କ୍ଷୀର ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର : ଘରୁ ଡକାୟତି ପରେ ହତ୍ୟା ସନ୍ଦେହ

Published By : Prameya-News7 Bureau | June 14, 2020 IST

ବ୍ରହ୍ମପୁର ୧୪।୬: କ୍ଷୀର ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘରୁ ଡକାୟତି ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ଏବଂ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

{"id":285896,"sizeSlug":"large"}

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ହିଲପଟଣାଠାରେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ମୃକଦେହ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ଘରୁ ଡକାୟତି ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସକାଳୁ କିଛି ଦୋକାନୀ କ୍ଷୀର ଆଣିବା ପାଇଁ ଯିବାବେଳେ ମୃତ୍ୟୁ ଘଟଣା ଜଣାପଡିଥିଲା । ମୃତ ବ୍ୟବସାୟୀ ହେଲେ ଲମ୍ବୋଦୋର ମୁନି ।

{"id":285897,"sizeSlug":"large"}

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସବ ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.