Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଝିଅକୁ ଖରାପ ବ୍ୟବହାର କଲେ, ବିରୋଧ କରିବାରୁ ଦଳିତ ଦମ୍ପତିଙ୍କୁ ମାରିଦେଲେ

16/11/2020 at 5:33 PM

ଏରୋଡ୍‌ ୧୬/୧୧: ସ୍ବାଧୀନତାର ୭୪ ବର୍ଷ ପରେ ବି ଉଚ୍ଚ-ନିଚ ଜାତିକୁ ନେଇ ଲୋକେ ଅଶାନ୍ତି ସୃଷ୍ଟି କରୁଛନ୍ତି। ଏପରିକି ନିଜକୁ ଉଚ୍ଚ ସମ୍ପ୍ରଦାୟର ବୋଲି ଦାବି କରିବା ସହ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ମାରିବାକୁ ବି ପଛାଉନାହାନ୍ତି। ଅନ୍ୟାୟ ବିରୋଧରେ ପ୍ରଶ୍ନ ପଚାରିବାରୁ ଦଳିତ ଦମ୍ପତିଙ୍କୁ ହତ୍ୟା କରିଦେଲା ନାଦର ସମ୍ପ୍ରଦାୟର ଯୁବକ । ଏଭଳି ଏକ ଅମାନୁଷିକ କାଣ୍ଡ ତାମିଲନାଡୁର ଏରୋଡ ଥାନା ଅଞ୍ଚଳରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ ୫୫ ବର୍ଷୀୟ ରାମାସ୍ବାମୀ ଓ ତାଙ୍କ ପତ୍ନୀ ୪୮ ବର୍ଷୀୟା ଅରୁକାନି ତାଙ୍କର ଜଣେ ୩୨ ବର୍ଷୀୟ ଝିଅ ସହ ଶନିବାର କୌଣସି କାମରେ ଯାଉଥିଲେ। ଦୀପାବଳି ଅବସରରେ ନାଦର ସମ୍ପ୍ରଦାୟର ଜଣେ ବ୍ୟକ୍ତି ସୂର୍ଯ୍ୟ ତା ସାଥିମାନଙ୍କ ସହିତ ବାଣ ଫୁଟାଉଥିଲା। ଏହି ସମୟରେ ଦମ୍ପତିଙ୍କ ଝିଅଙ୍କୁ ସୂର୍ଯ୍ୟ ନିଜ ସାଙ୍ଗମାନଙ୍କ ସହ ମିଶି ଅଶ୍ଳୀଳ କମେଣ୍ଟ କରିଥିବା ଅଭିଯୋଗ ହୋଇଥିଲା।

କମେଣ୍ଟ ମରାକୁ ନେଇ ସୂର୍ଯ୍ୟକୁ ପ୍ରଶ୍ନ କରିଥିଲେ ରାମାସ୍ବାମୀ। ଏହା ସହ ଦଳିତ ପରିବାରର ସମ୍ପର୍କୀୟମାନେ ମଧ୍ୟ ଏଥିରେ ସାମିଲ ଥିଲେ। ସମସ୍ତେ ମିଶି ସୂର୍ଯ୍ୟକୁ ଗାଳି ଗୁଲଜ କରିଥିଲେ। ତେବେ ଘଟଣାସ୍ଥଳରୁ ସୂର୍ଯ୍ୟ ରାଗରେ ଘରକୁ ଫେରିଥିଲା। ଘରେ ପହଞ୍ଚିବା ପରେ ତା ବାପା ତାକୁ କଣ ହୋଇଛି ବୋଲି ପଚାରିଥିଲେ ।ଏହି ଘଟଣାକୁ ନେଇ ସୂର୍ଯ୍ୟକୁ ତାଗିଦ କରିବା ସହ ଦଳିତ ପରିବାରଠାରୁ ମାଡ଼ ଖାଇଥିବାରୁ ତାକୁ ଗାଳି କରିଥିଲେ। ଏପରିକି ପ୍ରତିଶୋଧ ନେବା ପାଇଁ ସୂର୍ଯ୍ୟକୁ ତା ବାପା ଉସୁକାଇଥିବା ନେଇ ଜଣେ ପୋଲିସ୍‌ ଅଧିକାରୀ କହିଛନ୍ତି।

ପରେ ସୁର୍ଯ୍ୟ ନିଜର ସାଙ୍ଗମାନଙ୍କ ସହ ରାତି ୧ଟାରେ ଧାରୁଆ ଅସ୍ତ୍ର ସହ ରାମାସ୍ବାମୀଙ୍କ ଘରକୁ ଯାଇଥିଲେ। ଦମ୍ପତିଙ୍କୁ ଏକୁଟିଆ ପାଇ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ପୋଲିସ ଅଭିଯୁକ୍ତ ସୂର୍ଯ୍ୟକୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି। ଏବେ ସୂର୍ଯ୍ୟକୁ ହତ୍ୟା ମାମଲା​‌ରେ ଗିରଫ କରାଯାଇଥିବା ବେଳେ ତଦନ୍ତ ପରେ ଅନ୍ୟ ଦଫା ଲଗାଇବ ବୋଲି ପୋଲିସ୍‌ କହିଛି।

   Related Posts