ଭାରସାମ୍ୟ ହରାଇ ରାସ୍ତା କଡରେ ପିଟିହେଲା ଡାଲା ଅଟୋ, ୨ ଗୁରୁତର

Published By : Prameya-News7 Bureau | May 23, 2021 IST

ତେଲକୋଇ ୨୩/୫ : କାଞ୍ଜିପାଣି ଘାଟିରେ ଡାଲା ଅଟୋ ଦୁର୍ଘଟଣାରେ ଦୁଇ ଗୁରୁତର । ସୂଚନା ଅନୁଯାୟୀ କେନ୍ଦୁଝର ପଟୁ କାଞ୍ଜିପାଣି ଘାଟି ଦେଈ ତେଲକୋଇ କୁ ଆସୁଥିବା ଏକ ମାଲବାହୀ ତିନି ଚକିଆ ଅଟୋ ଭାରସାମ୍ୟ ହରାଇ କୁସୁମ ଘାଟି ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଡ୍ରାଇଭର ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁଇ ଗୁରୁତର ହେଲେ ହରିଚନ୍ଦନପୁର ଥାନା ଚଷାଟାଙ୍ଗିର ଗାଁର ନିଶାକର ମହାନ୍ତ ଓ ବିନୋଦ ଓଝା ।

ବିନୋଦ ଓଝା ଜଣେ ହଟିକଲଚର ଵିଭାଗର କର୍ମଚାରୀ । ସେ ଅଟୋ ଯୋଗେ ହରିଚନ୍ଦନପୁର ରୁ ତେଲକୋଇକୁ କିଛି ଚାରା ନେଇ ଆସୁଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୂଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.