ଗୁଣୁପୁର: ଡ଼୍ୟାମ୍ରେ ବୁଡ଼ି ପ୍ରାଣ ହରାଇଲେ ୩ ଜଣ
10/03/2020 at 4:17 PM

ଗୁଣୁପୁର୧୦/୩: ପାଣି ବୁଡ଼ି ପ୍ରାଣ ହରାଇଲେ ୩ ଜଣ। ଗୁଣୁପୁର ପଦ୍ମପୁର ଥାନା ବଡ଼ନାଳ ଡ୍ୟାମ୍ରେ ବୁଡ଼ି ତିନିଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ରଙ୍ଗ ଖେଳି ସାରି ଗାଧୋଇବା ବେଳେ ପାଣିରେ ୨ ଜଣ ବୁଡ଼ି ପ୍ରାଣ ହରାଇଥିଲେ। କିନ୍ତୁ ତାଙ୍କ ସାଙ୍ଗରେ ଥିବା ଆଉ ଜଣଙ୍କ ସଙ୍କାଟାପନ୍ନ ଥିବା ସୂଚନା ମିଳିଥିଲା। ଶେଷରେ ଗୁରୁତର ଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021