ପୁଅର ଖୁସି ପାଇଁ ଏହି ଅଭିନେତ୍ରୀ ପୁଣି ଥରେ ନିଜ ସ୍ବାମୀଙ୍କୁ କରିବାକୁ ଚାହୁଁଛନ୍ତି ବିବାହ : ଜାଣନ୍ତୁ କିଏ?

Published By : Prameya-News7 Bureau | March 25, 2019 IST

ମୁମ୍ବାଇ ୨୫/୩: ଦଲଜିତ କୈାର ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଯିଏ ଏବେ ଟିଭିରେ ସକ୍ରିୟ ନାହାନ୍ତି କିନ୍ତୁ କିଛି ଦିନ ପୂର୍ବରୁ ଷ୍ଟାର ପ୍ଲସର ଲୋକପ୍ରିୟ ଶୋ ‘କୟାମତ କି ରାତ’ରେ ନଜର ଆସିଥିଲେ। ଏହି କଥା ବହୁତ କମ୍ ଲୋକ ଜାଣିଛନ୍ତି ଯେ ଦଲଜିତଙ୍କର ବିବାହ ବିଚ୍ଛେଦ ହୋଇସାରିଛି। ଦଲଜିତ ୨୦୦୯ ଡିସେମ୍ବର ୯ତାରିଖରେ ଶାଲିନ ଭନୋତଙ୍କୁ ବିବାହ କରିଥିଲେ। ୪ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିଥିଲେ କିନ୍ତୁ ତାଙ୍କ ବିବାହ ଅସଫଳ ରହିଥିଲା। ୨୦୧୫ମସିହାରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା। ଛାଡ଼ପତ୍ର ପରେ ଉଭୟଙ୍କ ରାସ୍ତା ଅଲଗା ହୋଇଯାଇଥିଲା।

{"id":96684,"width":594,"height":339}


ଦଲଜିତଙ୍କର ଗୋଟିଏ ପୁଅ ମଧ୍ୟ ଅଛନ୍ତି । ସେ ତାଙ୍କ ପାଖରେ ରୁହନ୍ତି ଏବଂ ମାଆଙ୍କୁ ବହୁତ ଭଲ ପାଆନ୍ତି। ମାଆ ସହ ସେ ତାଙ୍କ ବାପାଙ୍କ ସ୍ନେହ ମଧ୍ୟ ଚାହାନ୍ତି ସେଥିପାଇଁ କେବେ କେବେ ବାପାଙ୍କୁ ଦେଖା କରିବାକୁ ଯାଇଥାଆନ୍ତି। ଶାଲିନ ମଧ୍ୟ ତାଙ୍କ ପୁଅଙ୍କୁ ବହୁତ ଭଲ ପାଆନ୍ତି।

{"id":96688,"width":592,"height":370}


ଏକ ସାକ୍ଷାତକାରରେ ଦଲଜିତ କହିଥିଲେ ଯେ ସେ ନିଜ ପୁଅଙ୍କୁ ଭଲ ପାଆନ୍ତି ଏବଂ ତାଙ୍କ ପୁଅ ଚାହୁଁଛି ବାପା ଏବଂ ମାଆ ପୁଣି ଥରେ ଏକ ହୋଇଯାଆନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.