ଦାମ ନୂଆ ଦଳ ଗଠନ କରିବେ ନା ସମତା କ୍ରାନ୍ତିରେ ଯୋଗ ଦେବେ ? ସମତା କ୍ରାନ୍ତିର ବ୍ରଜ ତ୍ରିପାଠୀ କହିଲେଣି ଦଳ ନାଁରେ ବିଜୁ ଯୋଡାଯିବ କି ନାହିଁ ସନ୍ଦେହ

Published By : Prameya-News7 Bureau | November 11, 2018 IST

ଭୁବନେଶ୍ବର ୧୧|୧୧: ବିଜୁ ସମତା କ୍ରାନ୍ତି ଦଳ ଗଠନ ନେଇ ଉଠିଲାଣି ସନ୍ଦେହ । ବ୍ରଜକିଶୋର ତ୍ରିପାଠୀଙ୍କ ନେତୃତ୍ବାଧୀନ ସମତା କ୍ରାନ୍ତି ଦଳ ସହ ଡାକ୍ତର ଦାମଦୋର ରାଉତ ମିଶି ପାରନ୍ତି । ବିଜୁଙ୍କ ନାଁ ସମତାକ୍ରାନ୍ତି ଦଳରେ କେମିତି ଯୋଡ଼ି ହେବ ସେନେଇ ଏପର୍ଯ୍ୟନ୍ତ ଅଙ୍କ ଛିଡୁନି।  ଏପଟେ ଦାମଙ୍କ ପାର୍ଟି ଅନ୍ୟ ଦଳ ପରି ଅସ୍ତିତ୍ବ ହରାଇବ ବୋଲି ବିଜେଡି ନେତା କହିଛନ୍ତି । କିନ୍ତୁ କଂଗ୍ରେସ ବିଜେଡି ଭୋଟ ମାଇନସ ଆଶାରେ ସ୍ବାଗତ କରିଥିବା ବେଳେ ବିଜେପି କହିଛି କିଛି ଫରକ ପଡିବନି… ଦାମ ଘୋଷଣା କରିଦେଲେ ଗଢ଼ିବେ  ବିଜୁ ସମତା କ୍ରାନ୍ତି ଦଳ। ଏବେ କିନ୍ତୁ ଥ-ଥ-ମ-ମ ହେଲେଣି ଦାମ । କାରଣ ସମତା​‌ କ୍ରାନ୍ତି ଦଳରେ ବିଜୁ ନାଁ ଯୋଡ଼ି ହେବ କି ନାହିଁ ସେଥିରେ ସନ୍ଦେହ ଉପୁଜିଛି। ସମତା କ୍ରାନ୍ତି ସାଧରଣ ପରିଷଦ ବୈଠକରେ ବି ଏ ବାବଦ ନିଷ୍ପତି ହୋଇନି । ସେହିପରି ନିର୍ବାଚନ କମିଶନଙ୍କ ପାଖରେ ମଧ୍ୟ ଆଇନ୍ ଗତ ସମସ୍ୟା ସୃ୍ଷ୍ଟି ହୋଇପାରେ ।  ତେବେ ଦାମ କହିଛନ୍ତି ବିଜୁ ଜନତାଦଳରୁ ଆଘାତ ପାଇଥିବା ବିଜୁ ଅନୁଗତ ତାଙ୍କ ସାଙ୍ଗରେ ମିଶିବେ । ସେନେଇ ଆଲୋଚନା ଜାରି ରହିଛି। ଏପଟେ ବ୍ରଜ ତ୍ରିପାଠୀ ବିଜେଡି ବିରୋଧରେ ମହାଗଠବନ୍ଧନ ନେଇ ଇସାରା ଦେଇଛନ୍ତି । ଦାମଙ୍କ ନୂଆ ଦଳ ଘୋଷଣାକୁ ନେଇ ବିଜେଡି ବିବ୍ରତ ନୁହେଁ । ହେବ ବା କେମିତି। ଦାମଙ୍କ କଟ୍ଟର ବିରୋଧୀ ଦେବାଶିଷ ସାମନ୍ତରାୟ କହିଛନ୍ତି ୨୦୦୦ ମସିହାରୁ ଏମିତି ଅନେକ ପରୀକ୍ଷା ଫେଲ ମାରିଛି। ବିଜୟ, ପ୍ୟାରୀଙ୍କ ଉଦାହରଣ ଦେଇଛନ୍ତି।  ଦାମ ବାବୁ ବି ଅସ୍ଥିତ୍ବ ହରାଇବେ ବୋଲି କହିଛନ୍ତି ଦେବାଶିଷ । ଏପଟେ କଂଗ୍ରେସ ବିଜେଡିର ଭୋଟ ମାଇନସ ହେବା ଆଶାରେ ଦାମଙ୍କ ନୂଆ ଦଳକୁ  ସ୍ବାଗତ କରିଛି। ବିଜୁ ଜନତା ଦଳରୁ ବାହାରିବା ପରେ  ବିଜୟ ମହାପାତ୍ର,  ପ୍ୟାରୀମୋହନ ମହାପାତ୍ର, ବ୍ରଦ ତ୍ରିପାଠୀ ବି ବିଜେଡିକୁ ଟକ୍କର ଦେବା ପାଇଁ ଦଳ ଗଢ଼ିଥିଲେ । ସମସ୍ତେ ଅସ୍ଥିତ୍ବ ହରାଇଛନ୍ତି ଏବେ ଦାମ ବାବୁ ବିଜୁ ଅନୁଗତଙ୍କୁ ଏକାଠି କରି ଦଳ ଗଢ଼ିବାର ହୁଂକାର ଦେଇଛନ୍ତି। ଯାହାର ପରୀକ୍ଷାଫଳ ୧୯ରେ ଜଣା ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.