Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ଟିକେ ଖୁସି ପାଇଁ ଚାଲିଗଲା ଜୀବନ: ଯାଇଥିଲେ ସାଙ୍ଗ ହୋଇ, ଚାଲିଗଲେ ଏକା

28/06/2020 at 7:33 PM

ବାଲେଶ୍ବର୨୮/୬: ସାଙ୍ଗସାଥୀଙ୍କ ସହ ପିକ୍‌ନିକ୍ ଆସିବା ହେଲା କାଳ। ପିକନିକ୍ ଆସି ସାଙ୍ଗଙ୍କ ସହ ମଜା ମସ୍ତି କରିବା ବେଳେ ଡ୍ୟାମ୍‌ରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି। କପ୍ତିପଦା ଥାନା ସୁନେଇ ଡ୍ୟାମ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ବାଲେଶ୍ବର ଜିଲ୍ଲା ଔପଦା ଅଞ୍ଚଳରୁ ନିଜର ତିନି ଜଣ ସାଙ୍ଗଙ୍କ ସହ ପିକନିକ୍ କରିବାକୁ କପ୍ତିପଦା ଥାନା ଅଞ୍ଚଳର ଥିବା ସୁନେଇ ଡ୍ୟାମ୍‌କୁ ଯାଇଥିଲେ ଶିବ ପ୍ରଧାନ ।  ୨୬ ବର୍ଷ ବୟସ୍କା ଶିବ ସାଙ୍ଗମାନଙ୍କ ସହ ଡ୍ୟାମ୍‌ରେ ପିକନିକ୍ ଆରମ୍ଭ ହେବା ପରେ ଗାଧୋଇବା ପାଇଁ ଡ୍ୟାମ୍‌କୁ ପଶିଥିଲେ। ସେଠାରେ ସେ ଏବଂ ତାଙ୍କର ଅନ୍ୟ ଜଣ ସାଥୀ ଗାଧୋଉଥିବା ବେଳେ ଶିବ ପାଣିରେ ବୁଡି ଯାଇଥିଲେ।

ସାଙ୍ଗ ସାଥୀମାନେ ତାଙ୍କୁ ଦେଖି ପାରି ନଥିଲେ। ତାଙ୍କୁ ଉଦ୍ଧାର କରିବା ପରେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଦଳା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣାପଡିବା ପରେ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।  ଏହି ଖବର ପାଇ ଶିବଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଁଞ୍ଚିଥିଲେ।  ଅନ୍ୟପଟେ ପୋଲିସ୍ ଡାକ୍ତରଖାନାରେ ପହଁଞ୍ଚି ମୃତଦେହକୁ ଜବତ କରିଛି ।

   Related Posts