Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ଦଳିତ ମହିଳାଙ୍କୁ ବିବସ୍ତ୍ର କରି ରାସ୍ତାରେ ବୁଲାଇଲେ ଲୋକେ

1/12/2018 at 5:03 PM

ବିହାରରେ ଜଣେ ମହିଳାଙ୍କୁ ବିବସ୍ତ୍ର କରି ବୁଲାଇବା ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଯାଇଛି | ବିହାରର ଆରା ଅଂଚଳରେ ଅଗଷ୍ଟ ମାସରେ ଜଣେ ଦଳିତ ମହିଳା ଲୁଗା ଚିରି ତାଙ୍କୁ ଉଲଗ୍ନ କରି ଗାଁ ଦାଣ୍ଡରେ ବୁଲାଯାଇଥିଲା | ସେତେବେଳେ ଗାଁରେ ବହୁତ ଭିଡ ଜମା ହୋଇଯାଇଥିଲା |
ଘଟଣାରେ ସମ୍ପୃକ୍ତ ୨୦ ଜଣଙ୍କୁ ଆରା ଅଦାଲତ ୨ରୁ ୭ ବର୍ଷ ଯାଏଁ ସଜା ଶୁଣାଇଛନ୍ତି | ୧୯ ବର୍ଷ ବୟସ୍କ ଏକ ଯୁବକଙ୍କ ହତ୍ୟାରେ ଜଡିତ ଥିବା ଅଭିଯୋଗରେ ମହିଳାଙ୍କ ସହ ଏଭଳି ବର୍ବର ବ୍ୟବହାର କରିଥିଲେ ଗାଁଲୋକେ |

ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ ରମେଶ ଚନ୍ଦ୍ର ଦ୍ବିବେଦୀ ୫ଜଣ ଅଭିଯୁକ୍ତଙ୍କୁ ୭ବର୍ଷ ଏବଂ ଅନ୍ୟ ୧୫ଜଣଙ୍କୁ ୨ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି | ଘଟଣା ଘଟିଥିଲା ଅଗଷ୍ଟ ୨୦ ତାରିଖରେ | ବିହିଆ ଅଂଚଳରେ ଥିବା ରେଳ ଧାରଣା ପାଖରେ ଥିବା ଏକ ରେଡ ଲାଇଟ ଅଂଚଳରେ ଘଟିଥିଲା |

ଦାମୋଦପୁର ନିବାସୀ ବିମଳେଶ ଶାହ ନାମକ ଜଣେ ଯୁବକଙ୍କ ମୃତଦେହ ସେହି ଅଂଚଳରୁ ମିଳିଥିଲା | ସେ ନିଖୋଜ ହେବାର ଦିନେ ପରେ ସେହି ରେଡ ଲାଇଟ ଅଂଚଳରୁ ବିମଳେଶଙ୍କ ଶବ ଉଦ୍ଧାର ହୋଇଥିଲା | ହତ୍ୟା ଘଟଣାରେ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ ଆଶଙ୍କା କରି ଗାଁଲୋକେ ଦଳିତ ମହିଳାଙ୍କୁ ମାଡ ମାରିଥିଲେ ଏବଂ ତାଙ୍କ ଲୁଗା ଚିରି ତାଙ୍କୁ ବିବସ୍ତ୍ର କରି ରାସ୍ତାରେ ବୁଲାଇଥିଲେ |

ଯେଉଁ ୫ଜଣଙ୍କୁ ୭ ବର୍ଷ ସଜା ଶୁଣାଯାଇଛି ତାଙ୍କୁ ୧୦ ହଜାର ଲେଖାଏଁ ଜୋରିମାନା ନିର୍ଦେଶ ମଧ୍ୟ ଦିଆଯାଇଛି | ଅନ୍ୟ ୧୫ ଜଣଙ୍କୁ ୨ ହଜାର ଲେଖାଏଁ ଜୋରିମାନା ନିର୍ଦେଶ ଦେଇଛନ୍ତି ଅଦାଲତ |

ଘଟଣାରେ ବିହାରର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ତୁରନ୍ତ ଫଇସଲାକୁ ସ୍ୱାଗତ ଜଣାଇ ବିରୋଧୀଙ୍କୁ ଟାର୍ଗେଟ କରି ଟ୍ୱିଟ କରିଛନ୍ତି | ସେ ଟ୍ୱିଟ କରିଛନ୍ତି ଯେ, ଏହା ସରକାରଙ୍କ ଶାସନର ଉଚ୍ଚ ମାନଦଣ୍ଡର ଏକ ଜୀବନ୍ତ ଉଦାହରଣ |

   Related Posts