Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଦଳିତ ମହିଳାଙ୍କ ସହ ଗଣଦୁଷ୍କର୍ମ: ପୀଡିତାଙ୍କ ୫ ବର୍ଷର ପୁଅକୁ ହତ୍ୟା କରି ଶାଢ଼ୀରେ ବାନ୍ଧି ଫୋପାଡ଼ି ଦେଲେ ଅଭିଯୁକ୍ତ

11/10/2020 at 7:58 PM

ବକ୍ସର ୧୧/୧୦ : ବିହାର ବକ୍ସର ମୂରାର ଥାନା ଅଞ୍ଚଳରୁ ଜଣେ ଦଳିତ ମହିଳାଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଦୁଷ୍କର୍ମକାରୀ ମହିଳାଙ୍କ ସହ ଦୁଷ୍କର୍ମ କରିବା ସହ ଏକ ନାରକୀୟ କାଣ୍ଡ ମଧ୍ୟ ଘଟାଇଛନ୍ତି। ଦୁଷ୍କର୍ମ ପରେ ମହିଳାଙ୍କ ୫ ବର୍ଷର ପୁଅକୁ ହତ୍ୟା କରି ମହିଳାଙ୍କ ଶାଢ଼ୀରେ ବାନ୍ଧି ଉଭୟ ମା’ପୁଅଙ୍କୁ ବୁଦା ଭିତରକୁ ଫୋପାଡ଼ି ଦେଇଥିଲେ। ସେହି ବାଟ ଦେଉ ଯାଉଥିବା ଗ୍ରାମବାସୀ ମହିଳା ଅଚେତ ପଡିଥିବା ଦେଖି ଆଖପାଖ ଅଞ୍ଚଳର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ମହିଳାଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ପଡିଥିବା ମହିଳାଙ୍କୁ ନେଇ ହସ୍ପିଟାଲ ଯାଇଥିଲା। ମହିଳାଙ୍କ ଚେତା ଫେରିବା ପରେ ପୋଲିସ ମହିଳାଙ୍କୁ ପଚରାଉଚୁରା କରିଥିଲା। ଏହାସହ ମହିଳାଙ୍କ ପୁଅର ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା ଓ ମହିଳାଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଇଥିଲା।

ଡ଼ୁମରାଓ ଡିଏସପି କେକେ ସିଂହ କହିଛନ୍ତି ଯେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ପିଡୀତା ଦୁଇଜଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ପୀଡିତାଙ୍କୁ ମେଡିକାଲ ଚେକ ଅପ ପାଇଁ ବକ୍ସର ସ୍ଥାନାନ୍ତର କରାଯାଇଛି। ପୋଲିସ ଶିଶୁର ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛି। ମାମଲାରେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ପୋଲିସ ଗିରଫ କରିଛି। ପୋଲିସ ମାମଲାର ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଅପରପକ୍ଷରେ ମହିଳାଙ୍କ ସ୍ଥିତି ଗୁରୁତର ଥିଲା। ଯେଉଁଥିପାଇଁ ତାଙ୍କୁ ବକ୍ସର ସ୍ଥାନାନ୍ତର କରାଯାଇଥିଲା।

ପୀଡିତା ମହିଳାଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ମହିଳା ବ୍ୟାଙ୍କରେ ଟଙ୍କା ଜମା କରି ଘରକୁ ଫେରୁଥିଲେ। ଅଧା ବାଟରେ କେନାଲ ପାଖରେ କିଛି ଲୋକ ତାଙ୍କୁ ଧରି ନେଇଥିଲେ ଓ ସକାଳୁ ରାତି ଯାଏଁ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ମହିଳାଙ୍କୁ ମୃତ ଭାବି ପୁଅର ଶବ ସହ ବୁଦା ଭିତରକୁ ଫୋପାଡ଼ି ଦେଇଥିଲେ। ପରିବାର ଲୋକ କହିଛନ୍ତି ଯେ ଅଭିଯୁକ୍ତଙ୍କ ସହ ମହିଳାଙ୍କର ପୂର୍ବରୁ ବିବାଦ ରହିଥିଲା। ସେହି ବିବାଦ କାରଣରୁ ସେମାନେ ଏହିଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

   Related Posts