Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସାରୁଅ ଜମି କେଳେଙ୍କାରୀ : ଜଗି ମଙ୍ଗତ ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବି କଲା ଦଳିତ ମହାସଂଘ

6/11/2020 at 2:41 PM

ଭୁବନେଶ୍ବର ୬।୧୧: ସାରୁଅ ଜମି କେଳେଙ୍କାରୀ ପ୍ରସଙ୍ଗରେ ଦଳିତ ମହାସଂଘ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଦଳିତଙ୍କ ଜମି ହଡପ କରିଛି ଓଡିଶା ଇନଫ୍ରାଟେକ୍‌ ପ୍ରାଇଭେଟ୍ ଲିମିଟେଡ୍ । ଜମି ହଡପ ଅଭିଯୋଗରେ ଜଗି ମଙ୍ଗତ ଓ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବି କରିଛି ଦଳିତ ମହାସଂଘ । ଏସସି/ଏସଟି ଆକ୍ଟ ଅନୁଯାୟୀ ଗିରଫ କରିବାକୁ ମହାସଂଘ ଦାବି କରିଛି ।

ସେପଟେ ସାରୁଅ ଜମି କେଳେଙ୍କାରୀର ଗୁମର ଖୋଲିଛି କ୍ରାଇମବ୍ରାଞ୍ଚ । ଚଞ୍ଚକତା କରି ଦଳିତ ଚାଷୀଙ୍କ ଜମି ହଡ଼ପ କରିଛି ଓଡ଼ିଶା ଇନ୍‌ଫ୍ରାଟେକ୍‌ । ଜମି ପାଇଁ ଜଣେ ଡ୍ରାଇଭରଙ୍କୁ ମୋହରା କରିଥିଲା କମ୍ପାନୀ । ଓଡ଼ିଶା ଇନ୍‌ଫ୍ରାଟେକ୍‌ କମ୍ପାନୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲର ସାରୁଅରେ ଇନ୍‌ଫ୍ରାଷ୍ଟକ୍ଚର ଓ ରିୟଲ ଇଷ୍ଟେଟ୍‌ ବ୍ୟବସାୟ ପାଇଁ ବହୁ ପରିମାଣର ଜମି କିଣୁଥିଲା । ଏଥିରେ ଓଆଇପିଏଲ୍‌ କମ୍ପାନୀର ମୁଖ୍ୟ ପ୍ରମୋଟର ଓ ସେୟାର ହୋଲଡର ଥିଲେ ବୈଜୟନ୍ତ ପଣ୍ଡା ଏବଂ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଜମି କିଣାବିକା ପ୍ରକ୍ରିୟାରେ ଅନୁସୂଚତ ଜାତି ଲୋକ ଓ ନାମମାତ୍ର ଚାଷୀ ଥିବାରୁ ଓଡ଼ିଶା ଭୂ-ସଂସ୍କାର ଆଇନ ଅନୁସାରେ ଓଆଇପିଏଲ୍‌ କମ୍ପାନୀ ପାଇଁ ଅନୁସୂଚିତ ଜାତି ଲୋକଙ୍କ ଠାରୁ ସିଧାସଳଖ ଜମି କିଣିବା ସମ୍ଭବ ନଥିଲା । ତେଣୁ କମ୍ପାନୀର ଜଣେ ଅସୁସୂଚିତ ଜନତାତିର ଡ୍ରାଇଭରଙ୍କୁ ମୋହରା କରାଯାଇଥିଲା । ଆଉ ଜଣେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଦ୍ବାରା ଚଞ୍ଚକତା କରି ଦଳିତ ଚାଷୀଙ୍କ ମୂଲ୍ୟବାନ ଜମିକୁ ଶାଗମାଛ ଦରରେ ହଡ଼ପ କରିନେଇଥିଲା ଓଡ଼ିଶା ଇନ୍‌ଫ୍ରାଟେକ୍‌ କମ୍ପାନୀ । ଯାହା ଏକ ଧର୍ତ୍ତବ୍ୟ ଅପରାଧ । ଗଲା ୩୧ତାରିଖରେ ଏନେି  ଇଓଡବ୍ଲୁ ଥାନାରେ କେସ୍‌ ନମ୍ବର ୮/୨୦୨୦ରେ ମାମଲା ରୁଜୁ ହୋଇଥିଲା । ଆଇପିସି ଧାରା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦(ବି) ସହ ସେକ୍ସନ ୩୧ ଏସି/ଏସଟି ଆଇନ୍‌ ଅନୁସାରେ ମାମଲା ହୋଇଥିଲା ।

ଦଳିତ ଚାଷୀଙ୍କ ଜମି ହଡ଼ପ ପାଇଁ ମୋହରା ସାଜିଥିବା କମ୍ପାନୀର ଡ୍ରାଇଭର ରବୀ ସେଠୀଙ୍କ ନାଁରେ ୨୦୧୦ରୁ ୨୦୧୩ ଭିତରେ ୭.୨୯୪ ଏକର ଜମି କିଣାଯାଇଥିଲା । ଆଉ ୨୦୧୬ ଓ୨୦୧୯ରେ ରବୀ ସେଠୀଙ୍କ ଠାରୁ ସଂପୃକ୍ତ ଜମିକୁ କିଣିଥିଲା ଓଡ଼ିଶା ଇନ୍‌ଫ୍ରାଟେକ୍‌ । ସେଲ୍‌ ଡିଡ୍‌ ମୁତାବକ ଜମିର ମୂଲ୍ୟ ୬୫ ଲକ୍ଷ ଟଙ୍କା ଥିବା ବେଳେ ରବୀ ସେଠିଙ୍କୁ ନା କିଛି ଟଙ୍କା ଦିଆଯାଇଥିଲା ନା ଜମି କିଣାବିକା ବାବଦରେ ରବୀ ସେଠୀଙ୍କୁ କୌଣସି କଥା କୁହାଯାଇଥିଲା । ଏମିତିକି ୨୦୧୦ରୁ ୨୦୧୩ ଭିତରେ ରବୀ ସେଠୀ କିଣିଥିବା ଜମିରେ ବିକ୍ରି ଯାଏଁ ତାଙ୍କ ଦଖଲରେ ନଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।  ତେବେ ଏହି ସମୟରେ ହୋଇଥିବା ବେନାମୀ ଟ୍ରାଞ୍ଜାକ୍ସନର ତଦନ୍ତ ରାଜ୍ୟ ପୋଲିସର ପରିସରଭୁକ୍ତ ନଥିବାରୁ ଆୟକର ବିଭାଗକୁ ତଦନ୍ତ ପାଇଁ ଅନୁରୋଧ କରାଯାଇଥିବା କହିଥିଲେ କ୍ରାଇମବ୍ରାଞ୍ଚ ଏଡିଜି । 

   Related Posts