Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଶରଣ ଦେଇଥିବାରୁ ଭାରତକୁ ଧନ୍ୟବାଦ ଜଣାଇଲେ ଦଲାଇଲାମା, ଜାଣନ୍ତୁ ଚୀନ୍ ଓ ତାଇୱାନକୁ ନେଇ କହିଲେ କ’ଣ?

10/11/2021 at 5:59 PM

ଟୋକିଓ ୧୦।୧୧: ନିର୍ବାସୀତ ତୀବ୍ବତୀୟ ଧର୍ମଗୁରୁ ଦଲାଇଲାମା  ଭାରତରେ ରହିବାକୁ ପସନ୍ଦ କରନ୍ତି ବୋଲି ବୁଧବାର କହିଛନ୍ତି। କାରଣ ଚୀନ୍‌ ଓ ତାଇୱାନ ସମ୍ପର୍କ ଏବେ ଖୁବ୍ ଦୁର୍ବଳ। ଏଣୁ ଭାରତ ଘର ଦେଇଥିବାରୁ ଦଲାଇଲାମା ଧନ୍ୟବାଦ ଜଣାଇଛନ୍ତି। ଟୋକିଓରୁ ଏକ ଅନଲାଇନ ନ୍ୟୁଜ୍‌ କନଫରେନ୍ସରେ ୮୬ ବର୍ଷ ବୟସ୍କ ଦଲାଇଲାମା ଅଂଶଗ୍ରହଣ କରିଥିବା ବେଳେ ସେ ତାଇୱାନରେ ରହିବାକୁ ପସନ୍ଦ କରିବେ କି ବୋଲି ପଚରା ଯାଇଥିଲା। ତେବେ ସେ ତାଙ୍କ ପସନ୍ଦ ସମ୍ପର୍କରେ ଏହା କହିଛନ୍ତି।  

ସେହିପରି ଚୀନ୍‌ ରାଷ୍ଟ୍ରପତିଙ୍କୁ ଭେଟିବା ଲାଗି ତାଙ୍କର କୌଣସି ଖାସ୍ ଯୋଜନା ନଥିବାର ମଧ୍ୟ ଦଲାଇଲାମା କହିଥିବା ବେଳେ  ତାଇୱାନ ଉପରେ ବଢି ଚାଲିଥିବା ଚୀନ୍‌ ଚାପକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।  ପ୍ରସଙ୍ଗରେ ଦଲାଇଲାମା କହିଛନ୍ତି ଯେ ସାଂସ୍କୃତିକ ବିବିଧତା ନେଇ ଚୀନ୍‌ ଶାସକ ସେପରି କୌଣସି ଅଭିଜ୍ଞତା ନାହିଁ। ସରକାରରେ ହାନ୍‌ ଜାତୀୟ ସମୂଦାୟର ପ୍ରଭୂତ୍ୱ ରହିଛି। ଦଲାଇଲାମା କହିଛନ୍ତି ଯେ ଚୀନ୍‌ କେବଳ ହାନ ଜାତୀୟ ଲୋକଙ୍କ ଦେଶ ନୁହେଁ। ସେଠାରେ ଅନ୍ୟ ସମ୍ପ୍ରଦାୟ ଓ ସଂସ୍କୃତିର ଲୋକେ ବି ବସବାସ କରନ୍ତି ଲେକିନ୍‌ ହାନ ସମୂଦାୟ ସେମାନଙ୍କ ବାବଦେ କେବେ ଚିନ୍ତା ବି କରନ୍ତିନି। ଏଣୁ ଚୀନ୍‌ କମ୍ୟୁନିଷ୍ଟ ସଂକିର୍ଣ୍ଣମନା ହୋଇପଡିଥିବାରୁ ସାଂସ୍କୃତିକ ବିବିଧତାକୁ ଅନୁଭବ କରିପାରୁନଥିବା ଦଲାଇଲାମା କହିଛନ୍ତି।

ତେବେ ସେ ମାଓସେ ତୁଙ୍ଗଙ୍କ ସମୟରୁ ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ଓ ନେତାଙ୍କୁ ଜାଣିଥିବା କହିଛନ୍ତି। ସେମାନଙ୍କ ବିଚାର ଖୁବ୍ ସୁନ୍ଦର। ହେଲେ କେବେ କେବେ ସେମାନଙ୍କ ନିୟନ୍ତ୍ରଣକୁ ଅଧିକ କଠୋର ହୋଇଥାଏ ବୋଲି ଦଲାଇଲାମା କହିଛନ୍ତି। ପଶ୍ଚିମ ଚୀନ୍  ଜିନଜିଆଙ୍ଗ ସଂଖ୍ୟାଲଘୁ ଅତ୍ୟାଚାର ପ୍ରସଙ୍ଗରେ ୱିଣ୍ଟର ଅଲିମ୍ପିକ୍‌କୁ ଅନ୍ତର୍ଜାତୀୟ ସମୂଦାୟ ଦ୍ୱାରା ବହିଷ୍କାର କରାଯିବା ଦରକାର କି ବୋଲି ଟୋକିଓରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଲାଇଲାମା ଭାରତସ୍ଥିତ ତାଙ୍କ ଆବାସରୁ ଅଂଶଗ୍ରହଣ କରି ଏହା କହିଛନ୍ତି। ତେବେ ସେ ଭାରତରେ ରହୁଛନ୍ତି ଓ ଏହିଠାରେ ରହିବାକୁ ସେ ଅଧିକ ପସନ୍ଦ କରନ୍ତି ବୋଲି କହିଛନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି।   

   Related Posts