ଜମି ଦେବାକୁ କହି ଠକିଥିଲେ ଲକ୍ଷ ଲକ୍ଷ ଟଙ୍କା, ଉତ୍ତରପ୍ରଦେଶରୁ ଦଲାଲକୁ ବାନ୍ଧିଲା କମିଶନରେଟ୍ ପୋଲିସ

Published By : Prameya-News7 Bureau | November 15, 2021 IST

ଭୁବନେଶ୍ବର ୧୫।୧୧: ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜମି ଦଲାଲ ଗିରଫ । ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ । ୨୦୧୫ ମସିହାରେ ଲୋକଙ୍କୁ ଘର ଜମି ଦେବାକୁ କହି ଠକିଥିଲା ଲକ୍ଷ ଲକ୍ଷ ଟଙ୍କା ।ଗିରଫ ଦଲାଲ ଜଣକ ହେଲେ ପର୍ଶୁରାମ କାଣ୍ଡି ।

ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ଲୋକଙ୍କୁ ଘର ଜମି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପର୍ଶୁରାମ କାଣ୍ଡି ନାମକ ବ୍ୟକ୍ତିକୁ ଗିରଫ କଲା ପୋଲିସ । ଉତ୍ତରପ୍ରଦେଶରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣୁଛି କମିଶନରେଟ୍ ପୋଲିସ । ୨୦୧୫ ମସିହାରେ ଲୋକଙ୍କୁ ଘର ଜମି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିଥିଲା ପର୍ଶୁରାମ । ଠକେଇ କରି ପର୍ଶୁରାମ ପରିବାର ସହ ଉତ୍ତରପ୍ରଦେଶ ଚାଲି ଯାଇଥିଲା । ତେବେ ଉତ୍ତରପ୍ରଦେଶରୁ ଗିରଫ କରାଯାଇଥିବା ନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.