୧୫ ବର୍ଷ ନାବାଳିକା ସଞ୍ଜଳି ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ପ୍ରେମ ପ୍ରସ୍ତାବକୁ ଅସ୍ବୀକାର କରିବାରୁ ନାବାଳିକା ଭଉଣୀକୁ ଜିଅନ୍ତା ଜାଳିଦେଲା ସମ୍ପର୍କୀୟ ଭାଇ

Published By : Prameya-News7 Bureau | December 26, 2018 IST

୧୫ ବର୍ଷ ବୟସ୍କା ଦଳିତ ନାବାଳିକାଙ୍କୁ ମୃତ୍ୟୁର ୬ଦିନ ପରେ ହତ୍ୟାକାରୀର ସୁରାକ ପାଇଥିଲା ପୋଲିସ | ନିକଟରେ ଆଗ୍ରାରେ ଜଣେ ୧୫ ବର୍ଷ ନାବାଳିକା ସ୍କୁଲରୁ ଘରକୁ ଫେରୁଥିବାବେଳେ ଦୁଇ ଜଣ ଯୁବକ ଆସି ତାଙ୍କ ଉପରେ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଇଥିଲେ | ବହୁତ ଚେଷ୍ଟା ପରେ ମଧ୍ୟ ନାବାଳିକାଙ୍କ ମୃତ୍ୟୁ ହୋଇଯାଇଥିଲା | ତାଙ୍କ ଶରୀରର ୭୦ ପ୍ରତିଶତ ଭାବ ପୋଡି ଯାଇଥିଲା | ଗତ ୬ ଦିନ ହେଲା ପୋଲିସ ଘଟଣାର ତଦନ୍ତ କରୁଥିଲା | ୬ ଦିନ ପରେ ପୋଲିସ ହତ୍ୟାକାରୀର ସୁରାକ ପାଇଥିଲା | ନାବାଳିକାଙ୍କ ହତ୍ୟା ପଛରେ ରହିଥିଲା ତାଙ୍କ ସମ୍ପର୍କୀୟ ଭାଇ ଯୋଗେଶ |

{"id":67378}

ପୋଲିସ ସୂଚନା ଅନୁଯାୟୀ, ଏହି ହତ୍ୟାକାଣ୍ଡରେ ଯୋଗେଶଙ୍କ ସହ ତାଙ୍କର ଅନ୍ୟ ଦୁଇଜଣ ସମ୍ପର୍କୀୟ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ |

{"id":67385}


ଆଗ୍ରା ଏସଏସପି ଅମିତ ପାଠକ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି | ଘଟଣା ସମ୍ପର୍କରେ କହିଲାବେଳେ ଏସଏସପି ଭାଙ୍ଗି ପଡ଼ିଥିଲେ | ଜଣେ ନାବାଳିକା ନିଜର ଜଣେ ସମ୍ପର୍କୀୟ ଭାଇଙ୍କ ଦ୍ୱାରା କିଭଳି ଜିଅନ୍ତା ଜଳିଗଲେ, କହି କହି ସେ କାନ୍ଦି ପକେଇଥିଲେ |

{"id":67380}


ତଦନ୍ତ ବେଳେ ପୋଲିସକୁ ସଞ୍ଜଳିଙ୍କ ଘରୁ ଏକ ଚିଠି ମିଳିଥିଲା | ସଞ୍ଜଳିଙ୍କୁ ଚିଠି ଦେଇଥିଲା ତାଙ୍କ ସମ୍ପର୍କୀୟ ଭାଇ ଯୋଗେଶ | ତେବେ ଯୋଗେଶ ସଞ୍ଜଳିଙ୍କୁ ପ୍ରେମ କରୁଥିବା ଚିଠିରେ ଲେଖା ହୋଇଥିଲା | କିନ୍ତୁ ସଞ୍ଜଳି ଏଭଳି ସମ୍ପର୍କରେ ରାଜି ନଥିଲେ | ସେ ଯୋଗେଶଙ୍କ ପ୍ରସ୍ତାବକୁ ଅସ୍ବୀକାର କରିଦେଇଥିଲେ | ଯାହାଫଳରେ ଯୋଗେଶ ରାଗିଯାଇଥିଲେ ଏବଂ ସଞ୍ଜଳି ହତ୍ୟା କରିବା ପାଇଁ ପ୍ଲାନ କରିଥିଲା | ଚିଠିକୁ ଆଧାର କରି ପୋଲିସ ତଦନ୍ତ କରିଥିଲା ଏବଂ ଘଟଣାର ସତ୍ୟାସତ୍ୟ ଖୋଜି ବାହାରକରିଥିଲା |

{"id":67381}


ଯୋଗେଶଙ୍କ ଦୁଇ ସମ୍ପୃୟଙ୍କୁ ପୋଲିସ ଗିରଫ କରିଛି ଯେଉଁମାନେ ସଞ୍ଜଳିଙ୍କୁ ହତ୍ୟା କରିଥିଲେ | ବିଜୟ ଏବଂ ଆକାଶ ନିଜ ନିଜର ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି |

{"id":67383,"width":584,"height":330}


ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୮ ତାରିଖରେ ଦଶମ ଶ୍ରେଣୀରେ ପଢ଼ୁଥିବା ସଞ୍ଜଳି ସ୍କୁଲରୁ ଘରକୁ ଫେରୁଥିଲେ | ଏତିକିବେଳେ ଦୁଇ ଜଣ ଯୁବକ ଲାଲ ବାଇକରେ ଆସିଥିଲେ | ଜଣେ ସଞ୍ଜଳିଙ୍କ ଉପରେ ପେଟ୍ରୋଲ ଢାଳିଥିଲା ଏବଂ ଅନ୍ୟ ଜଣେ ତାଙ୍କ ଉପରେ ଲାଇଟରରେ ତାଙ୍କୁ ନିଆଁ ଲଗେଇ ଦେଇଥିଲେ | ସଞ୍ଜଳି ଜଳୁଥିବା ଦେଖି ଜଣେ ବସ ଡ୍ରାଇଭର ତାଙ୍କୁ ରକ୍ଷା କରିବା ପାଇଁ ଦୌଡ଼ି ଆସିଥିଲେ | ଡ୍ରାଇଭର ବସରେ ଥିବା ନିଆଁ ପ୍ରତିରୋଧକ ଆଣି ସଞ୍ଜଳିଙ୍କ ଉପରକୁ ସ୍ପ୍ରେ କରିଥିଲେ କିନ୍ତୁ ସେତେବେଳେ ସେ ୭୦ ପ୍ରତିଶତ ପୋଡି ସାରିଥିଲେ | ସଞ୍ଜଳିଙ୍କୁ ତୁରନ୍ତ ଆଗ୍ରା ମେଡିକାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା | ଦୁଇ ଦିନ ଜୀବନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ୨୦ ତାରିଖରେ ସଞ୍ଜଳି ହାର ମାନିଯାଇଥିଲେ | ସଞ୍ଜଳିଙ୍କ ମୃତ୍ୟୁ ପରେ ଯୋଗେଶ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲେ |

{"id":67382}


ଘଟଣାକୁ ନେଇ ଡିସେମ୍ବର ୨୨ ତାରିଖରେ ପାଖାପାଖି ୮୦୦ ଛାତ୍ରଛାତ୍ରୀ ସଞ୍ଜଳିଙ୍କୁ ନ୍ୟାୟ ଦାବି କରି ଆନ୍ଦୋଳନ କରିଥିଲେ | ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦାବି କରି ଛାତ୍ରଛାତ୍ରୀ ଜିଲ୍ଲା କଲେକ୍ଟରଙ୍କୁ ଦାବି କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.