୨୨ ଘଣ୍ଟାରେ ଧୋଇଗଲା ୨୨୦୦ କୋଟି ଟଙ୍କାର ଡ୍ୟାମ୍

Published By : Prameya-News7 Bureau | August 31, 2019 IST

ରାଞ୍ଚି - ୨୨ ଘଣ୍ଟାରେ ଧୋଇଗଲା  ୨୨୦୦ କୋଟି ଟଙ୍କାର ଡ୍ୟାମ୍ । ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର ୨୨ ଘଣ୍ଟା ନପୂରୁଣୁ ଧୋଇ ହୋଇ ଯାଇଛି ୨୧ ଶହ ୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଡ୍ୟାମ ।

 ଝାଡ଼ଖଣ୍ଡର ହଜାରୀବାଗ୍‌ରେ କୋନାର ନଦୀ ଉପରେ ନିର୍ମିତ ହୋଇଥିବା ଏହି ଡ୍ୟାମକୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବୁଧବାର ଦିନ ଉଦଘାଟନ କରିଥିଲେ । ମାତ୍ର ଉଦଘାଟନ ହେବା ପରେ ୨୪ ଘଣ୍ଟା ମଧ୍ୟ ତିଷ୍ଠିବାରେ ସକ୍ଷମ ହୋଇନାହିଁ ଏହି ଡ୍ୟାମ । ୪୨ ବର୍ଷ ପୂର୍ବେ ୧୨ କୋଟିର ଅଟକଳ ସହ ଏହି ଡ୍ୟାମର ପରିକଳ୍ପନା ହୋଇଥିଲା । ମାତ୍ର ପରେ ଦୀର୍ଘ ସମୟ ଧରି ଡ୍ୟାମ କାର୍ଯ୍ୟ ଶୀତଳ ଭଣ୍ଡାରରେ ପଡ଼ି ରହିବା  ପରେ ଶେଷରେ ୨୧୭୬ କୋଟି ବ୍ୟୟରେ ଡ୍ୟାମ ନିର୍ମାଣ ହୋଇଥିଲା ।

 ତେବେ ଡ୍ୟାମର ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବାକୁ ଆଉ କିଛି ଅଂଶ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ଆଚରଣ ବିଧି ଲାଗୁ ହେବା ଆଗରୁ ଏହା ଉଦଘାଟନ କରିଦେଇଥିଲେ । ଏହାର ଫଳସ୍ବରୂପ ଡ୍ୟାମ ଠାରୁ ୧୬ କିଲୋମିଟର ଦୂରରେ ଥିବା ଘୋସଗା ନିକଟସ୍ଥ ଆନିକଟ ପ୍ରଥମେ ଧୋଇ ହୋଇଯାଇଥିଲା । ଏହା ପରେ ସମ୍ପୂର୍ଣ୍ଣ ଡ୍ୟାମ ଡ୍ୟାମେଜ ହୋଇଥିବା ବେଳେ ୩୫ରୁ ଅଧିକ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ଘଟଣାର ତଦନ୍ତ ପାଇଁ ତିନିଜଣିଆ କମିଟି ଗଠନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.