Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ରାସ୍ତାରେ ବୋହିଲା କ୍ଷୀର : ନିମ୍ନମାନର କହି ଓମଫେଡ କ୍ଷୀର ନନେବାରୁ ରାସ୍ତାରେ କ୍ଷୀର ଢାଳି ଚାଷୀଙ୍କ ପ୍ରତିବାଦ

13/07/2019 at 1:26 PM

ବାସୁଦେବପୁର ୧୩|୭: କ୍ଷୀର ଢାଳି ପ୍ରତିବାଦ କଲେ ଚାଷୀ । ଓମଫେଡ ନନେବାରୁ ଚାଷୀମାନେ ରାସ୍ତାରେ କ୍ଷୀର ଢାଳିଛନ୍ତି । ବାସୁଦେବପୁରରେ ଚାଷୀମାନେ ଏଭଳି ପ୍ରତିବାଦ କରିଛନ୍ତି । କ୍ଷୀର ନିମ୍ନମାନର କହି ବାସୁଦେବପୁର ଦୁଗ୍ଧ ଶୀତଳିକରଣ କେନ୍ଦ୍ର ଦୁଗ୍ଧ ଚାଷୀଙ୍କଠାରୁ କ୍ଷୀର ନେଇନଥିଲା । ଫଳରେ ଉତ୍ତ୍ୟକ୍ତ ଚାଷୀ ପାଖାପାଖି ୧୫ ଶହ ଲିଟର କ୍ଷୀର ସେହି ଦୁଗ୍ଧ ଶୀତଳିକରଣ ଆଗରେ ଢାଳି ଦେଇଛନ୍ତି ।

ବାସୁଦେବପୁର ଦୁଗ୍ଧ ଶୀତଳିକରଣକୁ ୧୫ଟି ସୋସାଇଟି ଓ ୧୨ଟି ବିଏମସିର ପାଖାପାଖି ୨ହଜାର ଲିଟର କ୍ଷୀର ସଂଗ୍ରହ କରିଥାଏ । ଏହି ଘଟଣାର ସମାଧାନ ନହେଲେ ବିଏମସିକୁ ଚାବି ପକାଇ ଆନ୍ଦୋଳନକୁ ତୀବ୍ର କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ଏହାର ପ୍ରତିବାଦରେ ବାସୁଦେବପୁର ବାମୁଲ୍ କାର୍ଯ୍ୟାଳୟ ସମ୍ମୁଖରେ ବି ଦୁଗ୍ଧ ଚାଷୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । କ୍ଷୀର ଢାଳି ଚାଷୀମାନେ ପ୍ରତିବାଦ କରିଛନ୍ତି । ପାଖାପାଖି ୧୦୦ ଲିଟରରୁ ଅଧିକ କ୍ଷୀର ଢାଳିଦେଇଛନ୍ତି ଚାଷୀ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

   Related Posts