ମନ୍ଦିରରେ ପୂଜା କରିବାକୁ ନେଇ ବିବାଦ, ଦଳିତ ଯୁବକଙ୍କୁ ଗୁଳି କରି କଲେ ହତ୍ୟା

Published By : Prameya-News7 Bureau | June 09, 2020 IST

ଆମରୋହା ୯।୬: ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରେ ମନ୍ଦିର ପୂଜାକୁ ନେଇ ବିବାଦ ଯୋଗୁଁ ଜଣେ ଦଳିତ ଯୁବକଙ୍କୁ ହତ୍ୟା କରାଯାଇଛି । କିଛି ଲୋକ ଯୁବକଙ୍କୁ ମନ୍ଦିରରେ ପୂଜା କରିବାକୁ ବନ୍ଦ କରିଥିଲେ । ଏହାକୁ କେନ୍ଦ୍ରକରି ବିବାଦ ବଢିଯାଇଥିଲା । ଫଳରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ଆମରୋହା ଜିଲ୍ଲାର ହାସନପୁର କୋତୱାଲୀ ଅଞ୍ଚଳର ଡୋମଖେଡା ଗ୍ରାମରେ ଘଟିଛି।

ସୂଚନାଯୋଗ୍ୟ ଯେ, ଗତ ୪ଦିନ ପୂର୍ବରୁ ଜଣେ ଦଳିତ ଯୁବକ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ । ସେଠାରେ ଥିବା କିଛି ଲୋକ ତାଙ୍କୁ ପୂଜା କରିବାକୁ ବାରଣ କରିଥିଲେ । ସେବେଠାରୁ ଉଭୟ ପକ୍ଷ ମଧ୍ୟରେ ବିବାଦ ବଢିଯାଇଥିଲା । କିଛି ଲୋକ ଏହି ପ୍ରସଙ୍ଗରେ କୋତୱାଲିରେ ଏତଲା ମଧ୍ୟ ଦେଇଥିଲେ, କିନ୍ତୁ ପୋଲିସ ଏହାକୁ ଗୁରୁତ୍ବ ଦେଇନଥିଲା । ଏତଲାରେ ଅନେକ ଲୋକଙ୍କୁ ପୂଜା ବନ୍ଦ କରାଯିବା କଥା କୁହାଯାଇଥିଲା ।

ଏହାପରେ ଶନିବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କ ହତ୍ୟା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା । ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏସପି ଡ. ବିପିନ ତାଡାଙ୍କ ସୂଚନା ଅନୁଯାୟୀ ଏହି ମାମଲାର ତଦନ୍ତ ଚାଲିଛି । ପରିବାରର ଏତଲା ଆଧାରରେ ଗୋଟିଏ ପରିବାରର ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.