Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଯାତ୍ରା ଟାଇଗର ଦୈତାରୀ ପଣ୍ଡାଙ୍କ ଗୁପ୍ତ ବିବାହ ବିଷୟରେ ଜାଣିଥିଲେ ବହୁ କଳାକାର, ଏବେ ଜଣ ଜଣ କରି ବଖାଣୁଛନ୍ତି ସବୁକଥା…ଜାଣନ୍ତୁ କିଏ କହିଲେ କଣ

20/11/2018 at 6:44 PM

ନା ସେତେବେଳେ ଖରା ଥିଲା, ନା ବର୍ଷା ଥିଲା … ଥିଲା କିନ୍ତୁ ପ୍ରେମର ବସନ୍ତ । ଅଭିନୟର ଯାଦୁରେ ଦର୍ଶକଙ୍କ ଗାଳି ଓ ତାଳି ସାଉଁଟି ସାଉଁଟି ପରସ୍ପରର ନିକଟତର ହୋଇଥିଲେ, ଖଳନାୟକ ଦୈତାରୀ ପଣ୍ଡା ଏବଂ ନାୟିକା ଲତା ମଣ୍ଡଳ । ବାସ୍ତବ ଜୀବନରେ ଏମାନଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀର ସମ୍ପର୍କ ଗଢ଼ି ଉଠିଥିଲା । ଲତା, ଏବେ ସ୍ବାମୀଙ୍କ ସନ୍ତକକୁ ଧରି, ତା ପାଇଁ ପିତୃତ୍ବର ପରିଚୟ ଖୋଜୁଥିବା ବେଳେ ଖଳନାୟକ ଶୈଳୀରେ ଫୁ ଫୁ କରି ଉଡ଼ାଇ ଦେଉଛନ୍ତି ଦୈତାରୀ ପଣ୍ଡା । ଏ ସମ୍ପର୍କ ମିଛ ନା ସତ … କଣ କହୁଛି ଜଲିଉଡ୍ ଇଣ୍ଡଷ୍ଟ୍ରି, ଦେଖନ୍ତୁ ଏହି ରିପୋର୍ଟରେ …

ଦୈତାରୀ ପଣ୍ଡା ବାହା ହେଉଛି … ଏଠି ଖରା ହେଉଛି ବର୍ଷା ହେଉଛି … ଆଉ ବର ବେଶରେ, ହାତରେ ଗୋଟା ନଡ଼ିଆ ଏବଂ ଖିଲିକାତି ଧରି ପାଲିଙ୍କିରେ ବସିଛନ୍ତି ଯାତ୍ରା ଜଗତର ବାଦଶାହା ଦୈତାରୀ ପଣ୍ଡା । ତାରିଣୀ ଗଣନାଟ୍ୟର ଜୀଅନ୍ତା ଶବରେ ଖଳନାୟକ ଭୂମିକା ହିଁ ଦୈତାରୀ ପଣ୍ଡାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ । ସେବେଠାରୁ ଯାତ୍ରା ଟାଇଗର୍ କହିଲେ ଦୈତାରୀ ପଣ୍ଡାଙ୍କୁ ହିଁ ବୁଝାଏ । କେବଳ ଖଳନାୟକ କାହିଁକି ଚରିତ୍ର ଭୂମିକାକୁ ବି ବେଶ୍ ଜୀବନ୍ତ କରିପାରି ଥାନ୍ତି ଦୈତାରୀ ପଣ୍ଡା । ଏବେ କିନ୍ତୁ ତାଙ୍କ ବାସ୍ତବ ଜୀବନର ଚରିତ୍ରରେ ଲାଗିଛି ଖଳନାୟକର ଦାଗ ।

ତାରିଣୀ ଗଣନାଟ୍ୟର ଜୀଅନ୍ତା ଶବ, କେବଳ ଦୈତାରୀ ପଣ୍ଡାଙ୍କୁ କାହିଁକି ଲତା ମଣ୍ଡଳଙ୍କୁ ବି ଦେଇଥିଲା ବେଶ୍ ପରିଚିତି । କାରଣ ଲତା ଥିଲେ ସେହି ନାଟକର ହିରୋଇନ୍ । ଜୀଅନ୍ତା ଶବରେ ଖଳନାୟକ ଦୈତାରୀ ପଣ୍ଡା ତାଙ୍କ ଜୀବନ୍ତ ଅଭିନୟ ପାଇଁ ଦର୍ଶକଙ୍କ ପାଖରୁ ଗାଳିଗୁଲଜ ଶୁଣୁଥିଲେ, ଯାହା ତାଙ୍କ ପାଇଁ ଥିଲା ପରୋକ୍ଷରେ ପ୍ରଶଂସା । ଆଉ ସେପଟେ, ପ୍ରତ୍ୟକ୍ଷ ଭାବେ ପ୍ରଶଂସା ସାଉଁଟି ଥିଲେ ଲତା । ଆଉ ଏହା ଭିତରେ ଦର୍ଶକଙ୍କ ବାଃ ବାଃ, କରତାଳି ଓ ଗାଳି ମଧ୍ୟରେ ବାସ୍ତବ ଜୀବନରେ ଉଭୟେ ପରସ୍ପରର ନିକଟତର ହୋଇଥିଲେ । ବିବାହ କଲେ, ଯାହାର ପ୍ରମାଣ ହେଉଛନ୍ତି ଏହି ୨୩ ବର୍ଷୀୟ ଯୁବକ ସୋମନାଥ । ସୋମନାଥଙ୍କ ସାର୍ଟିଫିକେଟ୍ ଏବଂ ଆଧାର କାର୍ଡରେ ବାପାଙ୍କ ନାଁ ରହିଛି ଦୈତାରୀ ପଣ୍ଡା । ପୁଣି ୨୩ ବର୍ଷ ତଳର ଲତାଙ୍କ ଏଲଆଇସି ବଣ୍ଡରେ ସ୍ବାମୀଙ୍କ ନାଁ ରହିଛି ଦୈତାରୀ ପଣ୍ଡା । ଏସବୁ କଣ ମିଛ ? ଦୈତାରୀ ପଣ୍ଡା ସତକୁ ଫାଙ୍କି ଦେବାକୁ ଚେଷ୍ଟା କରୁ ନାହାନ୍ତି ତ ? ଦୈତାରୀ-ଲତା ସମ୍ପର୍କର ସତ-ମିଛ ଜାଣିବାକୁ ଚାହୁଁଛନ୍ତି କି ? ଅଭିନେତା ଅଶୋକ ରାଉତ, ରମାକାନ୍ତ ରାଉତ ,ରଣଜିତ ପାତ୍ର,  ଅଭିନେତ୍ରୀ ତାରିଣୀ, ଛବିରାଣୀ ବହେରା,  ଅଂଜନା ନାୟକ,  ବିରଂଚି ଦାସ , ସୁରେଶ ପଣ୍ଡା, ନାୟିକା ଜୁଲି ପଣ୍ଡା ପ୍ରମୁଖ ସମସ୍ତେ ଏବେ ବଖାଣୁଛନ୍ତି ଦୁହିଁଙ୍କ ପ୍ରେମ, ପ୍ରଣୟ ଓ ଦାମ୍ପତ୍ୟ ଜୀବନର କଥା ।

ଯାତ୍ର ଜଗତର ପ୍ରାୟ ଅଭିନେତା, ଅଭିନେତ୍ରୀ କହୁଛନ୍ତି ସମାନ କଥା, ଦୈତାରୀ ପଣ୍ଡା ଓ ଲତା ମଣ୍ଡଳଙ୍କ ଅତୀତର ସମ୍ପର୍କର ଗାଥା । ଦିନ ଗଡ଼ି ଯାଇଛି ସତ, ହେଲେ କଥା ଲିଭିନି … ଲତା ମଣ୍ଡଳଙ୍କ ଜୀବନ ସହ କଣ ଯାତ୍ରା ଟାଇଗର୍ ମିଛ ଅଭିନୟ କରୁଥିଲେ ? ଯାତ୍ରା ମଞ୍ଚରେ ମିଛକୁ ସତ, ସତକୁ ମିଛ କହିଦେଇ ଖଳନାୟକ, ଦୈତାରୀ ପଣ୍ଡା ଖସି ଯାଆନ୍ତି । ହେଲେ କଥା ଯେତେବଳେ କୋର୍ଟକୁ ଯାଇଛି, ମେଡିକାଲ୍ ସାଇନ୍ସକୁ କେମିତି ସାମ୍ନା କରିବେ ଓଡ଼ିଆ ଯାତ୍ରା ଇଣ୍ଡଷ୍ଟ୍ରିର ଏହି ମଲ୍ଟି ଫେସେଟେଡ୍ ଅଭିନେତା ।

   Related Posts