୨ ଡକାୟତ ଗିରଫ : ଗନ୍ ପଏଣ୍ଟରେ ଲୁଟ୍ କରି ଫେରାର ବେଳେ ଧରିଦେଲା ପୋଲିସ

Published By : Prameya-News7 Bureau | July 25, 2021 IST

ଟାଙ୍ଗୀ,୨୫/୦୭:  ୨ କୁଖ୍ୟାତ ଡକାୟତକୁ ଗିରଫ କଲା ଟାଙ୍ଗୀ ପୋଲିସ । ସେମାନଙ୍କଠୁ ମାଉଜର, ଜୀବନ୍ତ ଗୁଳି, ଗୋଟିଏ ବାଇକ୍ ଜବତ କରାଯାଇଛି । ଗନ୍-ପଏଣ୍ଟରେ ଆକ୍ରମଣ କରି ଡକାୟତି କରି ଫେରାର ବେଳେ ଏହି ୨ କୁଖ୍ୟାତ ଡକାୟତ ଧରାପଡିଛନ୍ତି ।

ଗିରଫ ଡକାୟତ ଦ୍ୱୟଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ  ଚୋରି-ଡକାୟତି ଓ ରାହାଜାନୀ ଭଳି ସଙ୍ଗୀନ ମାମଲା ରହିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ମା' ଉଗ୍ରତାରା ମନ୍ଦିର ନିକଟ ଜଙ୍ଗଲିଆ ସ୍ଥାନରେ ବିଳମ୍ବିତ ରାତ୍ରରେ ଡକାୟତି କରିବା ବେଳେ ଏହି ଡକାୟତ ଦୁହେଁ ଧରା ପଡିଛନ୍ତି ।

ସୂଚନାନୁସାରେ, କୃଷ୍ଣ ଚନ୍ଦ୍ର ସାହୁ ଏବଂ ତାଙ୍କ ବନ୍ଧୁ ଶଙ୍କର ପ୍ରଧାନ ଦୁହେଁ କାର୍ ଗାଡ଼ିରେ ଯାଉଥିବା ବେଳେ ଏହି ଡକାୟତ ମାନେ ତାଙ୍କୁ ଗନ୍-ପଏଣ୍ଟରେ ଆକ୍ରମଣ କରିଥିଲେ । ସେମାନଙ୍କଠୁ ୩୪ ହଜାର ଟଙ୍କା ଲୁଟିନେଇ ଫେରାର ହେଉଥିବା ବେଳେ ପୋଲିସ ହାତରେ ଧରା ପଡିଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.