ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟର ଗୁରୁଦିବସ

Published By : Prameya-News7 Bureau | September 07, 2020 IST

କେନ୍ଦ୍ରାପଡ଼ା ୦୭।୦୯: ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ ବଲୁରିଆ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ପାଳନ କରାଯାଇଥିଲା । ବିଶ୍ୱବ୍ୟାପୀ କରୋନା ମହାମାରୀ ସତ୍ତ୍ୱେ ସାମାଜିକ ଦୂରତ୍ୱ, ମାସ୍କ ପରିଧାନ ଓ ହାତ ପ୍ରଭୃତି ସାନିଟାଇଜେସନ ସହ ନିରାଡ଼ମ୍ବର ଭାବରେ ଅଳ୍ପ ସଂଖ୍ୟକ ଅତିଥିଙ୍କ ଗହଣରେ ଏହା ଆୟୋଜନ କରାଯାଇଥିଲା । ମହାନ୍‌ ଗୁରୁ, ଦାର୍ଶନିକ ତଥା ସ୍ୱାଧୀନ ରାଷ୍ଟ୍ରର ଦ୍ୱିତୀୟ ରାଷ୍ଟ୍ରପତି ସ୍ୱର୍ଗତ ସାର୍ବପଲ୍ଲୀ ରାଧାକ୍ରିଷ୍ଣନ ଏବଂ ଆଦର୍ଶ ଶିକ୍ଷକ, ସମାଜସେବୀ, ରାଜ୍ୟ ପୁରସ୍କାର ପ୍ରାପ୍ତ କୃତୀ ଶିକ୍ଷକ ସ୍ୱର୍ଗତ ଦୈତାରୀ ନାୟକଙ୍କ ଫଟୋଚିତ୍ରରେ ଅତିଥିବୃନ୍ଦ ଓ ଟ୍ରଷ୍ଟର କର୍ମକର୍ତ୍ତା ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ କୃତବିଦ୍‌ ବରପୁତ୍ର ଦ୍ୱୟଙ୍କ ସ୍ମୃତିଚାରଣ କରିଥିଲେ ।

ଗୁରୁଶିଷ୍ୟ ପରମ୍ପରା ଭାରତ ବର୍ଷର ବହୁ ପ୍ରାଚୀନ ଏବଂ ଏହା ପାଶ୍ଚାତ୍ୟ ରାଷ୍ଟ୍ର ଏବଂ ଆମ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଏହି ପରମ୍ପରାର ସନ୍ଦେଶ କେଉଁ କାଳରୁ ପ୍ରେରଣା ଦେଇଆସୁଛି । ସେଥିପାଇଁ ଏ ଦେଶ ମହାନ୍‌ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟର ସଭାପତି ଶିକ୍ଷାବିତ୍‌ ଭଗବାନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ବସନ୍ତ କୁମାର ମଲ୍ଲିକ, ଶିକ୍ଷାବିତ୍‌ ରାଜକୁମାର ବିଶ୍ୱାଳ, ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ପ୍ରଦୀପ ନାୟକ, କବି ନାରାୟଣ ପ୍ରସାଦ ରାଉଳ, ଶିକ୍ଷାବିତ୍‌ ଡଃ ସଚିତ୍ର କୁମାର ବେହୁରା, ସମାଜସେବୀ ବସନ୍ତ କୁମାର ସ୍ୱାଇଁ, ଅଧ୍ୟାପକ ଦିଲ୍ଲୀପ କୁମାର ଭୂୟାଁ, ଶିକ୍ଷାବିତ୍‌ ତଥା ଟ୍ରଷ୍ଟର ସମ୍ପାଦକ ରଣଜିତ୍‌ କୁମାର ରାଉତ, କୋଷାଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ମଲ୍ଲିକ, ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ସନାତନ ତରାଇ, ଅବସରପ୍ରାପ୍ତ ଶିକ୍ଷକ ବିଧାନ ଚନ୍ଦ୍ର ରାଉତ, ରମେଶ ଚନ୍ଦ୍ର ଦାଶ, ବଲୁରିଆ ସରପଞ୍ଚ ରତିକାନ୍ତ ସାହାଣୀ, ଯୁବ ସମାଜସେବୀ ସତ୍ୟରଞ୍ଜନ ସୁନ୍ଦରାଏ, ଅମୃତ ମଣୋହି ସରପଞ୍ଚ କୁଳମଣି ମଲିକ, ଟ୍ରଷ୍ଟର ବରିଷ୍ଠ ସଦସ୍ୟ ଗଙ୍ଗାଧର ସାହୁ, ରାମ ଗୋପାଳ ଧଳ ପ୍ରମୁଖ ଯୋଗଦେଇ ଗୁରୁ ଦିବସର ତାତ୍ପର୍ଯ୍ୟ, ଡଃ ରାଧାକ୍ରିଷ୍ଣନଙ୍କ ବହୁମୁଖୀ ପ୍ରତିଭା ଓ ଆଦର୍ଶ ଗୁରୁଜୀ ସ୍ୱର୍ଗତ ଦୈତାରୀ ନାୟକଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ ।

ପ୍ରାରମ୍ଭରେ ଟ୍ରଷ୍ଟର ଅନ୍ୟତମ ସଦସ୍ୟ ଶିକ୍ଷାବିତ୍‌ ପାର୍ଥ ସାରଥୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଟ୍ରଷ୍ଟ ପକ୍ଷରୁ ନୟନ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପୂର୍ବରୁ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ଓଡ଼ିଶାର ସୁନାମଧନ୍ୟ ଚିତ୍ର ତାରକା ସ୍ୱର୍ଗତ ବିଜୟ ମହାନ୍ତିଙ୍କ ପରଲୋକରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.