ବ୍ରାହ୍ମଣ ଯୁବତୀଙ୍କୁ ବିବାହ କଲେ ଦଳିତ ବିଧାୟକ, ବର ୩୬କୁ କନିଆଁ ୧୯, ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଝିଅର ବାପ

Published By : Prameya-News7 Bureau | October 06, 2020 IST

ଚେନ୍ନାଇ ୦୬।୧୦: ଏଆଇଡିଏମକର କାଲକାପୁରୀର ବିଧାୟକ ନିଜର ୧୯ ବର୍ଷୀୟ ଝିଅକୁ ବିବାହ କରିବା ଏବଂ ତାଙ୍କ ସହ ବିଶ୍ଵାସଘାତ କରିବା ଅଭିଯୋଗ କରି ଏକ ମନ୍ଦିରର ପୂଜାରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୂଜାରୀଙ୍କୁ ନିଜ ହେପାଜତକୁ ନେଇଛନ୍ତି। ୩୬ ବର୍ଷୀୟ ଦଳିତ ବିଧାୟକ ଏ ପ୍ରଭୁ ସୋମବାର ପୂଜାରୀଙ୍କ ଝିଅକୁ ନିଜ ବାସଭବନରେ ବିବାହ କରିଛନ୍ତି। ଝିଅର ବାପା ଏହି ବିବାହରେ ରାଜିନଥିଲେ ଏବଂ ଝିଅର ଏହି କାର୍ଯ୍ୟରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଉଭୟ ବିଧାୟକ ଓ ଯୁବତୀ ପୂର୍ବରୁ ସଂପର୍କରେ ଥିଲେ। ଯୁବତୀଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ, ବିଧାୟକ ତାଙ୍କ ଝିଅକୁ ଗତ ଚାରି ବର୍ଷ ହେଲା ଭଲ ପାଉଥିଲେ। ସେତେବେଳେ ଝିଅ ନାବାଳିକା ଥିଲା। କିନ୍ତୁ ବିଧାୟକ କହିଛନ୍ତି ଯେ, ତାଙ୍କ ଭଲ ପାଇବାକୁ ଅତି ବେଶୀ ହେଲେ ଚାରି ମାସ ହେବ।

wp:html /wp:html

ଝିଅର ବାପା କହିଛନ୍ତି ପ୍ରଭୁ ତାଙ୍କ ଘରେ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥିଲେ ଏବଂ ତାଙ୍କୁ ସେ ସର୍ବଦା ନିଜ ପୁଅ ପରି ମାନି ଆସିଛନ୍ତି। ସେ କହିଛନ୍ତି ଯେ, ପ୍ରଭୁ ମୋର ଭରସା ଭାଙ୍ଗିଛନ୍ତି। ସେ ଦାବି କରିଛନ୍ତି ଯେ, ତାଙ୍କ ଝିଅର ମାଇଣ୍ଡ ଓ୍ଵାସ କରାଯାଇଛି। ସେ ବିବାହ ପାଇଁ ପ୍ରସ୍ତୁତ ନଥିଲା। କାରଣ ପୁଅ ଓ ଝିଅ ମଧ୍ୟରେ ୧୭ ବର୍ଷର ବ୍ୟବଧାନ ରହିଛି।

ଅଭିଯୋଗ ଉପରେ ଜବାବ ରଖି ପ୍ରଭୁ ସୌନ୍ଦାର୍ଯ୍ୟା ସହ ଏକ ଭିଡିଓ ଜାରି କରି କହିଛନ୍ତି ସେ ଚାରି ମାସ ଧରି ସଂପର୍କରେ ଥିଲେ ଏବଂ ସେ ଝିଅକୁ ଅପହରଣ କରି ନାହାନ୍ତି। ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଝିଅ ବିବାହ ପାଇଁ ନିଜ ବାପା-ମାଙ୍କ ଅନୁମତି ମାଗିଥିଲେ ମାତ୍ର ଘର ଲୋକ ମନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.