ଲକ୍ ଡାଉନ୍‌ରେ ଦୁଗ୍ଧ ବିକ୍ରି କରିପାରିଲେନି ଚାଷୀ, ରାଜରାସ୍ତାରେ ଢାଳିଲେ ଶହ ଶହ ଲିଟର କ୍ଷୀର

Published By : Prameya-News7 Bureau | July 26, 2020 IST

ବରଗଡ୨୬।୭: ବରଗଡ଼ ଜିଲ୍ଲା କଳାପାଣି ଗ୍ରାମ ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଦିନକୁ ଦିନ ବରଗଡ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଫଳରେ ଦୁଗ୍ଧ ଚାଷୀମାନେ ସେମାନଙ୍କ ଦୁଗ୍ଧ ବିକ୍ରି କରି ନପାରି ବ୍ୟାପକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

{"id":305543,"sizeSlug":"large"}

ତେଣୁ ଏହାର ପ୍ରତିବାଦରେ ରବିବାର ସେମାନେ କଳାପାଣି ନିକଟସ୍ଥ ରାଜରାସ୍ତାରେ ଶହ ଶହ ଲିଟର କ୍ଷୀର ଢାଳିଦେଇଛନ୍ତି । ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଉଥିବା ବେଳେ ଏବେ କିନ୍ତୁ ସମବାୟ ସମିତି ଓ ସୋସାଇଟିଗୁଡିକ ସେମାନଙ୍କଠାରୁ ଦୁଗ୍ଧ କିଣୁନାହାନ୍ତି ଯାହା ଫଳରେ ସେମାନଙ୍କୁ ଗାଈ ଗୋରୁଙ୍କୁ ପାଳନ କରିବା ଦୁର୍ବିସହ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.