ଆରଟିଓରୁ ପୁଣି ଦଲାଲ ଗିରଫ
4/03/2020 at 10:06 AM

ସମ୍ବଲପୁର ୪/୩: ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ପୁଣି ଗିରଫ ହେଲେ ଦୁଇ ଦଲାଲ।ପରିବହନ କାର୍ଯ୍ୟାଳୟଗୁଡିକୁ ଦଲାଲ ମୁକ୍ତ ରଖିବା ପାଇଁ ଅନେକ ଦିନ ଆଗରୁ ନିର୍ଦେଶ ଜାରି କରାଯାଇଥିଲା ହେଲେ ଦଲାଲ ମାନେ ବିଭିନ୍ନ ଉପାୟରେ କଳେବଳେ କାର୍ଯ୍ୟାଳୟ ଭିତରକୁ ପଶି ସେମାନଙ୍କ କାମ କରୁଛନ୍ତି ।
ଧନୁପାଲି ପୋଲିସ ଦୁଇ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସ୍ଥାନୀୟ ବୁଢ଼ାରଜାର ଶିବ ମହାରଣା ଓ ରାଜାନଗରର ଶେଖ ଅସଫାଉଦିନକୁ ପରିବହନ କାର୍ଯ୍ୟାଳୟ ପରିସରରୁ ଗିରଫ କରାଯାଇଛି । ଜଣେ ବ୍ୟକ୍ତିଙ୍କ ଗାଡି ମୋଟର କାଗଜପତ୍ର କରାଇଦେବା ପାଇଁ ଉଦ୍ୟମ କରୁଥିବା ସମୟରେ ସେମାନଙ୍କୁ ଗିରଫ କରାଯାଇଛି ।
Related Posts
ବରଗଛରେ ଝୁଲୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ତଳେ ପଡିଛି ଚପଲ
28 February 2021
ଭଦ୍ରକ : ବସନ୍ତ ଉତ୍ସବ ପାଳିତ
28 February 2021
ହୃଦରୋଗ ପରାମର୍ଶ କେନ୍ଦ୍ର ଉଦଘାଟିତ
28 February 2021