ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଦଳିତ ଯୁବତୀକୁ ବିକ୍ରି କରିଦେଇଛି ଦଲାଲ

Published By : Prameya-News7 Bureau | June 14, 2018 IST

ଦାଦନ ଖଟିବାକୁ ଅନ୍ୟରାଜ୍ୟକୁ ଯାଇଥିବା ଦଳିତ ଯୁବତୀକୁ ଦଲାଲ୍ ବିକ୍ରି କରିଦେଇଥିବା ଅଭିଯୋଗ । କଳାହାଣ୍ଡିର ମଦନପୁର-ରାମପୁର ଥାନା ରେ ଏତଲା ପରେ ପଦାକୁ ଆସିଛି ଏପରି ସାଂଘାତିକ ତଥ୍ୟ । ଅଭିଯୋଗ ପରେ ବାଞ୍ଜିପଦର ଗାଁର ଯୁବତୀଙ୍କୁ ରୋଜଗାର ଲୋଭ ଦେଖାଇ ତାମିଲନାଡୁ ନେଇଥିବା ଦଲାଲ୍ ବି ଫେରାର୍ । ରୋଜଗାର ଆଶା ଦେଇ ତାମିଲନାଡୁ ନେଇଥିଲା ଦଲାଲ୍ । ୪ ଜଣ ଯୁବତୀ ଫେରିଲେ , କିନ୍ତୁ ଫେରିଲେନି ଜଣେ । ସାତ ମାସ ହେଲାଣି ଝିଅର ଖବର ନପାଇ ଏବେ ପରିବାର ଲୋକେ ପୋଲିସରେ ହୋଇଛନ୍ତି ଫେରାଦ ।କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ବାଞିପଦର ଗାଁର ଏହି ଘଟଣା ନେଇ ଏବେ ଆଲୋଡନ । ଭୂମିହୀନ ଓ ଦଳିତ ପରିବାର ରହୁଥିବା ଗାଁର ୭ଟି ପରିବାର ର ୫ଜଣ ଯୁବତୀଙ୍କୁ ରୋଜଗାର ଲୋଭ ଦେଖାଇ ଦାଦନ ଦଲାଲ ଯୁଧିଷ୍ଟିର ବିଭାର ତାମିଲନାଡୁର ତ୍ରିପୁର ପଠାଇଥିଲା । ୨୦୧୭ ନଭେମ୍ବରରେ ତାମିଲନାଡୁ ଯାଇଥିବା ୫ ଜଣ ଝିଅ ସେଠାରେ ସୂତାକଳରେ କାମକରୁଥିଲେ । ଗତ ମାସରେ ୪ ଜଣ ଫେରିଛନ୍ତି କିନ୍ତୁ ଗୋପୀନାଥ ସୁନାଙ୍କ ଝିଅ ରଶ୍ମୀତା ସୁନାଙ୍କର ଖୋଜ ଖବର ନାହିଁ । ଝିଅର ଖୋଜ କବର ନଥିବାରୁ , ତାଙ୍କ ଝିଅକୁ ଦଲାଲ୍ ବିକ୍ରି କରିଦେଇଥିବା ଆଶଙ୍କା କରି ମଦନପୁର-ରାମପୁର ଥାନା ରେ ଏତଲା ଦେଇଛନ୍ତି ପରିବାର । ପୋଲିସ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ସଫେଇ ଦେଉଥିଲେ ବି , ରଶ୍ମିତାଙ୍କ ଖୋଜଖବର ନେଇ ନୀରବ ।ସେପଟେ ଦଲାଲ ଯୁଧିଷ୍ଟିର ବିଭାର ଗାଁ ରୁ ଫେରାର ହୋଇଯାଇଛି। ଆନ୍ୟପକ୍ଷ ରେ ମାମଲାର ଗୁରୁତ୍ବକୁ ଦେଖି ଜାତୀୟ ମାନବାଧିକାର ଆୟୋଗଙ୍କ ହସ୍ତକ୍ଷେପ ଲାଗି ମାମଲା ରୁଜ୍ଜୁ କରିଛନ୍ତି ସ୍ବେଚ୍ଛାସେବୀ । ଶ୍ରମଜୀବୀଙ୍କ ସୁରକ୍ଷା ଲାଗି ସରକାର ଅନେକ ଯୋଜନା କରିଛନ୍ତି । ତଥାପି ଥମୁନି ଦାଦାନ ଦୁଃଖ-ଯନ୍ତ୍ରଣା । ପୋଲିସ ଏବଂ ବିଭାଗୀୟ ତତ୍ପରତା ନହେଲେ ପୁଣି ଏକ ଜୀବନ ସହ ତାର ପରିବାର ଅନିଶ୍ଚିତତାକୁ ଠେଲି ହୋଇଯିବା ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.