Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଡେଲି ଓ ସିଜିନ ଟିକେଟ ବିକ୍ରି ବ୍ୟବସ୍ଥା ଦାବିରେ ଡେଲି ପାସେଞ୍ଜର ସଙ୍ଘ ପକ୍ଷରୁ ଧାରଣା

26/09/2021 at 8:37 PM

ଚଣ୍ଡିଖୋଲ, ୨୬/୦୯: ପାସେଞ୍ଜର ଟ୍ରେନ ଚଳାଚଳ ଓ ଷ୍ଟେସନ କାଉଣ୍ଟରରେ ଡେ଼ଲି ଓ ସିଜିନ ଟିକେଟ ବିକ୍ରି ବ୍ୟବସ୍ଥା ଦାବିରେ ଓଡିଶାର ପ୍ରତେକ ଷ୍ଟେସନ ସମ୍ମୁଖରେ ଡେ଼ଲି ପାସେଞ୍ଜର ସଙ୍ଘ ପକ୍ଷରୁ ଧାରଣା ଦିଆଯାଇଛି I ଧର୍ମଶାଳା ଅଂଚଳରୁ ଶତାଧିକ ଦିନ ମଜୁରିଆ ଓ ସରକାରୀ ଚାକିରିଆ ପ୍ରତ୍ୟେକ ଦିନ କଟକ ଭୁବନେଶ୍ୱରକୁ ଯାଆ ଆସ କରନ୍ତି I ରେଳ ଯାତ୍ରୀ ଭଡା ଅହେତୁକ ବୃଦ୍ଧିରେ ଅତିଷ୍ଠ ହୋଇଯାଇଛନ୍ତି ଯାତ୍ରୀ I

ଯେଉଁମାନେ ପ୍ରତ୍ୟେକ ଦିନ ଟ୍ରେନ ଉପରେ ନିର୍ଭର କରି ଚଳନ୍ତି ସେମାନଙ୍କ ଲାଗି ସିଜିନ ଟିକେଟର ବ୍ୟବସ୍ଥା ଓ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ ଦାବିରେ ଆଜି ଯାଜପୁର ଜିଲ୍ଲା ହରିଦାସପୁର ଷ୍ଟେସନ ସମ୍ମୁଖରେ ହରିଦାସପୁର ଡେ଼ଲି ପାସେଞ୍ଜର ସଙ୍ଘ ପକ୍ଷରୁ ଏକ ଗଣଧାରଣା ଦେଇଥିଲେ I ହରିଦାସପୁର ଷ୍ଟେସନ ମାଷ୍ଟରଙ୍କ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟକୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ I

   Related Posts