ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ ଦଇତାପତି ନିଯୋଗ

Published By : Prameya-News7 Bureau | August 13, 2018 IST

ଭୁବନେଶ୍ୱର ୧୩/୮ : ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ ଦଇତାପତି ନିଯୋଗ । ବିନାୟକ ଦାସ ମହାପାତ୍ର ଓ ନରସିଂହ ପତି ମହାପାତ୍ରଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଛନ୍ତି । ‘ରେକର୍ଡ ଅଫ୍ ରାଇଟ୍’ ଉଚ୍ଛେଦ ନକରିବା ସହ ବଂଶାନୁକ୍ରମିକ ସେବା ପୂଜାକୁ ନଉଠାଇବାକୁ ଦାବି କରିଛି ଦଇତାପତି ନିଯୋଗ । ଏଥି ସହ ଦାନ, ଦକ୍ଷିଣା, ପାରମ୍ପରିକ ସେବା ନଛଡାଇବାକୁ ମଧ୍ୟ ଦାବି କରାଯାଇଛି । ଏହାଛଡା ଭକ୍ତଙ୍କ ଦର୍ଶନ ପାଇଁ ଅନଲାଇନ୍ ଟିକେଟିଂ ବ୍ୟବସ୍ଥା ଲାଗୁ ନକରିବାକୁ ମଧ୍ୟ ଦାବି କରାଯାଇଛି । ସେପଟେ ଦଇତାପତିଙ୍କ ଦାବି ଶୁଣିବା ପରେ ସମସ୍ତ ନିଯୋଗ ଏକଜୁଟ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଏଥି ସହ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ଓ ଭଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.