Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ନିର୍ବାଚନକୁ ନେଇ ଦୁଇ ଫାଳ ଦଇତା ନିଯୋଗ

16/01/2019 at 6:03 PM

ପୁରୀ ୧୬|୧: ଜାନୁଆରୀ ୨୮ରେ ହେବ ଦଇତାପତି ନିଯୋଗ ନିର୍ବାଚନ। କିନ୍ଚୁ ନିର୍ବାଚନ ପୂର୍ବରୁ ଦଇତାପତି ନିଯୋଗ ୨ ଫାଳ ହୋଇଛି।  ପୂର୍ବ ନିର୍ବାଚନର ଅବଧିକୁ ନେଇ ସୃଷ୍ଟି ହୋଇଛି କନ୍ଦଳ। ୫-ବର୍ଷ ନା ୩ ବର୍ଷ କାହାକୁ ଗ୍ରହଣ କରାଯିବ ତାକୁ ନେଇ ଚାଲିଛି ଟଣାଓଟରା।

ଦଇତାପତି ନିଯୋଗ ନିର୍ବାଚନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡିଲା। କିନ୍ତୁ ଦଇତାପତି ନିଯୋଗ ଏହାକୁ ବିରୋଧ କରୁଛି। ନିଯୋଗର ସ୍ଥାୟୀ ସଭାପତି ନବ କିଶୋର ପତି ମହାପାତ୍ର ନିର୍ବାଚନ ଆସନ୍ତା ୨୮ ତାରିଖରେ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ନିର୍ବାଚନ ପାଇଁ ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ଥିବା ସେ ଜଣାଇଛନ୍ତି।

ତେବେ ଏହି ନିର୍ବାଚନ ସଂପୂର୍ଣ୍ଣ ବେଆଇନ ବୋଲି ନିଯୋଗର ପ୍ରମୁଖ କର୍ମକର୍ତ୍ତା କହିଛନ୍ତି। ନିଯୋଗର ନିର୍ବାଚନ ୨୦୧୬ରେ ହୋଇଥିଲା। ପରବର୍ତ୍ତୀ ନିର୍ବାଚନ ୫ ବର୍ଷ ପରେ ହେବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ପରେ ଏହାକୁ ତିନି ବର୍ଷରେ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହି ନିଷ୍ପତ୍ତିକୁ ନିଯୋଗ ବୈଠକରେ ପାସ୍‌ କରାଯାଇନଥିଲା। ତେଣୁ ଏବେ ଏହି ନିର୍ବାଚନ ବେଆଇନ ବୋଲି ନିଯୋଗର ସହ ସଂପାଦକ କହିଛନ୍ତି।

ନିର୍ବାଚନକୁ ନେଇ ନିଯୋଗ ଏବେ ଦୁଇ ଫାଳ ହୋଇଛି। ତେବେ ପ୍ରଶାସନ କି ନିଷ୍ପତ୍ତି ନେଉଛି ତାହା ଉପରେ ନଜର।

   Related Posts