ବର୍ଷର ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ୍‌ଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ଯାତ୍ରା ଜଗତର ସୁନାମଧନ୍ୟ କଳାକାର ଦାମ ପଣ୍ଡା। ଯାହାଙ୍କ ଡାଇଲଗ୍‌ରେ ମଞ୍ଚ ଫାଟି ପଡେ। ତାଙ୍କ ନାଁ ଶୁଣିଲେ ପେଣ୍ଡାଲ ପାଖରେ ଦର୍ଶକଙ୍କ ଭିଡ ଲାଗେ। ସେ ନିଜେ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ବେଣୁଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି ଦାମ ନିଜେ କହିଛନ୍ତି। ଆସନ୍ତା ରବିବାର ପ୍ରଚାର ମୈଦାନକୁ ଓହ୍ଲାଇବେ ଦାମ ପଣ୍ଡା।

{"id":349102,"width":556,"height":417,"sizeSlug":"large"}

ସେହିପରି ଯାତ୍ରା ଜଗତରେ ରାଣୀ ପଣ୍ଡା ମଧ୍ୟ ବେଣୁଙ୍କ ପାଇଁ ପ୍ରଚାର କରି​‌ବେ ବୋଲି ସୋସିଆଲ ମିଡିଆରେ ନିଜର ମତବ୍ୟକ୍ତ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ବେଣୁଧରଙ୍କ ପ୍ରଚାର ପାଇଁ ରାଣୀ ପଣ୍ଡା ପରେ ଦାମ ପଣ୍ଡା ବାହାରିଛନ୍ତି। କେବଳ ଏହି ଦୁଇଜଣ ନୁହନ୍ତି ବହୁ, ଆଇନ୍‌ଜୀବୀ ଏବଂ ସମାଜସେବୀ ମଧ୍ୟ ତାଙ୍କ ପ୍ରଚାର ମୈଦାନକୁ ଓହ୍ଲାଇବେ।

{"id":349103,"sizeSlug":"large"}

 ଅନ୍ୟପଟେ ବାଲେଶ୍ବର ଉପ-ନିର୍ବାଚନ ପାଇଁ ଅଣ୍ଟା ଭିଡିଲେଣି ୩ ପ୍ରମୁଖ ଦଳ। ପୁଣି ପ୍ରଚାର ମୈଦାନରେ ବାହାରି ପଡିଲେଣି ୩ ପ୍ରମୁଖ ଦଳର ଟାଣୁଆ ପ୍ରାର୍ଥୀ। ଘନ ଘନ ପ୍ରଚାର ସାଙ୍ଗକୁ ବିକାଶ ଦ୍ବାହି ଦେଇ ଭୋଟ୍ ମାଗିବା ଆରମ୍ଭ ଆରମ୍ଭ କରିଦେଲେଣି ୩ ଦଳର ପ୍ରାର୍ଥୀମାନେ। ଏହା ମଧ୍ୟରେ ହେଭିଓ୍ବେଟ୍‌ ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ୯୦ ବର୍ଷର ବେଣୁଧର ବାରିକ୍ ସ୍ବାଧୀନ ପ୍ରାର୍ଥୀ ଭାବେ ବାଲେଶ୍ବର ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଏହି ନିର୍ବାଚନୀ ଅଙ୍କକଷାରେ ବେଣୁଧର ପାସ୍ ହୋଇଯିବିନି ତ? ହେଭିଓ୍ବେଟ ନେତାଙ୍କୁ ପଡିବ କି ମହଙ୍ଗା? ଏମିତି ଅନେକ କଥା ବିଭିନ୍ନ ମହଲରେ ଗୁଞ୍ଜରଣ ହୋଇଛି।  

{"id":349104,"width":555,"height":416,"sizeSlug":"large"}

ସେ କହିଛନ୍ତି ଲୋକଙ୍କ ଭଲ ପାଇବା ମୋ ପୁଞ୍ଜି । ଏହାକୁ ପାଥେୟ କରି ମୁଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛି । ଜୀବନ ତମାମ ଖଟିଖିଆ ମେହନତି ମଣିଷ, ବାସ୍ତିବାସିନ୍ଦାଙ୍କ ସ୍ଥାୟୀ ଜମି ପଟ୍ଟା ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲଢ଼େଇ କରି ଆସିଛି । ଏହି ଲଢ଼େଇ ମଧ୍ୟ ଆଗାମୀ ଦିନରେ ଚାଲିବ ।

ଲୋକେ ନିଶ୍ଚିତ ଭାବେ ମୋତେ ଭୋଟ ଦେବେ । ବିଧାୟକ ଭାବେ ନିର୍ବାଚିତ ହେବା ପରେ ବସ୍ତିବାସିନ୍ଦାଙ୍କ ସମସ୍ୟା ବିଧାନସଭାରେ ଉପସ୍ଥାପନ କରିବି । କେବଳ ବାଲେଶ୍ୱର ନୁହେଁ, ତମାମ ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ କେମିତି ସ୍ଥାୟୀ ଜମି ପଟ୍ଟା ମିଳିବ, ସେନେଇ ଆନ୍ଦୋଳନ କରିବି । ଏମିତି ଭାବେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବେଣୁଧର ବାରିକ । ଚଳିତ ସଦର ଉପନିର୍ବାଚନରେ ଶ୍ରୀ ବାରିକ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.