ରାଜଧାନୀରେ ଡାକ୍ତରଙ୍କୁ ଆକ୍ରମଣ, ମାମଲା ରୁଜୁ କରି ଚୁପ୍ ବସିଛି ପୋଲିସ

Published By : Prameya-News7 Bureau | July 27, 2021 IST

ଭୁବନେଶ୍ୱର, ୨୭|୦୭: ରାଜଧାନୀରେ ଅବସରପ୍ରାପ୍ତ ଡାକ୍ତରଙ୍କୁ ଆକ୍ରମଣ। ଭୁବନେଶ୍ବର ଧଉଳୀ ଥାନା ଅଞ୍ଚଳରେ ପଡୋଶୀର ମାଡରେ ଡାକ୍ତର ରଜନିକା ଦାସ ଆହାତ ହୋଇଛନ୍ତି । ଡାକ୍ତର ରଜନିକା ଏବଂ ତାଙ୍କ ପଡୋଶୀଙ୍କ ମଧ୍ୟରେ ରାସ୍ତାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଗତ ଶୁକ୍ରବାର ଡାକ୍ତର ରଜନିକା ନିଜ ଘର ସାମ୍ନାରେ ଠିଆ ହୋଇଥିଲେ ।

ଏହି ସମୟରେ ତାଙ୍କ ପଡୋଶୀ ଗୋବିନ୍ଦ ଦାସ ଏବଂ ବିଦୁଲତା ଦାସ ଡାକ୍ତର ରଜନିକାନ୍ତଙ୍କୁ ମାଡ ମାରିଥିଲେ । ଆକ୍ରମଣରେ ଡାକ୍ତର ରଜନିକାନ୍ତ ତଳେ ପଡିଯାଇ ଆହାତ ହୋଇଥିଲେ ମଧ୍ୟ ଆକ୍ରମଣକାରୀ ତାଙ୍କୁ ଛାଡି ନଥିଲେ । ଏପରିକି ଉପସ୍ଥିତ ଲୋକ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଆକ୍ରମଣକାରୀ ଡାକ୍ତରଙ୍କ ଘରେ ପଶି ମାଡ ମାରିଚାଲିଥିଲେ । ଏହି ସମୟର ଭିଜୁଆଲ୍ ସିସିଟିଭିରେ ରେକର୍ଡ ହୋଇଛି । ଏ ନେଇ ଡାକ୍ତର ଧଉଳୀ ଥାନାରେ ଅଭିଯୋଗ କରିଛନ୍ତି ।

କିନ୍ତୁ ପୋଲିସ କେବଳ ମାମଲା ରୁଜୁ କରି ବସିରହିଛି । ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷା ଦେବା ପାଇଁ କମିଶନରେଟ୍ ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି । ଏଠାରେ ଅଭିଯୁକ୍ତ ମାନଙ୍କ ବିରୋଧରେ ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.