Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

ଆହୁରି ୨୦ ବର୍ଷ ଜୀବିତ ରହିବାକୁ ଚାହାଁନ୍ତି ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା : ୬୧ ବର୍ଷ ପୂର୍ବେ ଚୀନ୍ ଛାଡି ଆସିଥିଲେ ଭାରତ

8/06/2020 at 12:55 PM

ନୂଆଦିଲ୍ଲୀ ୦୮/୦୬ : ତିବ୍ବତୀୟଙ୍କ ସର୍ବୋଚ୍ଚ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା ନିଜ ସ୍ୱାସ୍ଥ୍ୟକୁ ଦୃଢ ଭାବେ କହିଛନ୍ତି ଯେ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି ଏବଂ ଆହୁରି ୨୦ ବର୍ଷ ଜୀବିତ ରହିବେ | ସେ କହିଛନ୍ତି ଯେ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି ଏବଂ ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ବୌଦ୍ଧଚିତ୍ତ ସମାରୋହ ଆୟୋଜନରେ ଭାଗ ନେବେ | ଦଲାଇ ଲାମା ନିଜ ଆବାସରେ ମାନସିକ ସାଧନା ପାଇଁ ଏକ ଭିରଚୁଆଲ ସମାରୋହ ଆୟୋଜନ କରିଛନ୍ତି | ଏହି ଅବସରରେ ସେ ଅନୁଗାମୀଙ୍କୁ, ବିଶେଷ ଭାବେ ତିବ୍ବତୀୟଙ୍କୁ କହିଛନ୍ତି ଯେ, ସେ ଆଗାମୀ ୨୦ ବର୍ଷ କିମ୍ବା ତାଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଏହିଭଳି ଆୟୋଜନରେ ଭାଗ ନେଇପାରିବେ | ସେ ଦକ୍ଷିଣ ଭାରତ ମଠର ଲୋକଙ୍କୁ ଅପିଲ କରିଛନ୍ତି ଯେ ଏହାକୁ ଏକ ବାର୍ଷିକ ଆୟୋଜନ କରିବେ |

ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା କହିଛନ୍ତି ଯେ, ‘ଶୂନ୍ୟତାର ବୁଦ୍ଧି ଓ ଶିକ୍ଷା ଧ୍ୱନିର ବୁଝାମଣାରୁ ଉତ୍ପନ୍ନ ହେଉଥିବା ଏକ କରୁଣାମୟୀ ଆଚରଣ ଦ୍ୱାରା ଆମେ ନିଜ ସହ ଅନ୍ୟମାନଙ୍କର ମଧ୍ୟ ଭଲ କରିପାରିବା | ନିଜଠାରୁ ଅଧିକ ଆମେ ଅନ୍ୟମାନଙ୍କ ପାଇଁ କାମ କରିବା ଉଚିତ | ନିଜ ଯତ୍ନ ନେବା ଠାରୁ ଅଧିକ ଅନ୍ୟମାନଙ୍କ ଯତ୍ନ ନେବା ଉଚିତ |’

ତେନଜିନ ଜ୍ଞାତସୋ ୧୪ତମ ଦଲାଇ ଲାମା | ସେ ବର୍ତ୍ତମାନ ହିମାଚଳରେ ରହୁଛନ୍ତି | ୧୯୩୭ ମସିହାରେ ୧୩ତମ ଲାମା ଦ୍ୱାରା ତାଙ୍କୁ ଉତ୍ତରାଧିକାରୀ ଚୟନ କରାଯାଇଥିଲା | ୧୯୫୦ ମସିହାରେ ସେ ନିଜ ଦାୟିତ୍ୱ ଭାର ସମ୍ଭାଳିଥିଲେ | ସେତେବେଳେ ତାଙ୍କ ବୟସ ୧୫ ବର୍ଷ ଥିଲା | ୧୯୫୯ ମସିହାରେ ସେ କୌଶଳକ୍ରମେ ନିଜ ମାତୃଭୂମି ଚୀନରୁ ଖସି ଆସିଥିଲେ | ସେବେଠାରୁ ସେ ଭାରତରେ ଆତ୍ମନିର୍ବାସନରେ ଅଛନ୍ତି | ସେବେଠାରୁ ତିବ୍ବତରେ ଚୀନ କବଜା କରିଛି | ଦଲାଇ ଲାମାଙ୍କୁ ମଧ୍ୟ ଚୀନ ନିଜର ଶତ୍ରୁ ବୋଲି ଭାବେ | 

   Related Posts