Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ଦାମଙ୍କ ଆଉ ଏକ ବାଣ: ମନ୍ତ୍ରୀପଦ ଯିବା ପଛରେ ପ୍ରଦୀପ ମହାରଥୀଙ୍କ ହାତ ରହିଛି !

6/09/2018 at 3:04 PM

ଭୁବନେଶ୍ବର ୬|୯: ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଏବଂ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମଧ୍ୟରେ ଆଜି ମଧ୍ୟ ବାକ୍‌ଯୁଦ୍ଧ ଲାଗି ରହିଛି । ଦାମୋଦର ରାଉତ କହିଛନ୍ତି ଯେ, ତାଙ୍କ ମନ୍ତ୍ରୀ ପଦ ଯିବା ପଛରେ ପ୍ରଦୀପ ମହାରଥୀଙ୍କ ହାତ ରହିଛି । ଚାରା ଘୋଟଲା ସମ୍ପର୍କରେ ସେ ଯାହା ଜାଣିଥିଲେ ତାହା ହିଁ କହିଛିନ୍ତି । ତାଙ୍କ ସମୟରେ ଦୁର୍ନୀତି ହୋଇଥିଲା ବୋଲି ତାକୁ ସେ ଲୁଚାଇବାକୁ ଚେଷ୍ଟା ନକରି ପଦାକୁ ଆଣିଛନ୍ତି । ତାଙ୍କ ମନ୍ତ୍ରୀ ପଦ ଯିବା ପଛରେ ଏହା ହିଁ ପ୍ରମୁଖ କାରଣ ଥିଲା ବୋଲି ସେ ଜାଣନ୍ତି । ଯଦି ଏହା କାରଣ ନୁହେଁ ବୋଲି ପ୍ରଦୀପ ମହାରଥୀ ଜାଣନ୍ତି ତାହେଲେ ଆଉ କଣ କାରଣ ତାହା ପ୍ରଦୀପ ମହାରଥୀ ହିଁ ଜାଣିଥିବେ ବୋଲି ଦାମ କହିଛନ୍ତି।

ଏଥିସହ ଆଜି ଆଉ ଏକ ଦୁର୍ନୀତି ସମ୍ପର୍କରେ ମଧ୍ୟ ଦାମ କଥା ଉଠାଇଛନ୍ତି। ଓମ୍ଫେଡରେ ପଲିଥିନ କିଣାରେ ୩୦ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ଯେଉଁ ଅଧିକାରୀ ଲେଖିଥିଲେ ତାଙ୍କୁ ବଦଳାଗଲା ।

ଗତ କାଲି ପ୍ରଦୀପ ମହାରଥୀ ଯେଉଁ ଗଡ ଫାଦର ଶବ୍ଦ ବ୍ୟବହାର କରିଥିଲେ ତାକୁ ଉପଲକ୍ଷ୍ୟ କରି ଦାମ ଆଜି ଆହୁରି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ, “ ଆପଣମାନଙ୍କର ଗ୍ରାଣ୍ଡ ଫାଦର ଯିଏ, ଦୁର୍ନୀତିଗ୍ରସ୍ତଙ୍କ ଗଡଫାଦର ସିଏ” ।

   Related Posts