Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

IPL କୁ ନେଇ ଦେଇଥିବା ଟିପ୍ପଣୀ ବାବଦରେ କ୍ଷମା ମାଗିଲେ ଡେଲ୍‌ ଷ୍ଟେନ୍‌

3/03/2021 at 5:44 PM

ନୂଆଦିଲ୍ଲୀ, ୦୩/୦୩: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର୍‌ ଡେଲ୍‌ ଷ୍ଟେନ୍‌ କିଛିଦିନ ତଳେ ଭାରତରେ ଖେଳାଯାଉଥିବା ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ବା ଆଇପିଏଲ୍‌କୁ ନେଇ ନିଚାତ୍ମକ ଭାବ ଦେଖାଇଥିଲେ । ବର୍ତ୍ତମାନ ଚାଲିଥିବା ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)ରେ ସେ ଖେଳୁଛନ୍ତି । କିନ୍ତୁ ଏହି ସମୟରେ ଷ୍ଟେନ୍ ଏକ ଅଜବ ବୟାନ ଦେଇ ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)କୁ ଆଇପିଏଲଠୁ ଉନ୍ନତ ଲିଗ୍‌ ଦର୍ଶାଇଥିଲେ । ଡେଲ ଷ୍ଟେନ କହିଥିଲେ ଯେ, ଆଇପିଏଲ ତୂଳନାରେ ପିଏସଏଲ ଖେଳିବା ଲାଭଦାୟକ । ପିଏସଏଲରେ  ଆଇପିଏଲ ଅପେକ୍ଷା କ୍ରିକେଟ୍ ଉପରେ ଅଧିକ ଜୋର ଦିଆଯାଉଛି।

ଯାହାକୁ ନେଇ ବିବାଦ ଦେଖା ଦେଇଥିଲା । ଏହାକୁ ନେଇ ସେ କ୍ଷମା ପାର୍ଥନା କରିଛନ୍ତି । ସେ ଟ୍ୱିଟ୍‌ ଯୋଗେ କହିଛନ୍ତି ଯେ, ଏହିପରି ବୟାନ ଦେବାରେ ତାଙ୍କର କୌଣସି ମନୋବୃତ୍ତି ନଥିଲା ବା ଆଇପିଏଲ୍‌କୁ ଅପମାନ କରିବା ମୋର ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି । ଅନ୍ୟ ଖାଳାଳୀଙ୍କ ଅପେକ୍ଷା ଆଇପିଏଲ୍ ତାଙ୍କ ଜୀବନରେ ଏକ ବଡ଼ ଅନୁଭୂତି ବୋଲି ସେ ଏଥିରେ ପ୍ରକାଶ କରିଛନ୍ତି । ସୋସାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହା ତାଙ୍କ ବାରୋଧରେ ଖରାପ ପ୍ରଭାବ ପକାଉଥିବା ସେ କହିଛନ୍ତି । ଏଥିପାଇଁ ସେ ଭୁଲ୍‌ ମାଗିଥିବା ଏଥିରେ ଉଲ୍ଲେଖ କରିଛନ୍ତି ।   

ତେବେ ଡେଲ ଷ୍ଟେନ ଏକ ପାକିସ୍ତାନ ଖବରକାଗଜ ସହ ଆଲୋଚନା ବେଳେ କହିଥିଲେ ଯେ, ଯେବେ ଆପଣ ଆଇପିଏଲ ଖେଳିବାକୁ ଯାଆନ୍ତି ତେବେ ସେଠାରେ ବଡ ସ୍କ୍ଵାର୍ଡ ଓ ବଡ ଖେଳାଳି ଥାଆନ୍ତି । ଖେଳାଳିଙ୍କ ଆୟ ଉପରେ ଅଧିକ ଧ୍ୟାନ ଦିଆଯାଏ । ବେଳେ ବେଳେ ଏହି ସବୁ ମଧ୍ୟରେ କ୍ରିକେଟ୍‌କୁ ସମସ୍ତେ ଭୁଲି ଯାଆନ୍ତି । ଯେବେ ଆପଣ ପିଏସଏଲ ଓ ଲଙ୍କା ପ୍ରିମିୟର ଲିଗ୍ ଖେଳିବାକୁ ଯାଆନ୍ତି ତେବେ ସେଠାରେ କ୍ରିକେଟ୍‌ ଉପରେ ଅଧିକ ଗୁରୁତ୍ଵ ଦିଆଯାଏ । ମୁଁ ଆଇପିଏଲଠୁ ଦୂରରେ ରହି ଖେଳ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଥିଲି । ମୁଁ ପିଏସଏଲ ପରି  ଟୂର୍ଣ୍ଣାମେଣ୍ଟ ଖେଳିବାକୁ ଚାହୁଁଥିଲି, ଯେଉଁଠି କ୍ରିକେଟ୍‌କୁ ଅଧିକ ମହତ୍ଵ ଦିଆଯାଏ ।

ଡେଲ ଷ୍ଟେନ ଆଇପିଏଲରେ ଡେକାନ ଚାର୍ଜର୍ସ, ସନରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଲାୟନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ଖେଳି ସାରିଛନ୍ତି । ଷ୍ଟେନ ୨୦୨୧ ଆଇପିଏଲରେ ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ରେ ଷ୍ଟେନଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା । ଷ୍ଟେନ ୩ଟି ମ୍ୟାଚ୍‌ରେ ୧୩୩ ହାରରେ କେବଳ ଗୋଟିଏ ଓ୍ଵିକେଟ୍ ପାଇଥିଲେ । ସେ ପିଏସଏଲ ୨୦୨୧ର ବର୍ତ୍ତମାନ ସିଜିନରେ କ୍ଵେଟା ଗ୍ଲାଡିଏଟର୍ସ ତରଫରୁ ଖେଳୁଛନ୍ତି ।

   Related Posts