ତେଜୁଛି ସବର୍ଣ୍ଣ-ଅସବର୍ଣ୍ଣ ବିବାଦ, ନ୍ୟାୟ ଦାବିରେ ଭୂବନ ଥାନା ଘେରିଲେ ଦଳିତ ପରିବାର

Published By : Prameya-News7 Bureau | November 04, 2020 IST

ଢେଙ୍କାନାଳ, ୦୪/୧୧:  ଢେଙ୍କାନାଳ ଜିଲ୍ଲା ଭୂବନ କୃଷ୍ଣପୁର ଗ୍ରାମରେ ସବର୍ଣ୍ଣ ଅସବର୍ଣ୍ଣ ବିବାଦ ଉଗ୍ର ହେବାରେ ଲାଗିଛି । ଏପରିକି ଅସବର୍ଣ୍ଣ ମାନଙ୍କୁ କୂଅ ପୋଖରୀ ବାରଣ କରାଯାଇଥିବା ଅଭିଯୋଗ ଉଠୁଛି । ଫଳରେ ନ୍ୟାୟ ପାଇଁ ଦଳିତ ପରିବାର ଗୁଡିକ ଭୂବନ  ଥାନା ଘେରାଉ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ଯମୁନାକୋଟ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ  ଅଭାବନୀୟ ସ୍ଥିତି ଉପୁଜିଛି । ଏହି ଗ୍ରାମରେ ଅସବର୍ଣ୍ଣ ଓ ସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଫଳରେ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

{"id":356104,"sizeSlug":"large"}

ସୂଚନାନୁସାରେ, କୃଷ୍ଣପୁର ଗ୍ରାମରେ ଥିବା ୨୨ଟି ଦଳିତ ପରିବାରକୁ ସବର୍ଣ୍ଣ ଜାତିର ଯୁବକମାନେ କୂଅ, ପୋଖରୀ, ରାସ୍ତାଘାଟ ଓ ଗାଧୁଆ ତୋଠକୁ ବାରଣ କରିଥିବା ଅଭିଯୋଗ କରିଛନ୍ତି ଦଳିତ ଗୋଷ୍ଠୀ । ଉକ୍ତ ଗ୍ରାମର ଜଣେ ଅସବର୍ଣ୍ଣ ଯୁବକକୁ ଆକ୍ରମଣ ଘଟଣାରେ ଥାନାରେ ଅଭିଯୋଗ କରିବାକୁ ନେଇ ଏହି ବିବାଦର ସୂତ୍ରପାତ ହୋଇଥିବା କୁହାଯାଉଛି । ସବର୍ଣ୍ଣମାନେ ଦଳିତ ପରିବାର ଉପରେ ମାଡଗାଳି ଓ ଜୀବନରୁ ମାରିଦେବାକୁ ଧମକ ଦେବା ସମ୍ପର୍କରେ ଏକ ଅଭିଯୋଗ ଭୂବନ ଥାନାରେ ହୋଇଥିବା ଜଣାପଡିଛି । କିନ୍ତୁ ପୋଲିସ ପ୍ରଶାସନର ଅବହେଳା ଓ ଅଭିଯୁକ୍ତଙ୍କୁ ଗିରଫ ନକରିବା ନେଇ ଏହି ବିବାଦ ବଢ଼ିବାରେ ଲାଗିଛି ।

{"id":356105,"sizeSlug":"large"}

ଫଳରେ ଦଳିତ ପରିବାର ଗୁଡିକ ନ୍ୟାୟ ପାଇବା ପାଇଁ ଆଜି ଭୂବନ ଥାନା ଘେରାଉ କରିଥିଲେ । ପରେ ଭୂବନ ଥାନାଧିକାରୀ ଜିତେନ୍ଦ୍ର କୁମାର ସାହୁ ଅଭିଯୁକ୍ତଙ୍କୁ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ ଏବଂ ସେମାନଙ୍କର ସୁରକ୍ଷାର ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଗ୍ରାମବାସୀ ଓହରି ଥିବା ଜଣାପଡିଛି । ମାତ୍ର ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଛକ୍କାପଞ୍ଝା ଲାଗିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.