Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଲଜ୍ଜାଜନକ ! ବୈଠକରେ ସମସ୍ତେ ବସିଲେ ଚୌକିରେ ହେଲେ ଦଳିତ ମହିଳାଙ୍କୁ ଦେଲେନି ଚୌକି, ବସିଲେ ତଳେ: ଏସସି/ଏସଟି ଆକ୍ଟରେ ମାମଲା ରୁଜ୍ଜୁ

10/10/2020 at 3:27 PM

କଡ୍ଡଲୋର ୧୦/୧୦ : ତାମିଲନାଡୁ କଡ୍ଡଲୋରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଜାଣିବା ପରେ ଯେଉଁ ବ୍ୟକ୍ତିଙ୍କର ବି ମୁଣ୍ଡ ଲଜ୍ଜାରେ ନଇଁ ଯିବ। କଡ୍ଡଲୋରରେ ପଞ୍ଚାୟତ ଅଧ୍ୟକ୍ଷଙ୍କ ବୈଠକ ବସିଥିଲା। ବୈଠକରେ ସାମିଲ ହେବାକୁ ଆସିଥିବା ଲୋକଙ୍କ ପାଇଁ ଚୌକି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ବୈଠକରେ ଜଣେ ମହିଳାଙ୍କୁ ଚୌକି ଦିଆଯାଇନଥିଲା। ମହିଳା ଏଇଥିପାଇଁ ଚୌକି ଦିଆଯାଇନଥିଲା କାରଣ ମହିଳା ଦଳିତ ଥିଲେ। ସୋସିଆଲ ମିଡ଼ିଆରେ ବୈଠକର ଭିଡିଓ ଭାଇରାଲ ହେବାପରେ ପୋଲିସ ପଞ୍ଚାୟତ ଅଧ୍ୟକ୍ଷଙ୍କ ବିରୋଧରେ ଏସସି-ଏସଟି ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିଛି।

ସୋସିଆଲ ମିଡ଼ିଆରେ କଡ୍ଡଲୋର ପଞ୍ଚାୟତ ଅଧ୍ୟକ୍ଷ ବୈଠକ ଭିଡିଓ ବହୁତ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବୈଠକରେ ସାମିଲ ହୋଇଥିବା ସମସ୍ତ ବ୍ୟକ୍ତି ଚୌକିରେ ବସିଛନ୍ତି କିନ୍ତୁ ଦଳିତ ମହିଳା ତଳେ ବସିଛନ୍ତି। ସେଠାରେ ଅନେକ ଚୌକି ଖାଲି ପଡ଼ିଥିଲେ ସୁଦ୍ଧା ଦଳିତ ମହିଳାଙ୍କୁ ତଳେ ବସିବାକୁ କୁହାଯାଇଥିଲା। ଭିଡିଓ ଭାଇରାଲ ହେବାପରେ ସିପିଏମ ପଞ୍ଚାୟତ ଅଧ୍ୟକ୍ଷଙ୍କ ବିରୋଧରେ ଥାନାରେ କରିଥିଲେ। ସିପିଏମଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜ୍ଜୁ କରିଛି।

ସୂଚନାଯୋଗ୍ୟ ଯେ, ୨୦୧୮ ମାର୍ଚ୍ଚ ୨୦ ତାରିଖରେ ସୁପ୍ରିମକୋର୍ଟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପ୍ରତି ୧୯୮୯ ମସିହାରୁ ହେଉଥିବା ଦୁରୁପଯୋଗକୁ ଦେଖି ଅତ୍ୟାଚାର ନିବାରଣ ଅଧିନିୟମ ଲାଗୁ କରିଥିଲେ। ଏହି ଅଧିନିୟମ ଅନୁସାରେ ଅଭିଯୋଗ ହେଲେ ସ୍ୱତଃ ଏଫଆଇଆର ଓ ଗିରଫ ପ୍ରାବଧାନ ରହିଛି। ସଂସଦରେ ସୁପ୍ରିମକୋର୍ଟଙ୍କ ଆଦେଶ ପରିବର୍ତ୍ତନ କରିବାକୁ ଆଇନରେ ସଂଶୋଧନ କରାଯାଇଥିଲା। ଏସସି-ଏସଟି ଆକ୍ଟରେ ରୁଜ୍ଜୁ ହୋଇଥିବା ମାମଲାରେ ଅଗ୍ରିମ ଜାମିନ ପ୍ରାବଧାନ ନାହିଁ।

   Related Posts